ETV Bharat / city

'ମୋ ସରକାର କଲ୍‌ ସେଣ୍ଟରକୁ ଅଧିକ ସୁଦୃଢ କରାଯିବ' - ଓକାକ୍‌ ଟାୱାର ପରିଦର୍ଶନ

ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ତଥା କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ଅଚାନକ ଓକାକ୍‌ ଟାୱାର ପରିଦର୍ଶନ କରି ବିଭିନ୍ନ ଭିତ୍ତିଭୂମି ଏବଂ ସରକାରୀ କାର୍ଯ୍ୟର ତଦାରଖ କରିଛନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 17, 2019, 10:55 PM IST

ଭୁବନେଶ୍ବର: ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ଅଚାନକ ଓକାକ୍‌ ଟାୱାର ପରିଦର୍ଶନ କରି ବିଭିନ୍ନ ଭିତ୍ତିଭୂମି ଏବଂ ସରକାରୀ କାର୍ଯ୍ୟର ତଦାରଖ କରିଛନ୍ତି । ଏହି ଗସ୍ତ ସମୟରେ ଇନ୍‌କୁ୍ୟବେସନ୍‌ ସେଣ୍ଟର ପରିଦର୍ଶନ କରି ଷ୍ଟାର୍ଟ ଅପ୍‌ ଓଡ଼ିଶା ଜରିଆରେ ସେଠାରେ ପ୍ରତିଷ୍ଠା କରିଥିବା କମ୍ପାନୀ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।

ନୂଆ କରି ଆସିବାକୁ ଥିବା କମ୍ପାନୀ ଗୁଡ଼ିକ ପାଇଁ ଆବଶ୍ୟକ ସ୍ଥାନ ମଧ୍ୟ ମନ୍ତ୍ରୀ ବୁଲି ଦେଖିଥିଲେ । ଏଥିସହ ମନ୍ତ୍ରୀ ମୋ ସରକାର କଲ୍‌ସେଣ୍ଟର ବୁଲି ଦେଖିବା ସହ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ ହୋଇଥିବା ‘ମୋ ସରକାର’ କାର୍ଯ୍ୟକ୍ରମର ସଫଳ ରୂପାୟନ ଓ ଏହାର ପରିଚାଳନା ନେଇ ସନ୍ତୋଷ ପ୍ରକାଶ କରିଥିଲେ ।

'ମୋ ସରକାର କଲ ସେଣ୍ଟରକୁ ଅଧିକ ସୁଦୃଢ କରାଯିବ'
ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଏହି କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ, ଲୋକାଭିମୁଖୀ ଏବଂ ସୁଦୃଢ଼ କରିବା ଦିଗରେ ଆବଶ୍ୟକ ସମସ୍ତ ଭିତ୍ତିଭୂମି ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ । ଜଣେ ଉତ୍ତମ ନାଗରିକ ଭାବେ ସରକାରୀ କାର୍ଯ୍ୟାଳୟରେ ଏସି, ବିଜୁଳି ଏବଂ ବ୍ୟବହାର ଯୋଗ୍ୟ ଜଳର ସଠିକ୍‌ ବିନିଯୋଗ ଉପରେ କର୍ମଚାରୀଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ମନ୍ତ୍ରୀ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସଚିବ ମନୋଜ କୁମାର ମିଶ୍ର ଏବଂ ଓକାକ୍‌ର ଜେନେରାଲ୍‌ ମ୍ୟାନେଜର ମଧୁମିତା ରଥଙ୍କ ସହ ଓକାକ୍‌ର କାର୍ଯ୍ୟାବଳୀ ଓ ସମସ୍ୟା ଉପରେ ଆଲୋଚନା କରିଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ଅଚାନକ ଓକାକ୍‌ ଟାୱାର ପରିଦର୍ଶନ କରି ବିଭିନ୍ନ ଭିତ୍ତିଭୂମି ଏବଂ ସରକାରୀ କାର୍ଯ୍ୟର ତଦାରଖ କରିଛନ୍ତି । ଏହି ଗସ୍ତ ସମୟରେ ମନ୍ତ୍ରୀ ଶ୍ରୀ ବେହେରା ଇନ୍‌କୁ୍ୟବେସନ୍‌ ସେଣ୍ଟର ପରିଦର୍ଶନ କରି ଷ୍ଟାର୍ଟ ଅପ୍‌ ଓଡ଼ିଶା ଜରିଆରେ ସେଠାରେ ପ୍ରତଷ୍ଠାା କରିଥିବା କମ୍ପାନୀ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ନୂଆ କରି ଆସିବାକୁ ଥିବା କମ୍ପାନୀଗୁଡ଼ିକ ଲାଗି ଆବଶ୍ୟକ ସ୍ଥାନ ମଧ୍ୟ ମନ୍ତ୍ରୀ ବୁଲି ଦେଖିଥିଲେ । \nଏଥି ସହ ମନ୍ତ୍ରୀ ଶ୍ରୀ ବେହେରା ମୋ ସରକାର କଲ୍‌ସେଣ୍ଟର ବୁଲି ଦେଖିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ମୋ ସରକାର’ କାର୍ଯ୍ୟକ୍ରମର ସଫଳ ରୂପାୟନ ଓ ଏହାର ପରିଚାଳନା ନେଇ ସନ୍ତୋଷ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ, ଲୋକାଭିମୁଖୀ ଏବଂ ସୁଦୃଢ଼ କରିବା ଦିଗରେ ଆବଶ୍ୟକ ସମସ୍ତ ଭିତ୍ତିଭୂମି ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ । ଜଣେ ଉତ୍ତମ ନାଗରିକ ଭାବେ ସରକାରୀ କାର୍ଯ୍ୟାଳୟରେ ଏସି, ବିଜୁଳି ଏବଂ ବ୍ୟବହାର ଯୋଗ୍ୟ ଜଳର ସଠିକ୍‌ ବିନିଯୋଗ ଉପରେ କର୍ମଚାରୀଙ୍କୁ ମନ୍ତ୍ରୀ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ । ମନ୍ତ୍ରୀ ଶ୍ରୀ ବେହେରା ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସଚିବ ଶ୍ରୀ ମନୋଜ କୁମାର ମିଶ୍ର ଏବଂ ଓକାକ୍‌ର ଜେନେରାଲ୍‌ ମ୍ୟାନେଜର ମଧୁମିତା ରଥଙ୍କ ସହ ଓକାକ୍‌ର କାର୍ଯ୍ୟାବଳୀ ଓ ସମସ୍ୟା ଉପରେ ଆଲୋଚନା କରିଥିଲେ Body:KConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.