ETV Bharat / city

ପରବର୍ତ୍ତୀ PCC ନେଇ ସୁରଙ୍କ ବୟାନ, କାଲି କହିଲେ ଆଜି ଓହରିଲେ - କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଖବର

ଓଡିଶା ପିସିସି ସଭାପତି ପରିବର୍ତ୍ତନ ନେଇ କଂଗ୍ରେସ ରାଜନୀତି ସରଗରମ ହୋଇଛି । କିଏ ହେବେ ପରବର୍ତ୍ତୀ ପିସିସି ସଭାପତି ସେ ନେଇ ଚର୍ଚ୍ଚା ଲାଗି ରହିଛି । ଏହାରି ଭିତରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଏକ ବିସ୍ଫୋରକ ମନ୍ତବ୍ୟ ଦେବା ପରେ ଆଜି ସେଥିରୁ ଓହରିଯାଇଛନ୍ତି । ଅଧିକ ପଢନ୍ତୁ

ପରବର୍ତ୍ତୀ PCC ନେଇ ସୁରଙ୍କ ବୟାନ
ପରବର୍ତ୍ତୀ PCC ନେଇ ସୁରଙ୍କ ବୟାନ
author img

By

Published : Apr 24, 2022, 1:00 PM IST

ଭୁବନେଶ୍ବର: ଓଡିଶା ପିସିସି ସଭାପତି ପରିବର୍ତ୍ତନ ନେଇ କଂଗ୍ରେସ ରାଜନୀତି ସରଗରମ ହୋଇଛି । କିଏ ହେବେ ପରବର୍ତ୍ତୀ ପିସିସି ସଭାପତି ସେ ନେଇ ଚର୍ଚ୍ଚା ଲାଗି ରହିଛି । ଏହାରି ଭିତରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଏକ ବିସ୍ଫୋରକ ମନ୍ତବ୍ୟ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିଲା । କଂଗ୍ରେସ ନୁହେଁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଇସାରରେ ସ୍ଥିର ହୋଇଥାଏ ପିସିସି ସଭାପତି ଓ ରାଜ୍ୟ ପ୍ରଭାରୀଙ୍କ ନାଁ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଉଷ୍ମତା ବଢିଥିଲା । ରାତି ପାହୁ ପାହୁ ବୟାନ ବଦଳାଇ ଦେଇଛନ୍ତି ସୁର । ପ୍ରସଙ୍ଗ ଶୈଳୀରେ ଏପରି କହିଥିବା କହିଛନ୍ତି ସୁର ରାଉତରାୟ । କାହିଁକି ଏପରି କହିଲେ ପୁଣି ଓହରିଗଲେ ସୁର । ମନ୍ତବ୍ୟକୁ ନେଇ ଦଳରେ ହେଲା କି ମନାନ୍ତର । ଏହିପରି ଏନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପରବର୍ତ୍ତୀ PCC ନେଇ ସୁରଙ୍କ ବୟାନ

ଏହା ବି ପଢନ୍ତୁ...ସୁରଙ୍କ ବିସ୍ଫୋରଣ: ନବୀନଙ୍କ ଇସାରାରେ ହୁଏ PCC ଓ ପ୍ରଭାରୀ ଚୟନ, ଜବାବ ରଖିଲା BJD

ପ୍ରକାଶ ଥାଉ କି, ଗତକାଲି (ଶନିବାର) ନବୀନ ନିବାସ ଆଗରେରେ ପିସିସି ସଭାପତି ନେଇ ବିସ୍ଫୋରକ ବୟାନ ଦେଇଥିଲେ । କଂଗ୍ରେସ-ବିଜେଡି ଲିଙ୍କର ଗୁମର ଖୋଲିଥିଲେ ଜଟଣୀ ବିଧାୟକ ତଥା ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ । ପିସିସି ସଭାପତି ଓ ରାଜ୍ୟ ପ୍ରଭାରୀ ଚୟନକୁ ନେଇ ସୁର ଭିତିରି କଥା କହିଥିଲେ । ପିସିସି ସଭାପତି କିଏ ହେବ ଆଉ ପ୍ରଭାରୀ କିଏ ହେବ ସେ ନିଷ୍ପତ୍ତି ବିଜେଡି ସଭାପତି ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଅନ୍ତି ବୋଲି କହିଥିଲେ ସୁର । ଏସବୁ କିଛି ପରିବର୍ତ୍ତନ ନବୀନଙ୍କ ଇସାରାରେ ହୁଏ ବୋଲି ସୁର କହି ରାଜ୍ୟ ରାଜନୀତିକୁ ପୁନଃର୍ବାର ରୋଚକ କରି ଦେଇଥିଲେ ।

ଆଜି ଏହି ମନ୍ତବ୍ୟକୁ ପ୍ରସଙ୍ଗଭିତ୍ତିକ କହିଥିବା କହିଛନ୍ତି ସୁର । ଆମ ସୁପ୍ରିମୋ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ । ସେ ଯାହାକୁ ପିସିସି ସଭାପତି କରିବେ ତାଙ୍କୁ ନେଇ ଆମେ କାର୍ଯ୍ୟ କରିବୁ ବୋଲି କହିଛନ୍ତି ସୁର ରାଉତରାୟ । ସୁରଙ୍କ ଏପରି ୟୁ-ଟର୍ଣ୍ଣ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.