ETV Bharat / city

ବିଧାୟକ ପ୍ରଣବଙ୍କୁ ଳୋକାୟୁକ୍ତଙ୍କ କ୍ଲିନଚିଟ୍ ପ୍ରସଙ୍ଗ; ହାଇକୋର୍ଟ ଯିବେ ସୂଚନା ଅଧିକାର କର୍ମୀ - Rti Activist

ନଦୀବନ୍ଧ ନିର୍ମାଣ ଯୋଗୁଁ ଘାଇ ସୃଷ୍ଟି ହୋଇ ବ୍ୟାପକ ପରିମାଣର ଚାଷଜମି ନଷ୍ଟ ହୋଇଥିବା ନେଇ ଭିଜିଲାନ୍ସ ତଦନ୍ତ ଦ୍ବାରା କୌଣସି ସୁଫଳ ନ ମିଳିବାରୁ ଳୋକାୟୁକ୍ତଙ୍କ କ୍ଲିନଚିଟ ପ୍ରସଙ୍ଗରେ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବାକୁ ସୂଚନା ଅଧିକାର କର୍ମୀଙ୍କ ଦାବି । ଅଧିକ ପଢନ୍ତୁ...

ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଳୋକାୟୁକ୍ତଙ୍କ କ୍ଲିନଚିଟ ପ୍ରସଙ୍ଗରେ ହାଇକୋର୍ଟ ଯିବେ ସୂଚନା ଅଧିକାର କର୍ମୀ

author img

By

Published : Jul 23, 2021, 10:30 PM IST

ଭୁବନେଶ୍ବର: ବିଧାୟକଙ୍କୁ ଲୋକାୟୁକ୍ତଙ୍କ କ୍ଲିନଚିଟ୍ । ଗତ ବନ୍ୟାରେ ଯାଜପୁର ଜିଲ୍ଳା ଧର୍ମଶାଳା କେଳୁଆ ନଦୀବନ୍ଧ ଠାରେ ରମାପୁର ଘାଇ ମନୁଷ୍ୟକୃତ ଭାବେ କାର୍ଯ୍ୟ ହୋଇଥିବା ଅଭିଯୋଗରେ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଳୋକାୟୁକ୍ତଙ୍କ କ୍ଲିନଚିଟ ପ୍ରସଙ୍ଗ । ଲୋକାୟୁକ୍ତଙ୍କ ରାୟକୁ ଚାଲେଞ୍ଜ କରି ହାଇକୋର୍ଟ ଯିବେ ସୂଚନା ଅଧିକାର କର୍ମୀ ସର୍ବେଶ୍ଵର ବେହେରା । ମାମଲାର ଭିଜିଲାନ୍ସ ତଦନ୍ତ ନେଇ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ ।

ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଳୋକାୟୁକ୍ତଙ୍କ କ୍ଲିନଚିଟ ପ୍ରସଙ୍ଗରେ ହାଇକୋର୍ଟ ଯିବେ ସୂଚନା ଅଧିକାର କର୍ମୀ

ଭିଜିଲାନ୍ସଙ୍କ ତଦନ୍ତ ରିପୋର୍ଟ ଆଧାରରେ ବିଧାୟକ ଏବଂ ଅନ୍ୟ ସରକାରୀ ଅଧିକାରୀଙ୍କୁ କ୍ଲିନଚିଟ ଦେଇଛନ୍ତି ଲୋକାୟୁକ୍ତ । ତେବେ ଭିଜିଲାନ୍ସ ତଦନ୍ତ ରିପୋର୍ଟ ଚାପଗ୍ରସ୍ଥ ଏବଂ ଏକପାଖିଆ ବୋଲି ଅଭିଯୋଗ ହୋଇଛି । ଏହାସହ ଭିଜିଲାନ୍ସ ତଦନ୍ତ ରିପୋର୍ଟ ମଧ୍ୟ ଦେଲେ ନାହିଁ । ସେପଟେ ଏହାକୁ ବିରୋଧ କରି ହାଇକୋର୍ଟକୁ ମାମଲା ନେବାକୁ ଦାବୀ ହୋଇଛି । ଜାଣିଶୁଣି ସେଠାରେ ମନୁଷ୍ୟକୃତ ଭାବେ ଘାଇ ସୃଷ୍ଟି କରାଯାଇଥିବା ନେଇ ଳୋକାୟୁକ୍ତଙ୍କ ଦ୍ଵାରସ୍ଥ ହୋଇଥିଲେ ସୂଚନା ଅଧିକାର କର୍ମୀ ସର୍ବେଶ୍ଵର ବେହରା ।

ଯାହାଫଳରେ 4000 ହେକ୍ଟରରୁ ଉର୍ଦ୍ଧ୍ବ ଚାଷ ଜମି ନଷ୍ଟ ହୋଇଥିବା ନେଇ ଅଭିଯୋଗରେ ଦର୍ଶାଯାଇଥିଲା । ଆଉ ଏଥିରେ ସ୍ଥାନୀୟ ବିଧାୟକ ଏବଂ କିଛି ସରକାରୀ ଅଧିକାରୀଙ୍କ ସଂପୃକ୍ତି ନେଇ ଅଭିଯୋଗ ହୋଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.