ETV Bharat / city

ମଙ୍କି ପକ୍ସ ଭୟ, ବିଦେଶରୁ ଆସୁଥିବା ଲୋକଙ୍କ ଉପରେ ରହିବ ନଜର

ମଙ୍କି ପକ୍ସକୁ ନେଇ ଏବେ ଚିନ୍ତାରେ ସାରା ବିଶ୍ୱ । ଯେଉଁମାନେ ବାହାରୁ ଓଡ଼ିଶାକୁ ଆସୁଛନ୍ତି ସେମାନଙ୍କ ଉପରେ ନଜର ରଖିବାକୁ ପଡ଼ିବ । ଅଧିକ ପଢ଼ନ୍ତୁ

author img

By

Published : May 31, 2022, 8:03 PM IST

ମଙ୍କି ଫକ୍ସ ଭୟ, ବିଦେଶରୁ ଆସୁଥିବା ଲୋକଙ୍କ ଉପରେ ରହିବ ନଜର

ଭୁବନେଶ୍ବର : ବିଶ୍ୱରେ ଦ୍ରୁତ ଗତିରେ ମାଡ଼ି ଚାଲିଥିବା ମଙ୍କି ପକ୍ସ ରୋଗ ସାଧାରଣ ଜନତା ଏବଂ ସରକାରଙ୍କ ଚିନ୍ତା ବଢ଼ାଇ ଦେଲାଣି। ଭାରତରେ ଯଦିଓ ଏ ପର୍ଯ୍ୟନ୍ତ ଏହି ରୋଗର କୌଣସି ମାମଲା ସାମ୍ନାକୁ ଆସିନାହିଁ, କିନ୍ତୁ ସରକାର ଏଥିରୁ ରକ୍ଷା ପାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଲେଣି । ଗତ ୨୧ ଦିନ ଭିତରେ ଯେଉଁମାନେ ବିଦେଶରୁ ଆସୁଛନ୍ତି ସେମାନଙ୍କ ଉପରେ ବିଶେଷ ନଜର ରଖାଯାଉଛି ।

ବିଶେଷ କରି ଆଫ୍ରିକା ଦେଶ ମାନଙ୍କରୁ ଯେଉଁମାନେ ଫେରୁଛନ୍ତି ସେମାନଙ୍କ ଉପରେ । ଏନେଇ ଆସନ୍ତା ୨ ତାରିଖରେ ସମସ୍ତ ସିଡିଏମଓ, ବିଭିନ୍ନ ହସ୍ପିଟାଲର ନିର୍ଦ୍ଦେଶକଙ୍କ ସହ ବିଭିନ୍ନ ଡାକ୍ତରଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି । ବୈଠକରେ ମଙ୍କି ପକ୍ସ ଭାଇରସ ନେଇ ବ୍ୟାପକ ଆଲୋଚନା ହେବ । ଏବେ ଯାଏଁ ମଙ୍କି ପକ୍ସ ୩୦ଟି ଦେଶରେ ବ୍ୟାପିଲାଣି । ଏନେଇ ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ଏହା ଆମ ଦେଶରେ ମଧ୍ୟ ବ୍ୟାପି ଯାଇପାରେ ଓ ଗୋଷ୍ଠୀ ସଂକ୍ରମଣ ହୋଇପାରେ । ତେଣୁ ଏ ଦିଗରେ ସଚେତନ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କେମିତି ଚିହ୍ନିବା, ରୋଗୀ ଲକ୍ଷଣ କଣ ରହୁଛି, ଏହାର ସର୍ଭିଲାନ୍ସ କେମିତି ହେବ ତାହା ଉପରେ ନଜର ରହିଛି । ସେପଟେ ଡାକ୍ତର ମାନଙ୍କୁ ମଧ୍ୟ ଏନେଇ ସଚେତନ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.