ଭୁବନେଶ୍ବର: ଏଣିକି ବିଦ୍ୟୁତ ସଂଯୋଗ ପାଇଁ ଆଉ ବାରମ୍ବାର ଦୌଡ଼ିବାକୁ ପଡିବ ନାହିଁ ଅଫିସ । ଏପରିକି ଦେୟ ପୈଠ ପାଇଁ ଆଉ ଲମ୍ବା ଲାଇନରେ ବି ଛିଡା ହୋଇ ରହିବାକୁ ପଡିବ ନାହିଁ । କାରଣ ଏବେ ଅନଲାଇନରେ ସବୁକିଛି ହୋଇପାରିବ । ଆଜିଠୁ ଶକ୍ତି ବିଭାଗରେ ଲାଗୁ ହେଲା 5'ଟି' । ଏହାପରେ ବିଦ୍ୟୁତ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର କରିବାକୁ 'ମୋ ବିଦ୍ୟୁତ' ନାମକ ଏକ ଆପର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ୱେବ ପୋର୍ଟାଲକୁ ଯାଇ ଏହି ଆପର ସୁବିଧା ପାଇପାରିବେ ରାଜ୍ୟର ସମସ୍ତ ଉପଭୋକ୍ତା । ତେବେ 5 କିଲୋୱାଟ ଯାଏଁ ବିଦ୍ୟୁତ ବ୍ୟବହାର ପାଇଁ 48 ଘଣ୍ଟାରେ ମିଳିବ ସଂଯୋଗ । 4 କୋଟି ଗ୍ରାହକ ଅନଲାଇନରେ ଦେୟ ପୈଠ କରି 2 ପ୍ରତିଶତ ରିହାତି ମଧ୍ୟ ପାଇପାରିବେ ।
ସେହିପରି ବିଦ୍ୟୁତ ସମ୍ପର୍କିତ ସମସ୍ତ ଅଭିଯୋଗର ଶୁଣାଣି ଅନଲାଇନରେ ହେବ । ଏହାସହ ଉପଭୋକ୍ତାଙ୍କ ଅଭିଯୋଗ କେତେ ଦୂର କାର୍ଯ୍ୟକାରୀ ହୋଇଛି ସେ ନେଇ ମଧ୍ୟ ସୂଚନା ମିଳିପାରିବ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ