ETV Bharat / city

ମୋତେ ନେଇ ଚର୍ଚ୍ଚା, ଅବାସ୍ତବ: କଂଗ୍ରେସ ବିଧାୟକ

author img

By

Published : Jun 22, 2022, 7:51 PM IST

Updated : Jun 22, 2022, 8:13 PM IST

ନବ ନିଯୁକ୍ତ ପିସିସି ସଭାପତିଙ୍କ ବୈଠକରେ ଯୋଗ ନ ଦେବା ପ୍ରସଙ୍ଗରେ ମୁହଁ ଖୋଲିଲେ ବିଧାୟକ ମହମ୍ମଦ ମୋକିମ । ଅଧିକ ପଢନ୍ତୁ

ମୋକିମ ପିସିସି ସଭାପତିଙ୍କ ବୈଠକରେ ଯୋଗନଦେବା ପ୍ରସଙ୍ଗ: ପ୍ରତିକ୍ରିୟା ରଖିଲେ ବିଧାୟକ

ଭୁବନେଶ୍ବର: ନବ ନିଯୁକ୍ତ ପିସିସି ସଭାପତିଙ୍କ ବୈଠକରେ ଯୋଗ ନ ଦେବା ପ୍ରସଙ୍ଗରେ ମୁହଁ ଖୋଲିଲେ ବିଧାୟକ ମହମ୍ମଦ ମୋକିମ । ଯାହା ଚର୍ଚ୍ଚା ହେଉଛି ତାହା ଅବାସ୍ତବ କଥା । କୌଣସି ଅସନ୍ତୋଷ ନ ଥିବା କହିଛନ୍ତି ମୋକିମ । ଦଳ ସହ ସୁଦୃଢ଼ ଭାବେ ରହି ଆନ୍ଦୋଳନ କରୁଛୁ । କଂଗ୍ରେସରୁ ରାଜନୈତିକ ଜୀବନ ଆରମ୍ଭ ଓ ଶେଷ ବୋଲି ମୋକିମ ସ୍ପଷ୍ଟ କରିଛନ୍ତି ।

ବିଧାୟକ ଆହୁରି ମଧ୍ୟ କହିଛନ୍ତି ଯେ, ବିଗତ ଦିନରେ ଯେଉଁ ଚର୍ଚ୍ଚା ହେଉଛି ତାହା ଅବାସ୍ତବ । ତେଣୁ ଆଲୋଚନା କରିବାକୁ ଚାହୁଁନାହିଁ । ସ୍ୱାଧୀନତା ସଂଗ୍ରାମରୁ କଂଗ୍ରେସର ଜନ୍ମ । ମୋ ପୂର୍ବଜ ସାଲେପୁରର ପ୍ରଥମ କଂଗ୍ରେସ ବିଧାୟକ ହୋଇଥିଲେ । ସେହି ପରିବାରରୁ ମୁଁ ଆସିଛି । କଂଗ୍ରେସକୁ ଭଲ ପାଇଛି । ଛାତ୍ର ଜୀବନରୁ ରାଜନୀତିରେ ଅଛି । କଂଗ୍ରେସକୁ ମଜବୁତ କରିବା ଦାୟିତ୍ୱ ଆମର । କଟକ-ବାରବାଟୀରୁ ମୁଁ ବିଧାୟକ ହୋଇଛି ।

1972 ରେ ନନ୍ଦିନୀ ଶତପଥୀଙ୍କ ଉପନିର୍ବାଚନ ପରେ କଂଗ୍ରେସରୁ ମୁଁ ବିଧାୟକ ହୋଇଛି । ସେଥିପାଇଁ ମୁଁ ଗର୍ବିତ । ଅବଶ୍ୟ 1980 ରେ ଶ୍ରୀକାନ୍ତ ଜେନା ବିଜୟ ହେବା ପରେ କଂଗ୍ରେସକୁ ଆସିଥିଲେ । କଂଗ୍ରେସକୁ ରାଜ୍ୟରେ ଆଗକୁ ନେବା ପାଇଁ ଯାହା ପଦକ୍ଷେପ ନେବା କଥା ନିଆଯିବ । ବର୍ତ୍ତମାନ ବିଧାୟକ ଭାବେ ଦାୟିତ୍ୱ ମିଳିଛି, ତାହାକୁ ତୁଲାଉଛୁ । ଆଗକୁ ଯାହା ମିଳିବ ତାକୁ ମଧ୍ୟ ତୁଲାଇବୁ । ଶୃଙ୍ଖଳିତ କର୍ମୀ ଭାବରେ କାର୍ଯ୍ୟ କରିବୁ । ପିସିସି ସଭାପତି ମୋ ପାରିବାରିକ ବନ୍ଧୁ । ଆଜି ନୁହେଁ ସେ ଯୁବ କଂଗ୍ରେସ ସଭାପତି ଥିବା ଅମଳରୁ ତାଙ୍କ ସହ ସମ୍ପର୍କ ରହିଛି । ମୋ ଭାଇ ସାଧାରଣ ସମ୍ପାଦକ ଥିଲେ, ସାଙ୍ଗ ହୋଇ କାମ କରୁଥିଲେ । ସେମିତି କିଛି ବିବାଦ ନାହିଁ । ସୁବିଧା, ଅସୁବିଧା ଭିତରେ କିଏ କେଉଁଠିକୁ ଆସିପାରି ନାହିଁ, ତେଣୁ ତାହାକୁ ନେଇ ଆଲୋଚନା କରିବା ଉଚିତ ନୁହେଁ ବୋଲି କଂଗ୍ରେସ ବାରବାଟୀ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 22, 2022, 8:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.