ETV Bharat / city

ସୌମ୍ୟଙ୍କ ଟାର୍ଗେଟରେ ଦିବ୍ୟଶଙ୍କର ! ପଢାଇଲେ ନୀତି-ନୈତିକତାର ପାଠ - ସୌମ୍ୟ ରଞ୍ଜନ ପଟ୍ଟନାୟକ

ବିଗତ ଦିନର ସମ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ତତକାଳୀନ ମନ୍ତ୍ରୀ ଅତନୁଙ୍କ କୌଣସି ଭୂମିକା ନଥିବା ସତ୍ତ୍ବେ ସେ ନୈତିକ ମୂଲ୍ୟବୋଧ ଦୃଷ୍ଟିରୁ ଇସ୍ତଫା ଦେଇଥିଲେ । ତାଙ୍କ ବିରୋଧରେ ମଧ୍ୟ କୌଣସି ପ୍ରମାଣ ନଥାଇ ସେ ପଦ ଛାଡିଥିଲେ, ତେଣୁ ମମିତା ହତ୍ୟାକାଣ୍ଡରେ ମନ୍ତ୍ରୀଙ୍କ ବିରୋଧରେ ସମ୍ପୃକ୍ତି ଅଭିଯୋଗ ଆସୁଥିଲେ ସୁଦ୍ଧା ମନ୍ତ୍ରୀ ଇସ୍ତଫା ନଦେବା ଦ୍ବାରା କ'ଣ ବିଜେଡି ସରକାରରେ ୨ ପ୍ରକାର ମାପଦଣ୍ଡ ଲାଗୁ କରାଯାଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଅଧିକ ପଢନ୍ତୁ...

ସୌମ୍ୟଙ୍କ ଟାର୍ଗେଟରେ ଦିବ୍ୟଶଙ୍କର ! ପଢାଇଲେ ନୀତି-ନୈତିକତାର ପାଠ

author img

By

Published : Nov 1, 2021, 1:58 PM IST

ଭୁବନେଶ୍ବର: ପୁଣି ଚର୍ଚ୍ଚାରେ ‘ଆମ ଘର ହାଲଚାଲ’ । ଏଥର ଟାର୍ଗେଟରେ ଗୃହ ରାଷ୍ଟ୍ରମନ୍ତ୍ରୀ । କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବିଧାୟକ ତଥା ଦୈନିକ ଖବର କାଗଜ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନଙ୍କ ସିରିଜ୍ ସମ୍ପାଦକୀୟ ଆକ୍ରମଣ । ଏହି ସମ୍ବେଦନଶୀଳ ଘଟଣାରେ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ତେରଛା ବାଣ ପରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଡାଇରେକ୍ଟ ଆଟାକ୍ । ମମିତା ହତ୍ୟାକାଣ୍ଡରେ ବିରୋଧୀ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ନାଛୋଡବନ୍ଧା ଥିବା ବେଳେ ସୌମ୍ୟ ଗୋଟିଏ ପରେ ଗୋଟିଏ ସମ୍ପାଦକୀୟ ବିସ୍ଫୋରଣ କରି ସରକାରଙ୍କୁ ଘେରୁଛନ୍ତି ।

ମମିତା ହତ୍ୟାକାଣ୍ଡର ପ୍ରାୟ ୩ ସପ୍ତାହ ପରେ ବିରୋଧୀଙ୍କ ପ୍ରବଳ ବିରୋଧ ପରେ, ପ୍ରେସ୍ ବିବୃତ୍ତି ଜରିଆରେ ମନ୍ତ୍ରୀ ତମାମ ଅଭିଯୋଗକୁ ବାଏଁ ବାଏଁ ଖଣ୍ଡନ କରିଥିଲେ । ଘଟଣାରେ ମନ୍ତ୍ରୀଙ୍କ ସଫେଇ ନେଇ ଦୁଇଟି ଚିଠି ମଧ୍ୟ ଭାଇରାଲ ହୋଇଥିଲା । ଭାଇରାଲ ଚିଠିରେ ମନ୍ତ୍ରୀ ନିଜକୁ ନିର୍ଦ୍ଦୋଷ, ଘଟଣାରେ ଦୁଃଖିତ ଏବଂ ମୃତ ମମିତାଙ୍କ ପରିବାରର ପ୍ରତି ଗଭୀର ସମବେଦନା ଜଣାଇବା ସହିତ ନୀତି ଏବଂ ନୈତିକତା ପାଠ ପଢାଇଥିଲେ । ସେ ଜଣେ ବାୟୁସେନାର ପୂର୍ବତନ କର୍ଚଚାରୀ ହୋଇଥିବାରୁ ବାୟୁସେନାର ଆଦର୍ଶ ଦ୍ବାହି ଦେଇ ନିଜକୁ ବଳି ଦେବି ପଛେ କାହାର କିଛି ଅନିଷ୍ଠ କରିବି ନାହିଁ ବୋଲି ନୀତିବାଣୀ ଦେଇଥିଲେ । ଖାଲି ସେତିକି ନୁହେଁ, ବିରୋଧୀଙ୍କ ସମସ୍ତ ଅଭିଯୋଗକୁ ଅସ୍ବୀକାର କରିବା ସହିତ, ତାଙ୍କ ବିରୋଧରେ ବିରୋଧୀଙ୍କ ନିକଟରେ ଯଦି ପ୍ରମାଣ ଅଛି କୋର୍ଟରେ ଦାଖଲ କରିବାକୁ ଚ୍ୟାଲେଞ୍ଜ କରିଥିଲେ । ଏହାସହିତ କଳାହାଣ୍ଡି ଅଧିଷ୍ଠାତ୍ରୀ ଦେବୀଙ୍କ ରାଣ ଖାଇ ନିଜକୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଏବଂ ଘଟଣାରେ ତାଙ୍କ ସମ୍ପୃକ୍ତି ଆସଲେ ସାଧାରଣ ଜୀବନରୁ ସନ୍ୟାସ ନେବେ ବୋଲି କହିଥିଲେ ।

ତେବେ ମନ୍ତ୍ରୀଙ୍କ ଏହି ନିଜକୁ ଧୂଆମୂଳା ସଫେଇ ପରେ ସମ୍ପାଦକୀୟ ବାଣ ମାରିଛନ୍ତି ବିଧାୟକ ସୌମ୍ୟ । ‘ବୃତ୍ତି, ପାର୍ଟି ଓ ମାଟି’ ନାମକ ସମ୍ପାଦକୀୟରେ ମନ୍ତ୍ରୀଙ୍କୁ ଘେରିଛନ୍ତି ସୌମ୍ୟ । ମନ୍ତ୍ରୀଙ୍କ ନୀତି, ନୈତିକତା ଏବଂ ମୂଲ୍ୟବୋଧର ପାଠ ପଢାଇବା ସହିତ ବିଗତ ଦିନର କିଛି ଘଟଣାବଳୀ ସମ୍ପର୍କରେ ମନେପକାଇ ଦେଇଛନ୍ତି । ମନ୍ତ୍ରୀ ଯେଉଁ କିଛି ବିନ୍ଦୁରେ ନିଜର ପକ୍ଷ ରଖିବା ସହିତ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି, ସେହି ସମସ୍ତ ବିନ୍ଦୁକୁ କଡା ସମାଲୋଚନା କରିଛନ୍ତି ସୌମ୍ୟ । ନିକଟ ଅତୀତରେ ସମ୍ବେଦନଶୀଳ ଘଟଣାରେ ମନ୍ତ୍ରୀ ପଦ ହରାଇଥିବା କଥା ଉଠାଇବା ସହିତ ପାର୍ଟି ନା ମାଟି ବଡ ତାହା ଦର୍ଶାଇଛନ୍ତି ।

ସୌମ୍ୟ ମନ୍ତ୍ରୀଙ୍କ ସମାଲୋଚନା କରି ଲେଖିଛନ୍ତି, ଯଦି ମନ୍ତ୍ରୀ ଘଟଣାରେ ଦୁଃଖିତ ଏବଂ ପରିବାର ପ୍ରତି ସମବେଦନା ଅଛି, ତାହାଲେ ୩ ସପ୍ତାହ ପରେ ମୁହଁ ଖୋଲିଲେ କାହିଁକି ? ଏତେଦିନ ପର୍ଯ୍ୟନ୍ତ ମନ୍ତ୍ରୀ କ'ଣ ପାଇଁ ପୀଡିତାଙ୍କ ପରିବାରକୁ ଭେଟିଲେ ନି ? ବାୟୁସେନା ଆଦର୍ଶ କଥା ଉଠାଇ, ମମିତାଙ୍କ ଘଟଣାରେ କିଏ ଆହତ ଏବଂ କ୍ଷତିଗ୍ରସ୍ତ ବୋଲି ପ୍ରଶ୍ନ କରିଛନ୍ତି । ସଶସ୍ତ୍ର ବାହିନୀର ଲଢୁଆ ସୈନିକର ସାହସ ଏବଂ ବଳିଦାନର ଆଦର୍ଶ କୁଆଡେ ଗଲା ବୋଲି ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ଏହାସହିତ ଆଇନ ତା ବାଟରେ ଯିବ, କଥା ଉଠାଇ ଦିବ୍ୟଶଙ୍କରକୁ ଆଇନ କାନୁନ ପାଠ ପଢାଇଛନ୍ତି । ଯଦି ଆଇନକୁ କାର୍ଯ୍ୟକାରୀ କରୁଥିବା ସଂସ୍ଥା ଗୁଡିକ ନିରପେକ୍ଷ ଏବଂ ମୁକ୍ତ ହେବେ ନାହିଁ, ତାହାଲେ ତଦନ୍ତ ବାଟବଣା ହେବ । ମନ୍ତ୍ରୀଙ୍କ ଯେପର୍ଯ୍ୟନ୍ତ ତାଙ୍କ ପଦବୀରେ ଥିବେ ସମ୍ପୃକ୍ତ ସଂସ୍ଥା ଗୁଡିକ ନିପରେକ୍ଷ ତଦନ୍ତ କରିପାରିବେ ନାହିଁ ବୋଲି କହିଛନ୍ତି ସୌମ୍ୟ ।

ସେହିପରି ଗଣମାଧ୍ୟମକୁ ମନ୍ତ୍ରୀ ଟାର୍ଗେଟ କରିବା ପ୍ରସଙ୍ଗରେ ମନ୍ତ୍ରୀଙ୍କ ନୈତିକତାର ମୂଲ୍ୟବୋଧ ଏବଂ ଗୋଟିଏ ପକ୍ଷ ପଠ ପଢାଇଛନ୍ତି । ତାଙ୍କ ବିରୋଧରେ ପ୍ରମାଣ ଥିଲେ କୋର୍ଟକୁ ଯିବା ପ୍ରସଙ୍ଗରେ ସେ କହିଛନ୍ତି ଏହା ପୋଲିସର କାମ ଲୋକଙ୍କ ନୁହେଁ । ସେହିପରି ବିଗତ ଦିନର ସମ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ତତକାଳୀନ ମନ୍ତ୍ରୀ ଅତନୁଙ୍କ କୌଣସି ଭୂମିକା ନଥିବା ସତ୍ତ୍ବେ ସେ ନୈତିକ ମୂଲ୍ୟବୋଧ ଦୃଷ୍ଟିରୁ ଇସ୍ତଫା ଦେଇଥିଲେ । ତାଙ୍କ ବିରୋଧରେ ମଧ୍ୟ କୌଣସି ପ୍ରମାଣ ନଥାଇ ସେ ପଦ ଛାଡିଥିଲେ, ତେଣୁ ମମିତା ହତ୍ୟାକାଣ୍ଡରେ ମନ୍ତ୍ରୀଙ୍କ ବିରୋଧରେ ସମ୍ପୃକ୍ତି ଅଭିଯୋଗ ଆସୁଥିଲେ ସୁଦ୍ଧା ମନ୍ତ୍ରୀ ଇସ୍ତଫା ନଦେବା ଦ୍ବାରା କଣ ସରକାରରେ ଦୁଇ ପ୍ରକାର ମାପଦଣ୍ଡ ଲାଗୁ କରାଯାଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି । ଶେଷରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଣିକେଶ୍ବରୀଙ୍କ ରାଣ କଥା ଉଠାଇ, କହିଛନ୍ତି ଯେତେବେଳେ ଜଣେ ଅତ୍ୟନ୍ତ ଅସହାୟ ଅନୁଭବ କରେ ସେ ଈଶ୍ବରଙ୍କ ନିକଟରେ ଶରଣାପନ୍ନ ହୁଏ । ତେବେ ମନ୍ତ୍ରୀ ଏପରି ଅସହାୟ ଅନୁଭବ କରୁଛନ୍ତି କାହିଁକି ବୋଲି କଟାକ୍ଷ କରିଛନ୍ତି ।

ଏହାସହିତ ହତ୍ୟାକାଣ୍ଡ ମାମଲାରେ ନେଇ ରାଜରାସ୍ତାରେ ବିରୋଧ ଆରମ୍ଭ ହେବା ପରଠୁ ମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମ ବାତିଲ ହେବା ନେଇ ସୌମ୍ୟ କହିଛନ୍ତି, ମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଲେନି, ପରେ ବିରୋଧ ପରେ ପୁଣି ଦୃଶ୍ୟମାନ ହେଲେ, ଏପରିକି ନିଜ ସରକାରୀ ବାସଭବନ ଛାଡି ଅନ୍ୟତ୍ର ରହିବା ଖବର ସାମ୍ନାକୁ ଆସିଲା, ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ଗୃହ ରାଷ୍ଟ୍ରମନ୍ତ୍ରୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି , ସେ ଅନ୍ୟକୁ ସୁରକ୍ଷା ଦେବେ କିପରି ?

ଶେଷରେ ସମ୍ପୂର୍ଣ୍ଣ ଘଟଣାରେ ନିଜ ବିଚାର ରଖି କହିଛନ୍ତି, ପାର୍ଟି ବଡ ନୁହେଁ, ମାଟିର ସ୍ବାର୍ଥ ସର୍ବୋପରି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.