ETV Bharat / city

ପୂର୍ବତଟ ରେଳପଥ ମଧ୍ୟ ଦେଇ ଆହୁରି ଗଡିବ ସ୍ୱତନ୍ତ୍ର ଟ୍ରେନ - ଭୁବନେଶ୍ବର ଟ୍ରେନ ଚଳାଚଳ

ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ଚଳାଚଳ କରିବ ସ୍ୱତନ୍ତ୍ର ଟ୍ରେନ । ଅଗଷ୍ଟ ଶେଷ ସପ୍ତାହ ପର୍ଯ୍ୟନ୍ତ ଅଗରତାଲା-ବେଙ୍ଗାଲୁରୁ ବିଶେଷ ଟ୍ରେନ, ଭୁବନେଶ୍ୱର ଏବଂ କ୍ରିଷ୍ଣାରାଜପୁରମ୍ (ବାଙ୍ଗାଲୋର) ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍, ଖୋର୍ଦ୍ଧା ରୋଡ଼-ଉଧନା ମଧ୍ୟରେ ଆହୁରି ଏକ ବିଶେଷ ଟ୍ରେନ ଚାଲିବ । ଅଧିକ ପଢନ୍ତୁ...

ପୂର୍ବତଟ ରେଳପଥ ଅଞ୍ଚଳ ଦେଇ ଆହୁରି ଚଳାଚଳ କରିବ ସ୍ୱତନ୍ତ୍ର ଟ୍ରେନ

author img

By

Published : Jul 2, 2021, 10:12 PM IST

ଭୁବନେଶ୍ବର: ପୂର୍ବତଟ ରେଳପଥ ମଧ୍ୟ ଦେଇ ଚଳାଚଳ କରିବ ସ୍ୱତନ୍ତ୍ର ଟ୍ରେନ । ଅଗଷ୍ଟ ଶେଷ ସପ୍ତାହ ପର୍ଯ୍ୟନ୍ତ ଅଗରତାଲା-ବେଙ୍ଗାଲୁରୁ ବିଶେଷ ଟ୍ରେନ, ଭୁବନେଶ୍ୱର ଏବଂ କ୍ରିଷ୍ଣାରାଜପୁରମ୍ (ବାଙ୍ଗାଲୋର) ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍, ଖୋର୍ଦ୍ଧା ରୋଡ଼-ଉଧନା ମଧ୍ୟରେ ଆହୁରି ଏକ ବିଶେଷ ଟ୍ରେନ ଏବଂ ଭୁବନେଶ୍ୱରରୁ ଲୋକାମାନ୍ୟ ତିଳକ ବିଶେଷ ଟ୍ରେନ୍ ଚଳାଚଳ କରିବ।

ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଏବଂ ଏହା ମଧ୍ୟଦେଇ ଅଧିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିଵ । ଏହାବ୍ୟତୀତ ଆହୁରି କିଛି ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟ ନିମ୍ନଲିଖିତ ଅନୁଯାୟୀ ପୂର୍ବତଟ ରେଳପଥ ପରିସୀମାରୁ ସ୍ଥିରୀକୃତ ସମୟ ମଧ୍ୟରେ ନିମ୍ନ ଅନୁଯାୟୀ ଚଳାଚଳ କରିବ।

ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବାକୁ ଥିବା ସ୍ୱତନ୍ତ୍ର ଟ୍ରେନ:

A. 02885/02886 ଭୁବନେଶ୍ୱର-କୃଷ୍ଣରାଜପୁରମ୍ (ବାଙ୍ଗାଲୋର)-ଭୁବନେଶ୍ୱର ହମସଫର ବିଶେଷ ଟ୍ରେନ ଭୁବନେଶ୍ୱରରୁ 14 ଜୁଲାଇ ଠାରୁ ପ୍ରତ୍ୟେକ ବୁଧବାର ଏବଂ କୃଷ୍ଣରାଜପୁରମ୍ରୁ 15 ଜୁଲାଇ ଠାରୁ ପ୍ରତ୍ୟେକ ଗୁରୁବାର ଦିନ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ |

B. 08570/08569 ବିଶାଖାପାଟନମ୍-ଭୁବନେଶ୍ୱର- ବିଶାଖାପାଟନମ୍ ଦୈନନ୍ଦିନ ଚଳାଚଳ କରିବାକୁ ଥିବା ବିଶେଷ ଟ୍ରେନ ବିଶାଖାପାଟନମ୍ରୁ 14 ଜୁଲାଇ ଠାରୁ ଏବଂ ଭୁବନେଶ୍ୱରରୁ 15 ଜୁଲାଇ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ ।

C. 08573/08574 ବିଶାଖାପାଟନମ୍-ଭଗତ କି କୋଠି- ବିଶାଖାପାଟନମ୍ ସ୍ପେଶାଲ୍ ଭାୟା ରାୟାଗଡା ଓ ଟିଟିଲାଗଡ ବିଶାଖାପାଟଣା ଠାରୁ 8 ଜୁଲାଇରୁ ପ୍ରତ୍ୟେକ ଗୁରୁବାର ଦିନ ଏବଂ ଭଗତ କି କୋଠିରୁ 10 ଜୁଲାଇ ଠାରୁ ପ୍ରତ୍ୟେକ ଶନିବାର ଦିନଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ ।

D. 08572/08571 ବିଶାଖାପାଟନମ୍-ଟାଟା ନଗର-ବିଶାଖାପାଟନମ୍ ସ୍ପେଶାଲ୍ ଭାୟା ଭୁବନେଶ୍ୱର ଓ କେନ୍ଦୁଝର ଗଡ଼ ବିଶାଖାପାଟଣାରୁ 11 ଜୁଲାଇରୁ ପ୍ରତି ରବିବାର ଦିନ ଏବଂ ଟାଟାରୁ 12 ଜୁଲାଇ ଠାରୁ ପ୍ରତ୍ୟେକ ସୋମବାର ଦିନ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ ।

E. 08564/08563 ବିଶାଖାପାଟନମ୍-ଦିଘା-ବିଶାଖାପାଟନମ୍ ବିଶେଷ ଟ୍ରେନ ବିଶାଖାପାଟଣା ଠାରୁ 8 ଜୁଲାଇରୁ ପ୍ରତ୍ୟେକ ଗୁରୁବାର ଏବଂ ଦିଘାରୁ 9 ଜୁଲାଇରୁ ପ୍ରତି ଶୁକ୍ରବାର ଦିନ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ ।

F. 08565/08566 ବିଶାଖାପାଟନମ୍-ନନ୍ଦେଡ୍- ବିଶାଖାପାଟନମ୍ ବିଶେଷ ଟ୍ରେନ ବିଶାଖାପାଟନମ୍ରୁ 10 ଜୁଲାଇ ଠାରୁ ପ୍ରତ୍ୟେକ ମଙ୍ଗଳବାର, ବୁଧବାର ଏବଂ ଶନିବାର ଏବଂ ନନ୍ଦେଡରୁ 11 ଜୁଲାଇ ଠାରୁ ପ୍ରତ୍ୟେକ ବୁଧବାର, ଗୁରୁବାର ଏବଂ ରବିବାର ଦିନମାନଙ୍କରେ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ ।

G. 02609/02610 ସନ୍ତ୍ରାଗାଛି-ତିରୁପତି-ସନ୍ତ୍ରାଗାଛି ବିଶେଷ ଟ୍ରେନ ସନ୍ତ୍ରାଗାଛିରୁ 4 ଜୁଲାଇ ଠାରୁ ପ୍ରତ୍ୟେକ ରବିବାର ଦିନ ଏବଂ ତିରୁପତିରୁ 5 ଜୁଲାଇ ଠାରୁ ପ୍ରତ୍ୟେକ ସୋମବାର ଦିନଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ ।

ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ।

A. 02984/02983 ଅଗରତାଲା-ବାଙ୍ଗାଲୋର କ୍ୟାଣ୍ଟ- ଅଗରତାଲା ସ୍ପେଶାଲ 6 ଜୁଲାଇରୁ 24 ଅଗଷ୍ଟ ପର୍ଯ୍ୟନ୍ତ ପ୍ରତ୍ୟେକ ମଙ୍ଗଳବାର ଦିନ ଅଗରତାଲା ୦୬ ଟା ୧୦ମିନିଟରେ ଛାଡିବ ଏବଂ ବାଙ୍ଗାଲୋର କ୍ୟାଣ୍ଟ ରୁ 9 ଜୁଲାଇରୁ 27 ଅଗଷ୍ଟ ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଦିନ ଛାଡିବ ।

B. 08415/08416 ଭୁବନେଶ୍ୱର-କୃଷ୍ଣରାଜପୁରମ୍- ଭୁବନେଶ୍ୱର ସ୍ପେଶାଲ୍ 7 ଜୁଲାଇ (ବୁଧବାର) ଦିନ ଅପରାହ୍ନ ୧୨ଘ.୧୦ମି.ରେ ଛାଡିବାକୁ ଥିବାବେଳେ ଏହା କୃଷ୍ଣରାଜପୁରମ୍ 9 ଜୁଲାଇ ଦିନ ଅପରାହ୍ନ ୪ଘ.୫୫ମି.ରେ ଛାଡିବ ।

C. ବିଜୟନଗରମ ଓ ଟିଟିଲାଗଡ଼ ମାର୍ଗ ଦେଇ 08585/08586 ଖୋର୍ଦ୍ଧା ରୋଡ-ଉଦନା-ଖୋର୍ଦ୍ଧା ରୋଡ ବିସସ ଟ୍ରେନ ଖୋର୍ଦ୍ଧା ରୋଡ଼ ଠାରୁ ଜୁଲାଇ ମାସ ୧୨ ତାରିଖ (ସୋମବାର) ରାତ୍ରି ୮ଘ.୩୦ମି.ରେ ଛାଡି ୧୪ ଜୁଲାଇ, 2021 (ବୁଧବାର) ଦିନ ଭୋର ୩ଘ.୪୦ମି.ରେ ଉଦନାରେ ପହଞ୍ଚିବ । ଫେରିବା ମାର୍ଗରେ ହିଁ ଟ୍ରେନ ଉଦନା ଠାରୁ ୧୪ ଜୁଲାଇ 2021 (ବୁଧବାର) ଦିନ ସକାଳ ୬ ଘଟିକାରେ ଛାଡି ୧୫ ଜୁଲାଇ, 2021 (ଗୁରୁବାର) ଦିନ ଅପରାହ୍ନ ୩ଟା ୪୦ମିନିଟରେ ଖୋର୍ଦ୍ଧା ରୋଡରେ ପହଞ୍ଚିବ ।

D. 08575 ଭୁବନେଶ୍ୱରରୁ ମୁମ୍ବାଇ ଏଲଟିଟି ମଧ୍ୟରେ ଏକ ବିଶେଷ ଟ୍ରେନ ଚଳାଚଳ କରିବ । ଏହି ଟ୍ରେନ୍ ବିଶାଖାପାଟନମ୍-ବିଜୟୱାଡା ଓ ସିକନ୍ଦରାବାଦ ମାର୍ଗଦେଇ ଭୁବନେଶ୍ୱରରୁ 7 ଜୁଲାଇ, 2021 (ବୁଧବାର) ଦିନ ଅପରାହ୍ନ ୪ ଘଟିକାରେ ଛାଡି ଏଲଟିଟି ଠାରେ ଶୁକ୍ରବାର ଭୋର ୪ଟା ୧୫ମିନିଟରେ ପହଞ୍ଚିବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.