ETV Bharat / city

ଛାତ୍ରଙ୍କ ପାଇଁ ବଦଳିଲା ମୋ ବସ ସେବା ସମୟ, ପ୍ରଶଂସା ସାଉଁଟିଲେ ଅରୁଣ ବୋଥ୍ରା

author img

By

Published : Jan 12, 2021, 8:49 PM IST

ଛାତ୍ରଙ୍କ ପାଇଁ ମୋ ବସ ସେବା ସମୟ ବଦଳାଇଲେ ଅରୁଣ ବୋଥ୍ରା। ମୋ ବସ ସେବା ସମୟ ବଦଳିବା ଯୋଗୁଁ ଲିଙ୍ଗିପୁର ଅଞ୍ଚଳର ଜଣେ ଛାତ୍ରଙ୍କୁ ସ୍କୁଲ ଯିବା ଆସିବାରେ ଅସୁବିଧା ହେବ ବୋଲି ଆଶଙ୍କା କରିଥିଲେ। ଏହାକୁ ନେଇ ସେ ଅରୁଣ ବୋଥ୍ରା ଟ୍ବିଟ କରିଥିଲେ। ଅଧିକ ପଢ଼ନ୍ତୁ...

mo bus timing changed by crut for a student in bhubaneswar by arun bothra
ଛାତ୍ରଙ୍କ ପାଇଁ ବଦଳିଲା ମୋ ବସ ସେବା ସମୟ, ଅରୁଣ ବୋଥ୍ରାଙ୍କୁ ଛୁଟିଲା ପ୍ରସଂଶାର ସୁଅ

ଭୁବନେଶ୍ବର: ଛାତ୍ରଙ୍କ ପାଇଁ ବଦଳିଲା 'ମୋ ବସ' ସେବା ସମୟ। ସ୍କୁଲ ଯିବାକୁ ଡେରି ହେଉଥିବା କଥା ଜାଣିବା ପରେ ଛାତ୍ରଙ୍କ ପାଇଁ ମୋ ବସ ସେବାର ସମୟ ବଦଳାଇଛନ୍ତି କ୍ୟାପିଟାଲ ରିଜିଅନ ସହର ପରିବହନର ନିର୍ଦ୍ଦେଶକ ଅରୁଣ ବୋଥ୍ରା। ରାଜଧାନୀର ଜଣେ ଘରୋଇ ସ୍କୁଲ ଛାତ୍ର ମୋ ବସ ଚାଲିବା ସମୟ ବଦଳିବା ଯୋଗୁଁ ସ୍କୁଲ ଯିବାକୁ ଡେରି ହେଉଥିବା ନେଇ ଟ୍ବିଟ କରିଥିଲେ। ଏଥିରେ ସେ କ୍ୟାପିଟାଲ ରିଜିଅନ ସହର ପରିବହନ ଓ ଏହାର ନିର୍ଦ୍ଦେଶକଙ୍କୁ ଟ୍ୟାଗ କରିଥିଲେ।

ରାଜଧାନୀ ଲିଙ୍ଗିପୁର ଅଞ୍ଚଳର ସାଇ ଅନ୍ବେଶ ଅମୃତମ ପ୍ରଧାନ ନାମକ ଜଣେ ଛାତ୍ର ମୋ ବସରେ ସ୍କୁଲ ଯିବା ଆସିବା କରୁଥିଲେ। ତେବେ ବସ ସମୟ ବଦଳି ଯିବାରୁ ଏହି ଘରୋଇ ସ୍କୁଲ ଛାତ୍ରଙ୍କୁ ଯିବାଆସିବାରେ ଅସୁବିଧା ହେବ ଓ ସେ ବିଳମ୍ବରେ ସ୍କୁଲରେ ପହଞ୍ଚିବେ ବୋଲି ଟ୍ବିଟ କରିଥିଲେ। ଏ ସମ୍ପର୍କରେ ସମୀକ୍ଷା କରିବାକୁ ସେ ଅରୁଣ ବୋଥ୍ରାଙ୍କୁ ଟ୍ବିଟ କରି ଅନୁରୋଧ କରିଥିଲେ।

ସାଇ ଅନ୍ବେଶ ଟ୍ବିଟ କରିଥିଲେ ଯେ, " ସମ୍ମାନୀୟ ସାର, ମୁଁ ଜଣେ ଏମବିଏସ ପବ୍ଲିକ ସ୍କୁଲର ଛାତ୍ର। ପ୍ରତ୍ୟେକ ଦିନ ମୁଁ ସ୍କୁଲ ଯିବାକୁ ମୋ ବସର ବ୍ୟବହାର କରେ। କିନ୍ତୁ ଗତ କିଛିଦିନ ହେଲା ମୋ ବସର ସମୟ ବଦଳି ଯାଇଛି। ମୋ ସ୍କୁଲ ସମୟ ସକାଳ 7.30 ମିନିଟ ହୋଇଥିବା ବେଳେ ଲିଙ୍ଗିପୁରରୁ ପ୍ରଥମ ବସ 7.40 ମିନିଟରେ ବାହାରୁଛି। ଫଳରେ ମୁଁ ସ୍କୁଲକୁ ବିଳମ୍ବରେ ପହଞ୍ଚିବି। ଦୟାକରି ଏ ସମ୍ପର୍କରେ କିଛି ପଦକ୍ଷେପ ନେଲେ ଉପକୃତ ହେବି।"

ଲିଙ୍ଗିପୁର ବସ ଡିପୋରରୁ ସକାଳ 7.40ରେ ପ୍ରଥମ ମୋ ବସ ଚାଲିବା ନେଇ ନିଷ୍ପତ୍ତି ହୋଇଥିଲା। ଛାତ୍ର ଜଣଙ୍କୁ ସକାଳ 7.30 ସୁଦ୍ଧା ସ୍କୁଲରେ ରିପୋର୍ଟିଂ କରିବାର ଥିଲା। ଛାତ୍ରଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଅରୁଣ ବୋଥ୍ରା ବସ ସମୟ ବଦଳାଇଛନ୍ତି। ଏହାକୁ ନେଇ ଛାତ୍ରଙ୍କୁ ଟ୍ବିଟରେ ପ୍ରତିକ୍ରିୟା ଦେଇ ସୂଚନା ଦେଇଛନ୍ତି। ଅରୁଣ ବୋଥ୍ରାଙ୍କ ଏଭଳି ପଦକ୍ଷେପ ଯୋଗୁଁ ବର୍ତ୍ତମାନ ସେ ଲୋକଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି।

ଟ୍ବିଟ କରି ଅରୁଣ ବୋଥ୍ରା କହିଛନ୍ତି ଯେ, "ପ୍ରିୟ ସାଇ, ମୋ ବସ ତୁମ ପରି ଯାତ୍ରୀମାନଙ୍କ ସ୍ନେହ ଓ ଆଦରକୁ ନେଇ ଚାଲିଛି। ସୋମବାରଠାରୁ ତୁମ ସମୟ ମୁତାବକ ପ୍ରଥମ ବସ ସକାଳ 7ଟାରୁ ଆରମ୍ଭ ହେବ। ତୁମେ ଆଉ ସ୍କୁଲକୁ ବିଳମ୍ବରେ ପହଞ୍ଚିବ ନାହିଁ।"

ପୂର୍ବରୁ ଜାପାନରେ କ୍ୟୁ ସିରାକାଟୀରେ ଜଣେ କଲେଜ ଛାତ୍ରୀଙ୍କ ପାଇଁ ସେଠାକାର ସରକାର ଟ୍ରେନ ଚଳାଚଳ ଆରମ୍ଭ କରିଥିଲେ। ବର୍ତ୍ତମାନ ଓଡ଼ିଶାରେ ମଧ୍ୟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଟ୍ବିଟର ହ୍ୟାଣ୍ଡେଲରେ ଅରୁଣ ବୋଥ୍ରାଙ୍କୁ ବର୍ତ୍ତମାନ ଧନ୍ୟବାଦର ସୁଅ ଛୁଟିଛି। ଛାତ୍ର ଜଣ ଉଚିତ ସମୟରେ ବସ ପାଇବା ପରେ ମୋ ବସ ସହ ଫୋଟ ସେୟାର କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.