ETV Bharat / city

ରାଜଧାନୀରେ ‘ମୋ ସରକାର’ ଫେଲ, ଫୁଟପାଥରେ ପ୍ରସବ କଲେ ମହିଳା

author img

By

Published : Oct 12, 2019, 7:43 PM IST

Updated : Oct 13, 2019, 5:18 AM IST

ଯୋଜନା ଯେଉଁଠୁ ଆରମ୍ଭ ଅବହେଳା ସେଇଠି । ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ବାହାର ଫୁଟପାଥରେ ପ୍ରସବ କରିଛନ୍ତି ମହିଳା । ଏହାର ଭିଡିଓ ଏବେ ଭାଇରାଲ ହୋଇଛି । ରାଜ୍ୟର ପ୍ରମୁଖ ହସ୍ପିଟାଲରେ ଏଭଳି ଅବହେଳା ‘ମୋ ସରକାର’ ଯୋଜନାକୁ ସମ୍ପୁର୍ଣ୍ଣ ବିଫଳ କରିଦେଇଛି ।

କ୍ୟାପିଟାଲ ହସ୍ପିଟାଲ

ଭୁବନେଶ୍ବର: ଫୁଟପାଥରେ ପ୍ରସବ କଲେ ମହିଳା । ଏହି ଘଟଣା ଖୋଦ ରାଜଧାନୀ କ୍ୟାପିଟାଲ ହସ୍ପାଟାଲର ବାହାରେ ଦେଖିବାକୁ ମିଳିଛି । ଡାକ୍ତରଙ୍କ ଅଣଦେଖା ଓ ମନମାନୀ ଯୋଗୁଁ ଯନ୍ତ୍ରଣା ସହି ନପାରି ରାସ୍ତାକଡରେ ମହିଳା ଜଣଙ୍କ ପ୍ରସବ କରିଥିବା ଦେଖାଦେଇଛି । ରାଜ୍ୟର ପ୍ରମୁଖ ହସ୍ପିଟାଲରେ ଏଭଳି ଅବହେଳା ‘ମୋ ସରକାର’ ଯୋଜନାକୁ ସମ୍ପୁର୍ଣ୍ଣ ବିଫଳ କରିଦେଇଛି ।

ଫୁଟଫାଥରେ ପ୍ରସବ କଲେ ମହିଳା
ସୂଚନା ଅନୁଯାୟୀ ଶୁକ୍ରବାର ରାତି ପ୍ରାୟ 8 ଟା। ପାନା ମୁର୍ମୁ ନାମକ ଜଣେ ମହିଳା ଗର୍ଭଯନ୍ତ୍ରଣାରେ କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ। ହେଲେ ଏଠାରେ ଡାକ୍ତର ଟିକେଟ ପାଇଁ କହି ଅଣଦେଖା କରିଦେଇଥିଲେ । ଏପଟେ ଗର୍ଭ ଯନ୍ତ୍ରଣାରେ ସହି ନପାରି ପାନା ସେହି ରାସ୍ତାରେ ହିଁ ପ୍ରସବ କରିଥିଲେ।

ଅଭିଯୋଗ ହୋଇଛି ଯେ, ଖୋଦ ରାଜଧାନୀର ଏତେ ବଡ ଡାକ୍ତରଖାନାରେ ରୋଗୀ ଦେଖିବାକୁ ଡାକ୍ତର ନାହାନ୍ତି । ୬୦ ରୋଗୀକୁ ମାତ୍ର 2 ଡାକ୍ତର । ଏଥିରୁ ଏଠାକାର ସ୍ବାସ୍ଥ୍ୟସେବାର ବାସ୍ତବ ସ୍ଥିତି ଅନୁମେୟ । ଏପଟେ କିନ୍ତୁ ବହୁ ସଫେଇ ଦେଇ ଦୋଷ ଛଡେଇ ଦେଇଛନ୍ତି ମେଡିକାଲ ଅଧିକ୍ଷକ ।

ରାଜ୍ୟରେ ‘ମୋ ସରକାର’ ଅଭିଯାନ କ୍ୟାପିଟାଲ ହସ୍ପିଟାଲରୁ ଆରମ୍ଭ ହୋଇଥିଲା । ହେଲେ ଏଠାକାର ଏଭଳି ସ୍ଥିତି ଏବେ ରାଜ୍ୟର ଅନ୍ୟ ହସ୍ପିଟାଲର ରୋଗୀ ସେବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
ରାଜଧାନୀରେ ମୋ ସରକାର ଫେଲ, କ୍ୟାପିଟାଲ ହସ୍ପିଟାଲର ଫୁଟଫଥରେ ହେଲା ପ୍ରସବ।

କ୍ୟାପିଟାଲ ହସ୍ପିଟାଲ କୁ ଆସିଥିବା ସମସ୍ତ ରୋଗୀ ଉତ୍ତମ ସେବା ପାଇବେ। କୌଣସି ରୋଗୀ ନିରାଶ ହେବେ ନାହିଁ।ଡାକ୍ତରଙ୍କ ମାନମାନି ଯୋଗୁଇଁ ମହିଳା ରାସ୍ତାରେ କରିଛନ୍ତି ପ୍ରସବ। କେଉଁଇଁ ଉପାନ୍ତ ଅଂଚଳ ନୁହେଁଇଁ ଏହା ହେଉଛି ରାଜଧାନୀର ପ୍ରମୁଖ ହସ୍ପିଟାଲ। ଯାହା ସରକାରଙ୍କ ନାକ ତଳେ ରହିଛି କ୍ୟାପିଟାଲ ହସ୍ପିଟାଲ।

Body:

ସୂଚନା ଅନୁଯାୟୀ ଶୁକ୍ରବାର ରାତି ପ୍ରାୟ 8 ଟା। ପାନା ମୁର୍ମୁ ନାମକ ମହିଳା ଗର୍ଭ ଯନ୍ତ୍ରଣାରେ କ୍ୟାପିଟାଲ ହସ୍ପିଟାଲ କୁ ଆସିଥିଲା। କିନ୍ତୁ ଡାକ୍ତର ଟିକେଟ ପାଇଁ କହିଥିଲେ। ହେଲେ ଗର୍ଭ ଯନ୍ତ୍ରଣାରେ ରହିଥିବା ପାନା ରାସ୍ତାରେ ପ୍ରସବ କରିଥିଲେ। ଯାହା ମୋବାଇଲ କ୍ୟାମେରାରେ କଏଦ ହୋଇଛି। କିନ୍ତି ଏପଟେ ଡାକ୍ତର ଖାନାରେ ୬୦ ଜଣ ରୋଗୀ କୁ ମାତ୍ର ଦୁଇ ଜଣ ଡାକ୍ତର। କିଭଳି ଭାବରେ କ୍ୟାପିଟାଲ ହସ୍ପିଟାଲରେ ରୋଗୀ ସେବା ନେଇ ପ୍ରଶ୍ନ ଉଠୁଛି।

ଏଥିନେଇ କ୍ୟାପିଟାଲ ହସ୍ପିଟାଲ ର ଅଧିକ୍ଷକ ନାରାୟଣ ସେଠି କହିଛନ୍ତି ଯେ । ପାନା ସହ ଆସିଥିବା ଏକ ଝିଅ କୁ କୁହାଯାଇଥିଲା କି ଟିକେଟ କରିବା ଓଅଇଁ । କିନ୍ତୁ ସେହି ଝିଅ ସହ ପାନା ମଧ୍ୟ ପଳାଇଥିଲେ। ଯାହା ଫଳରେ ଗର୍ଭ ଯନ୍ତ୍ରଣା ରେ ଛଟପଟ ହୋଇ ରାସ୍ତାରେ ପ୍ରସବ କରିଥିଲେ ପାନା। ପୁର୍ନବାର ପାନାଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ ହୋଇଥିଲା। ଯାହା ଏକ ଶିଶୁ ପୁତ୍ରକୁ ଜନ୍ମ ଦେବା ସହ ମା ଓ ଛୁଆ ର ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହିଥିଲା। ସକାଳ ସମୟରୁ ଉକ୍ତ ମହିଳା ହସ୍ପିଟାଲ ଛାଡି ପଳେଇଥିଲା। ଯାହା ଡାକ୍ତର ମନେ ଖୋଜିଥିଲେ ବି ପାଇନଥିଲେ ବୋଲି କହିଛନ୍ତି ଅଧିକ୍ୟକ।
ସୂଚନା ଅନୁଯାୟୀ, ରାଜ୍ୟରେ ମୋ ସରକାର କ୍ୟାପିଟାଲ ହସପିଟାଲରୁ ଆରମ୍ଭ ହୋଇଥିବା ବେଳେ ଖୋଦ ସେହି ହସ୍ପିଟାଲ ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏବେ ରାଜଧାନୀ ଚଡ଼ା ଅନ୍ୟ ହସ୍ପିଟାଲ ଇ କିଭଳି ରୋଗୀ ସେବା ଚାଲିଥିବା ସେନେଇ ପ୍ରଶ୍ନ ବାଚି ସୃଷ୍ଟି ହେଉଛି।

Byte- ନାରାୟଣ ସେଠି, କ୍ୟାପିଟାଲ ଅଧିକ୍ଷକ।
Byte-ସତ୍ୟ ନାରାୟଣ ସାମଲ, ଡାକ୍ତର।

Conclusion:
Last Updated : Oct 13, 2019, 5:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.