ETV Bharat / city

ରାଜ୍ୟରେ 1ଲକ୍ଷ ପାର ହୋଇଛି ଗର୍ଭବତୀଙ୍କ ଟୀକାକରଣ, ନାହିଁ କୌଣସି ପାର୍ଶ୍ଵପତିକ୍ରିୟା - women vaccinated update in state

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଗର୍ଭବତୀଙ୍କ ଟୀକାକରଣ 1 ଲକ୍ଷ ପାର ହୋଇଥିବା ବେଳେ କୌଣସି ପାର୍ଶ୍ବପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ । ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ଅଧିକ ପଢନ୍ତୁ...

ରାଜ୍ୟରେ 1ଲକ୍ଷ ପାର ହୋଇଛି ଗର୍ଭବତୀଙ୍କ ଟୀକାକରଣ, ନାହିଁ କୌଣସି ପାର୍ଶ୍ଵପତିକ୍ରିୟା

author img

By

Published : Sep 6, 2021, 6:04 PM IST

ଭୁବନେଶ୍ବର: ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 1ଲକ୍ଷ ପାର ହୋଇଛି ଗର୍ଭବତୀଙ୍କ ଟୀକାକରଣ । କିନ୍ତୁ ଆଶ୍ବସ୍ତିର ବିଷୟ କୌଣସି ଗର୍ଭବତୀଙ୍କ ଠାରେ ପାର୍ଶ୍ଵପତିକ୍ରିୟା ପରିଲକ୍ଷିତ ହୋଇନାହିଁ । ସେହିପରି ରାଜ୍ୟରେ 57 ପ୍ରତିଶତ ପ୍ରଥମ ଡୋଜ ଟୀକାକରଣ ମଧ୍ୟ ସରିଛି । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ରାଜ୍ୟରେ 1ଲକ୍ଷ ପାର ହୋଇଛି ଗର୍ଭବତୀଙ୍କ ଟୀକାକରଣ, ନାହିଁ କୌଣସି ପାର୍ଶ୍ଵପତିକ୍ରିୟା

ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 2କୋଟି 36 ଲକ୍ଷ ଡୋଜ ଦିଆସରିଛି । ସେଥିମଧ୍ୟରୁ 1କୋଟି 78 ଲକ୍ଷ ପ୍ରଥମ ଡୋଜ ନେଇଥିବାବେଳେ ଅବଶିଷ୍ଟ 58 ଲକ୍ଷ ଦ୍ବିତୀୟ ଡୋଜ ନେଇ ସାରିଛନ୍ତି । ତେବେ ଏହି ସଂଖ୍ୟାକୁ ବିଚାରକୁ ନେଲେ ରାଜ୍ୟରେ ପ୍ରାୟ ପ୍ରାୟ 57 ପ୍ରତିଶତ ଟୀକାକରଣ ସରିଛି। ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 1 ଲକ୍ଷ 14 ହଜାର ଗର୍ଭବତୀଙ୍କୁ ଟିକା ଦିଆଯାଇଛି। କିନ୍ତୁ ଆଶ୍ବସ୍ତିର ବିଷୟ, କୌଣସି ଗୋଟିଏ ଘଟଣାରେ ପାର୍ଶ୍ଵପତିକ୍ରିୟା ଅଭିଯୋଗ ସାମ୍ନାକୁ ଆସିନାହିଁ । ରାଜ୍ୟରେ ପଯ୍ୟାପ୍ତ ପରିମାଣରେ ଟିକା ମହଜୁଦ ରହିଛି। 31 ଲକ୍ଷ 59 ହଜାର 260 କୋଭିସିଲଡ଼ ଟିକା ରହିଥିବାବେଳେ 2 ଲକ୍ଷ 65 ହଜାର 520 ଡୋଜ କୋଭାକ୍ସିନ ଟିକା ରହିଛି । ରାଜ୍ୟକୁ ନିୟମିତ ଭାବରେ ଟିକା ଆସୁଥିବାବେଳେ ସ୍ବାଭାବିକ ଭାବେ ଟୀକାକରଣ ମଧ୍ୟ ମଧ୍ୟ ଚାଲିଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।

ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ପୁରୁଷଙ୍କ ମଧ୍ୟରେ 1 କୋଟି 23 ଲକ୍ଷ 98 ହଜାର 360 ଏବଂ 1 କୋଟି 14 ଲକ୍ଷ 15 ହଜାର 805 ଜଣ ମହିଳା ଟିକା ନେଇ ସାରିଛନ୍ତି। କୋଭିସିଲଡ଼ 2 କୋଟି 6ଲକ୍ଷ 10 ହଜାର 889 ଜଣ ନେଇଥିବାବେଳେ 32ଲକ୍ଷ 2 ହଜାର 713 ଜଣ କୋଭାକ୍ସିନ ଟିକା ନେଇଛନ୍ତି । ସେହିପରି 5 ହଜାର 573 ଜଣ ସ୍ପୁଟନିକ-ଭି ନେଇଛନ୍ତି ।

ଅନ୍ୟପଟେ ରାଜ୍ୟରେ 18 ବର୍ଷରୁ 44 ବର୍ଷ ମଧ୍ୟରେ 1କୋଟି 11ଲକ୍ଷ 68 ହଜାର 310 ଜଣ ଟୀକା ନେଇଥିବାବେଳେ 45 ବର୍ଷରୁ 60 ବର୍ଷ ବୟସର 74 ଲକ୍ଷ 33 ହଜାର 338 ଜଣ ଟିକା ନେଇଛନ୍ତି। ତେବେ 60 ବର୍ଷରୁ ଊର୍ଦ୍ଧ୍ବ ବୟସ ବର୍ଗରେ 52 ଲକ୍ଷ 17 ହଜାର 527 ଜଣ ଟିକା ନେଇଛନ୍ତି । ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଅନେକ ଦ୍ବିତୀୟ ଡୋଜ ପାଇଁ ଅପେକ୍ଷାରେ ରହିଛନ୍ତି। ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ 99.8 ପ୍ରତିଶତ ପ୍ରଥମ ଡୋଜ 84.3 ପ୍ରତିଶତ ଦ୍ବିତୀୟ ଡୋଜ ନେଇଛନ୍ତି । ସେହିପରି ସମ୍ମୁଖ ଯୋଦ୍ଧା ବର୍ଗରେ 99.3 ପ୍ରତିଶତ ଡୋଜ ଓ 83 ପ୍ରତିଶତ ୨ୟ ଡୋଜ ଟିକା ଗ୍ରହଣ କରିସାରିଥିବା ସ୍ପଷ୍ଟ କରିଛି ସ୍ବାସ୍ଥ୍ୟ ବିଭାଗ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.