ETV Bharat / city

ଖସିଲା ତୈଳ ଦର; ବିରି ମାଡ ଦେଖି କୋଳଥ ଚୋପା କହିଲେ ସୁର

author img

By

Published : Nov 4, 2021, 6:58 PM IST

ଚେତିଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଅବିଳମ୍ବେ ହେଉ ପଛେ ପେଟ୍ରୋଲ ଓ ଡିଜେଲ ଉପରୁ କମିଲା ଉତ୍ପାଦ ଶୁଳ୍କ ବୋଲି କହିଛନ୍ତି ବିଧାୟକ ସୁର । ଅଧିକ ପଢନ୍ତୁ...

ଖସିଲା ତୈଳ ଦର; ବିରିମାଡ ଦେଖି କୋଳଥ ଚୋପା କହିଲେ ସୁର

ଭୁବନେଶ୍ବର: ଆଖି ଖୋଲିଦେଲା ଉପନିର୍ବାଚନ ଫଳାଫଳ । ଚେତିଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଅବିଳମ୍ବେ ହେଉ ପଛେ ପେଟ୍ରୋଲ ଓ ଡିଜେଲରୁ କମିଲା ଟିକସ। ବିଜେପି ଶାସିତ ହିମାଚଳ ପ୍ରଦେଶରେ 3 ଟି ବିଧାନସଭା ଓ ଗୋଟିଏ ଲୋକସଭ ଆସନରେ ବିଜେପିକୁ ଶକ୍ତ ଝଟକା ଲାଗିବା ପରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି । ଆଉ ତାର ୨୪ ଘଣ୍ଟା ନ ପୁରୁଣୁ ରାଜ୍ୟ ସରକାର ମଧ୍ୟ ତୈଳ ଦର ଉପରେ ଭ୍ୟାଟ ଟିକସ ହ୍ରାସ କରିଛନ୍ତି । ବିରି ମାଡ଼ ଦେଖି କୋଲଥ ଚେପା ସଦୃଶ ରାଜ୍ୟ ସରକାର ହିମାଚଳ ପ୍ରଦେଶ ଉପନିର୍ବାଚନ ଫଳାଫଳରୁ ଡରି ଏଭଳି ଟିକସ କମାଇବାକୁ ବାଧ୍ୟ ହୋଇଛନ୍ତି ବୋଲି ବିରୋଧୀ କହିଛନ୍ତି ।

ଆଜି ରାଜ୍ୟ ସରକାର ଭ୍ୟାଟ ଟ୍ୟାକ୍ସ 3 ଟଙ୍କା କମାଇଛନ୍ତି । ହେଲେ ଏହା ପର୍ଯ୍ୟାପ୍ତ ନୁହେଁ। ପେଟ୍ରୋଲ ଉପରେ ଅଧିକ ୨୦ ଟଙ୍କା ଓ ଡିଜେଲ ଉପରେ ୩୦ ଟଙ୍କା ହ୍ରାସ କରନ୍ତୁ । ନଚେତ ଏହା ବିରୋଧରେ ଜାନୁଆରୀ ପହିଲାରେ ଭୁବନେଶ୍ୱରରେ ଏକ ବଡ଼ ସମାବେଶ ହେବ ବୋଲି ଦାବି କରିଛନ୍ତି ବିଧାୟକ ସୁର ରାଉତରାୟ। ସୁରଙ୍କ ସହ ସ୍ୱର ମିଳାଇଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା। ସଦ୍ୟତମ ଉପନିର୍ବାଚନରେ ବିଜେପି ହାରିବା ଏବଂ ଆଗକୁ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଥିବାରୁ କେନ୍ଦ୍ର ସରକାର ଡରି ଏଭଳି ନିଷ୍ପତ୍ତି ନେଇଛନ୍ତି।

ଉଭୟ ସରକାରଙ୍କୁ ଆମେ ଚେତେଇ ଦେଉଛୁ ଯଦି ଆହୁରି ଅଧିକ ଦର ନ କମିବ ଆଗକୁ ଆନ୍ଦୋଳନ ହେବ। ବୁଧବାର କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଏକସାଇଜ ଡ୍ୟୁଟି ହ୍ରାସ କରିଛନ୍ତି। ଫଳରେ ମଧ୍ୟ ରାତ୍ରିରୁ ଉଭୟ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି। ଫଳରେ ଆଜି(ଗୁରୁବାର) ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା 104ଟଙ୍କା 88ପଇସା ଓ ଡିଜେଲ ଲିଟର ପିଛା 94ଟଙ୍କା 51ପଇସାକୁ ଖସିଛି। ପୂର୍ବରୁ ପେଟ୍ରୋଲ ଲିଟର 111ଟଙ୍କା 03ପଇସା ଥିଲା। ଏବଂ ଡିଜେଲ ଦର ଲିଟର ପିଛା 107ଟଙ୍କା 38ପଇସା ଥିଲା। ଏକ୍ସାଇଜ ଡ୍ୟୁଟି ହ୍ରାସ ପରେ ପେଟ୍ରୋଲ ଦରରେ 6 ଟଙ୍କା 15ପଇସା ଓ ଡିଜେଲ ଲିଟର ପିଛା 12ଟଙ୍କା 87ପଇସା କମିଛି। ସେହିପରି ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ 3 ଟଙ୍କା ଭ୍ୟାଟ ଟ୍ୟାକ୍ସ ହ୍ରାସ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.