ETV Bharat / city

ଜଗନ୍ନାଥଙ୍କୁ ନେଇ ରାଜନୀତି ନକରନ୍ତୁ ସମ୍ବିତ: କଂଗ୍ରେସ ବିଧାୟକ

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଧରି ବୁଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଜଗନ୍ନାଥଙ୍କୁ ନେଇ ରାଜନୀତି କରିବା କଥା ନୁହେଁ । ଦଳର ଷ୍ଟାଣ୍ଡ ଅନୁସାରେ ସମ୍ବିତ ଏପରି କରୁଛନ୍ତି ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା । ଅଧିକ ପଢନ୍ତୁ

କଂଗ୍ରେସ ବିଧାୟକ
କଂଗ୍ରେସ ବିଧାୟକ
author img

By

Published : May 11, 2022, 6:31 PM IST

ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଧରି ବୁଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଜଗନ୍ନାଥଙ୍କୁ ନେଇ ରାଜନୀତି କରିବା କଥା ନୁହେଁ । ଦଳର ଷ୍ଟାଣ୍ଡ ଅନୁସାରେ ସମ୍ବିତ ଏପରି କରୁଛନ୍ତି ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା । ବିଧାୟକ କହିଛନ୍ତି, "ବିଜେପିର ଷ୍ଟାଣ୍ଡ ଅନୁସାରେ ସମ୍ବିତ ଏପରି କରୁଛନ୍ତି । ଜଗନ୍ନାଥଙ୍କୁ ନେଇ ରାଜନୀତି କରିବା କଥା ନୁହେଁ । ସମ୍ବିତ ଯାହା କରୁଛନ୍ତି ତାହାକୁ କେହି ଭଲ ଦୃଷ୍ଟିରେ ଦେଖୁନାହାଁନ୍ତି । ତାହାକୁ କଂଗ୍ରେସ ନିନ୍ଦା କରୁଛି । ରାଜ୍ୟ ସରକାର ମଧ୍ୟ ଏ ନେଇ ରାଜନୀତି କରିବାର ଆବଶ୍ୟକତା ନାହିଁ । ଯେଉଁଭଳି ଭାବେ ବଡ ଦେଉଳ ସୁରକ୍ଷିତ ରହିବ, ସେ ନେଇ ମିଳିମିଶି କାର୍ଯ୍ୟ କରିବା କଥା ।"

ଜଗନ୍ନାଥଙ୍କୁ ନେଇ ରାଜନୀତି ନକରନ୍ତୁ ସମ୍ବିତ: କଂଗ୍ରେସ ବିଧାୟକ

ଏ ପ୍ରସଙ୍ଗରେ ବିଜେପି ଓ ବିଜେଡି ରାଜନୀତି ନକରନ୍ତୁ । କଂଗ୍ରେସ କହିଆସୁଛି ଯେ, ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ । ଭାଇ ଭାଇ ହୋଇ ରାଜନୀତି କରୁଛନ୍ତି । ଉଭୟ ଦଳ ରାଜନୀତି ଛଡା ଆଉ କିଛି ଜାଣନ୍ତି ନାହିଁ ବୋଲି ସେ କହିଛନ୍ତି । ଏହାକୁ କଂଗେସ ନିନ୍ଦା କରୁଛି ବୋଲି ସାଲୁଜା କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.