ETV Bharat / city

ପର୍ଯ୍ୟଟନ ବିଭାଗ କୁନ୍ଥେଇ କୁନ୍ଥେଇ ଚାଲିଛି: ବିଷ୍ଣୁ ସେଠୀ - ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ

ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ସରକାର କଣ ପଦକ୍ଷେପ ନେଉଛନ୍ତି । କଣ ରହିଛି ସ୍ଥିତି । ସୁଦୀର୍ଘ ବେଳାଭୂମିର ବିକାଶ ପାଇଁ ସରକାରଙ୍କ ଯୋଜନା କଣ ? ଏମିତି ଢଙ୍ଗରେ ପର୍ଯ୍ୟଟନ ବିଭାଗ ଠାରୁ ଜବାବ ଲୋଡିଛନ୍ତି ବିଧାୟକ ବିଷ୍ଣୁ ସେଠୀ । ପଢନ୍ତୁ ବିଭାଗୀୟ ମନ୍ତ୍ରୀ କଣ ଉତ୍ତର ରଖିଲେ । ସଂପୂର୍ଣ୍ଣ ଖବର...

Mla Bishnu sethy r
Mla Bishnu sethy r
author img

By

Published : Feb 20, 2020, 3:30 PM IST

ଭୁବନେଶ୍ବର: ରାଜ୍ୟର ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ସରକାରଙ୍କ ଦୀର୍ଘ ମିଆଦି ଯୋଜନା ନାହିଁ । ଖଣି ବିକିଦେଲେ ଧନୀ ହେବ ନାହିଁ। ବେଳାଭୂମି ଅସରନ୍ତି ଉତ୍ସ । ରାଜ୍ୟରେ ଥିବା 480 କିଲୋମିଟର ଉପକୂଳବର୍ତ୍ତୀ ଅଞ୍ଚଳର ବିକାଶ ପାଇଁ ପଦକ୍ଷେପ ନେବେ କି ? ନା ପର୍ଯ୍ୟଟନ ବିକାଶ କେବଳ ପ୍ରଚାରରେ ସୀମିତ ରହିବ । କନ୍ଥେଇ କୁନ୍ଥେଇ ବିକାଶ ବଦଳରେ ତ୍ବରିତ ବିକାଶ ପାଇଁ ସରକାର କଣ ପଦକ୍ଷେପ ନେବେ । ଗୁରୁବାର ପ୍ରଶ୍ନକାଳରେ ବିରୋଧୀ ଦଳ ଉପ-ନେତା ବିଷ୍ଣୁ ସେଠୀ ଏଭଳି ଢଙ୍ଗରେ ସରକାରଙ୍କୁ ଘେରିଛନ୍ତି ।

ପର୍ଯ୍ୟଟନ ବିଭାଗ କୁନ୍ଥେଇ କୁନ୍ଥେଇ ଚାଲିଛି: ବିଷ୍ଣୁ ସେଠୀ

ଜବାବରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି ରାଜ୍ୟ ପର୍ଯ୍ୟଟନ ବିଭାଗ କୁନ୍ଥେଇ କୁନ୍ଥେଇ ଚାଲୁନାହିଁ । ପର୍ଯ୍ୟଟନର ବିକାଶ ଲାଗି ସରକାର ଅନେକ ପଦକ୍ଷେପ ନେଉଛନ୍ତି । ନିକଟରେ ସରକାର କୋଣାର୍କରେ ଇକୋ ରିଟ୍ରିଟ ଆୟୋଜନ କରି ସାରା ବିଶ୍ବରେ ପ୍ରଶଂସିତ ହୋଇଛନ୍ତି । ଏହାକୁ ସମୀକ୍ଷା କରାଯାଉଛି । ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ରାଜ୍ୟର ଅନ୍ୟସ୍ଥାନରେ ମଧ୍ୟ ଆୟୋଜନ କରାଯିବ ବୋଲି ମନ୍ତ୍ରୀ ଗୃହରେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.