ETV Bharat / city

Odisha Assembly: ଶେଷ ହେଲା ବିଧାନସଭା ମୌସୁମୀ ଅଧିବେଶନ

author img

By

Published : Sep 9, 2021, 6:25 PM IST

ସରିଲା ଷୋଡ଼ଶ ବିଧାନସଭାର ସପ୍ତମ ଅଧିବେଶନ । ସେପ୍ଟେମ୍ବର ପହିଲାରୁ ଆରମ୍ଭ ହୋଇଥିବା ଏହି ସ୍ବଳ୍ପ କାଳୀନ ମୌସୁମୀ ଅଧିବେଶନରେ ସମୁଦାୟ 8ଟି କାର୍ଯ୍ୟ ଦିବସ ରହିଥିଲା । ଅଧିକ ପଢ଼ନ୍ତୁ...

Odisha Assembly: ଶେଷ ହେଲା ବିଧାନସଭା ମୌସୁମୀ ଅଧିବେଶନ
Odisha Assembly: ଶେଷ ହେଲା ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ବର: ସରିଲା ଷୋଡ଼ଶ ବିଧାନସଭାର ସପ୍ତମ ଅଧିବେଶନ । ସେପ୍ଟେମ୍ବର ପହିଲାରୁ ଆରମ୍ଭ ହୋଇଥିବା ଏହି ସ୍ବଳ୍ପ କାଳୀନ ମୌସୁମୀ ଅଧିବେଶନରେ ସମୁଦାୟ 8ଟି କାର୍ଯ୍ୟ ଦିବସ ରହିଥିଲା । ଏହାରି ମଧ୍ୟରେ ଗୋଟିଏ ବେସରକାରୀ କାର୍ଯ୍ୟ ଦିବସ ଥିଲା । ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳ ସରକାରଙ୍କୁ ଗୃହରେ ଘେରିଥିବା ଯୋଗୁଁ ଗୃହରେ ଅଚଳାବସ୍ଥା ଦେଖିବାକୁ ମିଳିଥିଲା । ଏପରିକି 5ଟି କର୍ଯ୍ୟ ଦିବସରେ ପ୍ରଶ୍ନକାଳ ମଧ୍ଯ ସୁରୁଖୁରୁରେ ଚାଲି ପାରିନଥିଲା ।

ଏହାରି ଭିତରେ ରାଜ୍ୟରେ ମରୁଡ଼ି ପରିସ୍ଥିତି, ଓଡ଼ିଶା ଷ୍ଟାଫ ସେଲଲେକ୍ସନରେ ଦୁର୍ନୀତି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସମ୍ପର୍କରେ ଆସିଥିବା ମୁଲତବୀ ପ୍ରସ୍ତାବ ଉପରେ ସରଗରମ ଆଲେଚନା ହୋଇଥିଲା । ସେହିପରି ଶାସକ ଦଳ ପକ୍ଷରୁ ଆଗତ ରାଜ୍ୟରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ସମ୍ପର୍କରେ ସ୍ୱତନ୍ତ୍ର ଆଲୋଚନା ହୋଇଥିଲା ।

ଏହା ବ୍ୟତୀତ ପୌର, ପଞ୍ଚାୟତ ସଂଶୋଧନ ବିଲ ଓଡ଼ିଶା ବିଶ୍ୱ ବିଦ୍ୟାଳୟ ଵିଲ, ବସ୍ତି ବାସିନ୍ଦା ଭୂମି ଅଧିକାର ସଂଶୋଧନ ବିଲ, ଓଡ଼ିଶା ଦ୍ରବ୍ୟ ଓ ସେବାକର ବିଲ, ଓଡି଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱ ବିଦ୍ୟାଳୟ ବିଲ, ଓଡ଼ିଶା ହାଉସିଂ ବୋର୍ଡ ବିଲ, ଓଡ଼ିଶା ସହର ଯୋଜନା ଓ ଅଭିବୃଦ୍ଧି ନ୍ୟାସ ସଂଶୋଧାନ ବିଲ ଭଳି 13ଟି ସରକାରୀ ବିଲ ଆଗତ ବିଚାର ଓ ପାରିତ ହୋଇଛି ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.