ETV Bharat / city

ଟୀକାକରଣ ନେଇ ଲୋକଙ୍କ ମନରୁ ଶଙ୍କା ଦୂର କଲେ ସୁର - MLA Sura Routh's reaction

ଲୋକମାନଙ୍କ ନେତା ହିସାବରେ ପ୍ରଥମେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା ନିଅନ୍ତୁ ବୋଲି ସୁର ରାଉତରାୟ କହିଛନ୍ତି। ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପରେ ତାଙ୍କୁ ଟିକା ଦିଆଯାଉ ବୋଲି ସେ କହିଛନ୍ତି। ଅଧିକ ପଢନ୍ତୁ...

କୋରୋନା ଟୀକାକରଣ ନେଇ ଶଙ୍କା ଦୂରକଲେ ସୁର
କୋରୋନା ଟୀକାକରଣ ନେଇ ଶଙ୍କା ଦୂରକଲେ ସୁର
author img

By

Published : Jan 12, 2021, 3:39 PM IST

ଭୁବନେଶ୍ବର: 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁମେ ବହୁତ ବଡ଼ ବଡ଼ କଥା ଲୋକଙ୍କୁ କହୁଛ। ତୁମେମାନେ ଆଗ କୋରୋନା ଟିକା ନିଅ '। ଏହାପରେ ତୃତୀୟରେ ମୋତେ ଦିଅ । କିଛି ଏଭଳି ଢଙ୍ଗରେ କୋରୋନା ଟିକାକୁ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ।

କୋରୋନା ଟୀକାକରଣ ନେଇ ଶଙ୍କା ଦୂରକଲେ ସୁର

ଯାହା ଫଳରେ କୋରୋନା ଟିକାକୁ ନେଇ ଲୋକମାନଙ୍କ ମନରେ ଥିବା ସନ୍ଦେହ ଦୂରହେବ । ବିଧାୟକ ସୁର କହୁଛନ୍ତି କି, ବିଶ୍ବରେ ଯେଉଁଠାରେ ବି ଏହି ଟିକା ଯାହାକୁ ବି ଦିଆଯାଇଛି, ପରବର୍ତ୍ତୀ ସମୟରେ ତାଙ୍କ ଠାରେ କୋରୋନା ହୋଇଥିବା ଲକ୍ଷ୍ୟ କରାଯାଇଛି। ଯାହାଫଳରେ ସାଧାରଣ ଲୋକଙ୍କ ମନରେ ଟିକାକୁ ନେଇ ସନ୍ଦେହ ଦେଖାଦେଇଛି।

ତେଣୁ ଲୋକମାନଙ୍କ ନେତା ହିସାବରେ ପ୍ରଥମେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା ନିଅନ୍ତୁ ବୋଲି ଶ୍ରୀ ରାଉତରାୟ କହିଛନ୍ତି। ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପରେ ତାଙ୍କୁ ଟିକା ଦିଆଯାଉ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ କି, ରାଜ୍ୟରେ ଟିକାକରଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି(ମଙ୍ଗଳବାର) ଅପରାହ୍ନରେ ପ୍ରଥମ ପର୍ଯ୍ୟାୟର ଟିକା ଓଡିଶାରେ ପହଞ୍ଚିବ ବୋଲି ସୂଚନା ରହିଛି। ଆସନ୍ତା 16 ରେ ସାରା ଭାରତ ବର୍ଷରେ ପ୍ରଥମେ ଟିକାକରଣ ହେବ । ଯାହାକୁ ପ୍ରଥମେ ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡିର କୋରୋନା ଯୋଦ୍ଧାଙ୍କୁ ଦିଆଯିବ ବୋଲି ସ୍ଥିର କରାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.