ETV Bharat / city

ସରିଲା ଚିନ୍ତନ ଶିବିର, ପିସିସିର ନବକଳେବର ଖୁବଶୀଘ୍ର !

author img

By

Published : May 15, 2022, 8:10 PM IST

ଚିନ୍ତନ ଶିବିର ଶେଷ ହେବା ପରେ ଓଡିଶା ପିସିସିର ହେବ ନବକଳେବର । ଜନତାଙ୍କ ପାଖରେ କଂଗ୍ରେସର ନୂଆ ରୂପରେଖ ସାମ୍ନାକୁ ଆସିବ ବୋଲି କହିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । ଅଧିକ ପଢନ୍ତୁ

ସରିଲା ଚିନ୍ତନ ଶିବିର, ପିସିସିର ନବକଳେବର ଖୁବଶୀଘ୍ର !
ସରିଲା ଚିନ୍ତନ ଶିବିର, ପିସିସିର ନବକଳେବର ଖୁବଶୀଘ୍ର !

ଭୁବନେଶ୍ବର: ଚିନ୍ତନ ଶିବିର ଶେଷ ହେବା ପରେ ଓଡିଶା ପିସିସିର ହେବ ନବକଳେବର । ଜନତାଙ୍କ ପାଖରେ କଂଗ୍ରେସର ନୂଆ ରୂପରେଖ ସାମ୍ନାକୁ ଆସିବ । ସଂଗଠନରେ ହେବ ଆମୂଳଚୁଳ ପରିବର୍ତ୍ତନ । ଯୁବକ ମାନଙ୍କୁ ଅଗ୍ରାଧିକାର ଦେବା ସହ ଦଳ ପାଇଁ ଦୀର୍ଘସୂତ୍ରୀ କାର୍ଯ୍ୟ ହାତକୁ ନିଆଯିବ। ଗୋଟିଏ ପରିବାରରୁ ଗୋଟିଏ ଟିକେଟ ମିଳିବା ବିଷୟ ମଧ୍ୟ ଏକ ନୂଆ ସମ୍ଭାବନା ସୃଷ୍ଟି କରିପାରେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତ ରାୟ ।

ଗୋଟିଏ ପରିବାରରେ ଜଣଙ୍କୁ ମିଳିବ ଦଳୀୟ ଟିକେଟ । 5 ବର୍ଷରୁ ଅଧିକ ସମୟ କୌଣସି ନେତା କୌଣସି ପଦପଦବୀରେ ରହିପାରିବେ ନାହିଁ । ଯୁବକ ମାନଙ୍କୁ ଆଗକୁ ନିଆଯିବ। 50 ବୟସ ଭିତର ନେତାଙ୍କ ପାଇଁ ସଂରକ୍ଷିତ ରହିବ 50 ପ୍ରତିଶତ ଆସନ। କଂଗ୍ରେସଙ୍କୁ ଜନତାଙ୍କ ପାଖରେ ପହଞ୍ଚାଇବା ପାଇଁ କଂଗ୍ରେସ ଏଭଳି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ନେଇ ଚର୍ଚ୍ଚା ହେଉଛି । ରାଜସ୍ଥାନର ଉଦୟପୁରରେ ଆୟୋଜିତ ହୋଇଥିବା ଚିନ୍ତନ ଶିବିର ଆଜି ଶେଷ ହେଉଥିବାବେଳେ ଶିବିରରେ ଏଭଳି ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି ।

ସେପଟେ ପ୍ରିୟଙ୍କା ଗାନ୍ଧୀ ରାଜ୍ୟ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲା କୁମାର, ନିରଞ୍ଜନ ପଟ୍ଟନାୟକ ଓ କଂଗ୍ରେସର ଅନ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି । କଂଗ୍ରେସ ଦଳର ଏଜେଣ୍ଡା ପ୍ରସ୍ତୁତ ହୋଇସାରିଛି । ସୋନିଆ, ରାହୁଲ ଗାନ୍ଧୀଙ୍କ ସହ ପ୍ରିୟଙ୍କା ହେଉଛନ୍ତି କଂଗ୍ରେସ ଦଳର ନେତ୍ରୀ । ପ୍ରିୟଙ୍କା ସଭାପତି ହେଲେ କିଛି ଅସୁବିଧା ନାହିଁ। ସେମାନେ ଯାହା ନିଷ୍ପତ୍ତି ନେବେ ଆମେ ମାନିବୁ ବୋଲି ବିଧାୟକ ସୁର କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.