ଭୁବନେଶ୍ବର : ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଉପରେ ଆକ୍ରମଣ ଘଟଣାରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ଆଜି ଭୁବନେଶ୍ୱର ଜିଲ୍ଲା ବିଜେପି ଏହି ଆକ୍ରମଣ ପାଇଁ ଶାସକ ଦଳକୁ ଦାୟୀ କରାଯିବା ସହ ବିକ୍ଷୋଭ ପଦର୍ଶନ କରାଯାଇଛି।
ବିଜେପି ଅଭିଯୋଗ କରିଛି ଯେ, ଏହି ଆକ୍ରମଣ ପଛରେ ବିଜେଡି ସରକାରଙ୍କ ହାତ ରହିଛି । ମନ୍ତ୍ରୀ ବିଧାୟକ ଓ କର୍ମୀମାନଙ୍କ ସିଧାସଳଖ ଏହି ଆକ୍ରମଣରେ ସମ୍ପୃକ୍ତି ରହିଛି । ଜଗନ୍ନାଥଙ୍କ ପବିତ୍ର ରାଜ୍ୟରେ ଏପରି ହିଂସାକାଣ୍ଡ ଚଳିବ ନାହିଁ । ତେଣୁ ଶାସକ ଦଳ ଏପରି ଆକ୍ରମଣରୁ ନିଜକୁ ନିବୃତ୍ତ ରଖୁ । ନଚେତ ଆଗାମୀ ଦିନରେ ବିଜେପି ଏହାର ଉଚିତ ଜବାବ ଦେବ ବୋଲି ଚେତାବନୀ ଦେଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ