ETV Bharat / city

ମୋ ସ୍କୁଲ ଅଭିଯାନ ୭୬୯ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

author img

By

Published : Oct 12, 2022, 9:42 AM IST

ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ୨୦୧୭ ନଭେମ୍ବର ୧୪ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ମୋ ସ୍କୁଲ ଅଭିଯାନ’ ଆସନ୍ତା ନଭେମ୍ବର ୧୪ ତାରିଖରେ ଏହାର ୫ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବ । ଏହି ଅବସରରେ ରାଜ୍ୟ ଏବଂ ଜିଲ୍ଲାସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ‘ମୋ ସ୍କୁଲ ଅଭିଯାନର ୩୬ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଅଧିକ ପଢନ୍ତୁ

ମୋ ସ୍କୁଲ ଅଭିଯାନ ୭୬୯  କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ
ମୋ ସ୍କୁଲ ଅଭିଯାନ ୭୬୯ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ବର: ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ୨୦୧୭ ନଭେମ୍ବର ୧୪ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ମୋ ସ୍କୁଲ ଅଭିଯାନ’ ଆସନ୍ତା ନଭେମ୍ବର ୧୪ ତାରିଖରେ ଏହାର ୫ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବ । ଏହି ଅବସରରେ ରାଜ୍ୟ ଏବଂ ଜିଲ୍ଲାସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ‘ମୋ ସ୍କୁଲ ଅଭିଯାନର ୩୬ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଏନେଇ ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ୱଥି ଏସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଚଳିତବର୍ଷ ଠାରୁ ସର୍ଭିସ ଭଲ୍ୟୁଣ୍ଟିୟରିଂକୁ ସର୍ବାଧିକ ପ୍ରୋତ୍ସାହନ ଦେବାକୁ ନିଷ୍ପତ୍ତି ନିଆଯାଇଛି । ସେବା ପ୍ରଦାନ ମାଧ୍ୟମରେ ‘ମୋ ସ୍କୁଲ' ସହ ଯେପରି ଅଧିକ ରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଯୋଡ଼ି ହୋଇପାରିବେ ତାହା ଉପରେ ଗୁରୁତ୍ୱ ଦିଆଯିବ । ନିଜର ଦକ୍ଷତା, ଜ୍ଞାନକୌଶଳ ଓ ଅଭିଜ୍ଞତା ଅନୁଯାୟୀ ସେମାନେ ଭବିଷ୍ୟତ ପିଢ଼ିଙ୍କୁ ମାର୍ଗଦର୍ଶନ କରିବେ । ସେମାନଙ୍କ ସହଭାବର ଆଦାନ ପ୍ରଦାନ କରିବେ ଓ ଭବିଷ୍ୟତ ପାଇଁ ଉଚିତ ଦିଗଦର୍ଶନ ଦେବେ ।

ମୋ ସ୍କୁଲ' ତତ୍ତ୍ୱାବଧାନରେ ପ୍ରତି ଜିଲ୍ଲାର ଜିଲ୍ଲାପାଳ ଏବଂ ‘ମୋ ସ୍କୁଲ’ ଜିଲ୍ଲାସ୍ତରୀୟ କମିଟି ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ସେହିଭଳି ୫ବର୍ଷ ପୂର୍ତ୍ତି ଅବସରରେ ଚଳିତବର୍ଷ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ରେ ‘ମୋ ସ୍କୁଲ’ ଅଂଶଗ୍ରହଣ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିବ । ‘ମିଟ ଦ ପର୍ସନାଲିଟି’ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶାର ପ୍ରତିଷ୍ଠିତ ବ୍ୟକ୍ତିବିଶେଷମାନଙ୍କ ସହ ଭାବର ଆଦାନ ପ୍ରଦାନ କରିବାକୁ ସୁଯୋଗ ଦିଆଯିବ । ‘ମୋ ସ୍କୁଲ’ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରାଯିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଓଡ଼ିଶାର ୨୯ଟି ଜିଲ୍ଲାର ମୋଟ ୭୬୯ କୋଟି ୭୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ୨ ମାସ ମଧ୍ୟରେ ୨୦ ହଜାର ୩୭୦ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ ଅଭିଯାନ' ସହ ଯୋଡ଼ି ହୋଇଛନ୍ତି ।

ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୧୧ କୋଟି ୪୮ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ବିଭିନ୍ନ ସିଏସଆର ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟ ଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ ଅଭିଯାନକୁ ୨୪୮ କୋଟି ୨୫ ଲକ୍ଷ ଟଙ୍କାର ଅନୁଦାନ ଆସିଛି । ପୁରାତନ ଛାତ୍ରଛାତ୍ରୀ ଏବଂ ସିଏସଆର ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୭୬୯ କୋଟି ୭୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ପ୍ରଦାନ କରିଛି। ଯାହାକି ୩୪୬୫ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମି ବିକାଶରେ ବିନିଯୋଗ ହେବ । ବାଲେଶ୍ୱରରେ ସର୍ବାଧିକ ୫ କୋଟି ୪୮ ଲକ୍ଷ, କଟକରେ ୬୭ ଲକ୍ଷ, ଭଦ୍ରକରେ ୩୯ ଲକ୍ଷ ୭୯ ହଜାର, ମୟୂରଭଞ୍ଜରେ ୩୩ ଲକ୍ଷ ୩୦ ହଜାର ଏବଂ କେନ୍ଦ୍ରପଡ଼ାରେ ୨୪ ଲକ୍ଷ ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି ।

ବର୍ତ୍ତମାନ ସୁଦ୍ଧା ମୋଟ ୭ ଲକ୍ଷ ୫ ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ ଅଭିଯାନ' ମାଧ୍ୟମରେ ସ୍କୁଲ ଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ରୂପାନ୍ତରିତ ହୋଇଥିବା ବିଦ୍ୟାଳୟ ଗୁଡ଼ିକରେ ଉପଲବ୍ଧ ଭିତ୍ତିଭୂମିର ଉପଯୁକ୍ତ ବ୍ୟବହାର ନିମନ୍ତେ ୯୦ ଦିନିଆ ‘ଇନଫ୍ରାଷ୍ଟ୍ରକଚର ଷ୍ଟାବିଲାଇଜେଶନ ପ୍ରୋଗ୍ରାମ' ଆରମ୍ଭ ହୋଇଛି । ବିଦ୍ୟାଳୟ ଗୁଡ଼ିକରେ ସୃଷ୍ଟି କରାଯାଇଥିବା ଅତ୍ୟାଧୁନିକ ସୁବିଧା ସୁଯୋଗ ଯେପରି ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶରେ ସହାୟକ ହୋଇପାରିବ ସେନେଇ ନଭେମ୍ବର ୧୦ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ସ୍କୁଲ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ୩ୟ ପର୍ଯ୍ୟାୟ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଆରମ୍ଭ ହେବାପୂର୍ବରୁ ସ୍କୁଲ ଗୁଡ଼ିକରେ ବେସଲାଇନ ସର୍ଭେ କରାଯିବା ସହ ପ୍ରଧାନଶିକ୍ଷକମାନଙ୍କ ସହ ଭର୍ଚୁଆଲ ବୈଠକର ଆୟୋଜନ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.