ETV Bharat / city

ଧମକପୂର୍ଣ୍ଣ ଅଡିଓ କଲ ପ୍ରସଙ୍ଗ, ସଫେଇ ଦେଲେ ବିଧାୟକ

ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଧମକପୂର୍ଣ୍ଣ ଅଡିଓ କଲ ନେଇ ରାଜନୀତି ଜୋର ଧରିଛି । ସେପଟେ ଏହି ଭାଇରାଲ ଅଡିଓକୁ ନେଇ ସଫେଇ ଦେଇଛନ୍ତି ବିଧାୟକ । ଅଧିକ ପଢନ୍ତୁ...

author img

By

Published : Mar 24, 2021, 8:54 PM IST

ବିଧାୟକଙ୍କ ଧମକପୂର୍ଣ୍ଣ ଅଡିଓ କଲ, ସଫେଇ ଦେଲେ ବିଧାୟକ

ଭୁବନେଶ୍ବର: ମଙ୍ଗଳବାର ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଏକ ଅଡିଓ କଲ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ବାଂଶଡା ଥାନା ଏଏସଆଇଙ୍କୁ ଧମକ ଦେଉଛନ୍ତି । ଯାହାକୁ ନେଇ ରାଜ୍ୟରେ ତୁମ୍ବିତୋଫାନ ସୃଷ୍ଟି ହୋଇଛି । ତେବେ ଏହି ଅଡିଓ କଲକୁ ନେଇ ବୁଧବାର ସଫେଇ ଦେଇଛନ୍ତି ବିଧାୟକ ବ୍ୟୋମକେଶ । ମୋ ଅଡିଓ କଲକୁ ବିଭ୍ରାନ୍ତ କରି ଭାଇରାଲ କରାଯାଇଛି ବୋଲି ସେ କହିଛନ୍ତି ।

ଆହୁରିମଧ୍ୟ, 'ସମ୍ପୃକ୍ତ ଏଏସଆଇ ଜଣକ ଅନେକ ଥର ସସପେଣ୍ଡ ହୋଇଛନ୍ତି । ସେ ସବୁବେଳେ ମଦ ପିଇ ବୁଲନ୍ତି ଏବଂ ଗରିବ ଓ ସାଧାରଣ ଲୋକଙ୍କ ଠାରୁ ଚାନ୍ଦା ଆଦାୟ କରନ୍ତି । ଏପରିକି ସାଧାରଣ ଲୋକଙ୍କ ଏଫଆଇଆର ଗ୍ରହଣ କରନ୍ତି ନାହିଁ । ଏନେଇ ଲୋକଙ୍କ ଅଭିଯୋଗ ପରେ ଜଣେ ଲୋକପ୍ରତିନିଧି ହିସାବର ମୁଁ ଜନୈକ ଏଏସଆଇଙ୍କୁ ଫୋନ କରିଥିଲି । ଏହାସହ ସେମାନଙ୍କୁ ହଇରାଣ ହରକତ ନ କରିବାକୁ ମୁଁ ସେହି ଏଏସଆଇଙ୍କୁ କହିଥିଲି । ହେଲେ ମୋ ଅଡିଓ କଲକୁ କାଣ୍ଟଛାଣ୍ଟ କରାଯାଇଛି । ମୋ ସ୍ବରକୁ ଚାପିବା ଅର୍ଥାତ୍ ସାଧାରଣ ଲୋକଙ୍କ ସ୍ବର ଚାପିବାକୁ ଉଦ୍ୟମ କରିବା ସହ ସମାନ । ଚାନ୍ଦବାଲି ବିଧାୟକ ହିସାବରେ ମୁଁ ସଦାସର୍ବଦା ଲୋକଙ୍କ ପାଇଁ କହିବି ଏବଂ ଲଢେଇ କରିବି' ବୋଲି ବିଧାୟକ ବ୍ୟୋମକେଶ ରାୟ ସଫେଇ ଦେଇଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.