ETV Bharat / city

ପାଣ୍ଠି ଖର୍ଚ୍ଚ କରିପାରୁ ନାହାନ୍ତି ସରକାର - ଶୀତକାଳୀନ ଅଧିବେଶନ 2019

କେବଳ ଘେଷଣା ଓ ଖାତା-ଖତିୟାନରେ ସୀମିତ ରହିଛି ରାଜ୍ୟ ସରକାରଙ୍କ ପୂଳା ପୂଳା ଯୋଜନା । ବଜେଟରେ ମୋଟା ଅଙ୍କର ବ୍ୟୟବରାଦ ବି ହେଉଛି ? ହେଲେ ସେଥିରୁ କେତେ ଖର୍ଚ୍ଚ ହେଉଛି ? ସେ ପ୍ରତି କାହାର ଦୃଷ୍ଟି ଯାଉନି ।

ପାଣ୍ଠି ଖର୍ଚ୍ଚ କରିପାରୁ ନାହାନ୍ତି ସରକାର
author img

By

Published : Nov 15, 2019, 2:05 AM IST

ଭୁବନେଶ୍ବର: ପ୍ରତିବର୍ଷ ବଜେଟରେ ଅର୍ଥ ମଞ୍ଜୁର ହେଉଛି ଏବଂ ପ୍ରକଳ୍ପ ବି ଚୂଡାନ୍ତ ହେଉଛି । ହେଲେ ଟଙ୍କା ଖର୍ଚ୍ଚ ହୋଇପାରୁନି । ସେ ବିଜୁ କେବିକେ ହେଉ କି ବିଧାୟକ ହାତ ପାଣ୍ଠି କି ସ୍ବତନ୍ତ୍ର ବିକାଶ ପାଣ୍ଠି ଅର୍ଥ । ହେଲେ ଟଙ୍କା ସେମିତି ରହିଛି । ବୁଧବାର ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ମନୋହର ରାନ୍ଧାରୀଙ୍କ ଏକ ପ୍ରଶ୍ନର ଉତ୍ତରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ନିଜ ତଥ୍ୟ ଉପସ୍ଥାପନ କରି ଏ ନେଇ ରିପୋର୍ଟ ଦେଇଛନ୍ତି ।

ପାଣ୍ଠି ଖର୍ଚ୍ଚ କରିପାରୁ ନାହାନ୍ତି ସରକାର
MLA lad, BKB and SPD fund unspent
ପାଣ୍ଠି ଖର୍ଚ୍ଚ କରିପାରୁ ନାହାନ୍ତି ସରକାର

ରାଜ୍ୟ ସରକାର ପ୍ରତ୍ୟେକ ବିଧାୟକଙ୍କୁ ନିଜସ୍ବ ପାଣ୍ଠି ବା ହାତ ପାଣ୍ଠି ବାବଦରେ ବାର୍ଷିକ କୋଟିଏ ଦେଉଛନ୍ତି । ଏହା ସମେତ ସ୍ବତନ୍ତ୍ର ବିକାଶ ପାଣ୍ଠିକୁ ବି ବାର୍ଷିକ ୫୦ଲକ୍ଷ ଟଙ୍କା ମଧ୍ୟ ମିଳେ । କିନ୍ତୁ ଏହି ଅର୍ଥ ଖର୍ଚ୍ଚ କରିବାରେ ବିଭାଗ ଅକ୍ଷମ । ୨୦୧୧-୧୨ରେ ହାତପାଣ୍ଠି ଖର୍ଚ୍ଚ ହାର ୯୬.୭୧ ପ୍ରତିଶତ ଥିବାବେଳେ ଏହା କ୍ରମାଗତ ହ୍ରାସ ପାଇଁ ୨୦୧୫-୧୬ରେ ୮୭.୫0% ଏବଂ ୨୦୧୭-୧୮ ରେ ୬୬.୧୫% ଓ ୨୦୧୮-୧୯ରେ ମାତ୍ର ୩୮.୪୫% ଖର୍ଚ୍ଚ ହୋଇଛି। ସେହିଭଳି ୨୦୧୯-୨୦ ଆର୍ଥିକ ବର୍ଷର ୬ ମାସ ବିତିଯାଇଥିଲେ ମଧ୍ୟ ଏହି ଲ୍ୟାଡ୍ ବାବଦ ଅର୍ଥରୁ ମାତ୍ର ୦.୧୦% ଖର୍ଚ୍ଚ ହୋଇପାରିଛି ।

2009ରୁ 2019 ମଧ୍ୟରେ ବିଧାୟକ ହାତ ପାଣ୍ଠିରୁ 1580 କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର ହୋଇଥିଲା । 377 କୋଟି ଟଙ୍କାର 6229 ପ୍ରକଳ୍ପ ଆରମ୍ଭ ହୋଇ ନଥିବା ବେଳେ 20 ହଜାର 262 ଟି ପ୍ରକଳ୍ପ ଅଧାପନ୍ତରା ଅବସ୍ଥାରେ ରହିଛି । କେବଳ 2018-19ରେ ବିଧାୟକ ହାତପାଣ୍ଠିରେ 147 କୋଟି ଓ ସ୍ବତନ୍ତ୍ର ବିକାଶ ପାଣ୍ଠିରେ 73.50 କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲା । ଆଉ ସେଥିରୁ ଯଥାକ୍ରମେ 56.52 କୋଟି ଓ 29.50 କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ଏପରି ଭାବେ ବିଜୁ କେବିକେ ଯୋଜନାରେ ବାର୍ଷିକ 120 କୋଟି ଟଙ୍କା ଦିଆଯାଉଛି । କିନ୍ତୁ ଏହି ଯୋଜନାରେ ଖର୍ଚ୍ଚର ହାର ହ୍ରାସ ହେବାରେ ଲାଗିଛି । 2009-10ରେ 98.41% ଖର୍ଚ୍ଚ ହୋଇଥିବା ବେଳେ ପରବର୍ତ୍ତୀ ବର୍ଷ ମାନଙ୍କରେ ଖର୍ଚ୍ଚ ହାର ଖସିଛି । 2010-11ରେ 97.66%, 2011-12ରେ 96.96%, 2017-18ରେ 44.66 % ଏବଂ 2018-19ରେ ମାତ୍ର 30.89 ପ୍ରତିଶତ ଖର୍ଚ୍ଚ ହୋଇଛି ।

ଭୁବନେଶ୍ବରରୁ ବ୍ୟୁରୋ ଚିଫ, ଇଟିଭି ଭାରତ

Intro:ବାଲେଶ୍ଵର ଜିଲ୍ଲା ଖନ୍ତାପଡା ଠାରେ ଥିବା ଫାଲକନ ମେରାଇନ ରେ ଗ୍ୟାସ ଲିକ କରିବାରୁ 100ରୁ ଉର୍ଦ୍ଧ୍ଵ କର୍ମଚାରୀ ଅସୁସ୍ଥ ହୋଇଛନ୍ତି

Body:ଅସୁସ୍ଥଙ୍କ ମଧ୍ୟରେ ଛୋଟ ପିଲା ଓ ମହିଳାଙ୍କ ସଂଖ୍ୟା ଅଧିକ ଥିବା ଦେଖାଯାଇଛି। ସନ୍ଧ୍ୟା 8ଟା ବେଳେ ଚିଙ୍ଗୁଡ଼ି ପ୍ରସେସିଂ ପ୍ଲାଣ୍ଟ ରେ ଗ୍ୟାସ ଲିକ ହୋଇଥିଲା। ପ୍ରଥମେ 15 ଜଣ ଲୋକ ଅସୁସ୍ଥ ହୋଇଥିଲେ। ସେମାନଙ୍କୁ ଖନ୍ତାପଡା ମେଡିକାଲ ନିଆଯାଇଥିଲା। ପରେ ଅସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ହେବାସହ ମେଡିକାଲରେ ଥିବା ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା। 100ରୁ ଉର୍ଦ୍ଧ୍ଵ ଲୋକଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମେଡିକାଲ ପ୍ରଶାସନ ପକ୍ଷରୁ ଅସୁସ୍ଥ ଲୋକଙ୍କ ପାଇଁ ବ୍ୟାପକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି।

Conclusion:ଘଟଣା ସ୍ଥଳରେ ବାଲେଶ୍ଵର ଏସପି ଓ ଜିଲ୍ଲାପାଳ ପହଞ୍ଚି ଲୋକଙ୍କୁ ମେଡିକାଲ ପଠାଇଥିଲେ। ଏହା କ୍ଲୋ ରିନ ଗ୍ୟାସ ବୋଲି ଜିଲ୍ଲାପାଳ କହିଛନ୍ତି।
ବାଇଟ1- କେ ସୁଦର୍ଶନ ଚକ୍ରବର୍ତ୍ତୀ(ଜିଲ୍ଲାପାଳ)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.