ETV Bharat / city

ନୟାପଲ୍ଲୀ ବେହେରା ସାହିର ବିକାଶମୂଳକ କାମକୁ ନେଇ ବିଭ୍ରାନ୍ତିକର ତଥ୍ୟ ଦିଆଯାଉଛି

ନୟାପଲ୍ଲୀ ବେହେରା ସାହିର ବିକାଶମୂଳକ କାମକୁ ନେଇ ବିଭ୍ରାନ୍ତିକର ତଥ୍ୟ ଦିଆଯାଉଛି । ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅଭିଯୋଗ କଲେ ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ

author img

By

Published : Apr 1, 2022, 7:04 AM IST

ନୟାପଲ୍ଲୀ ବେହେରା ସାହିର ବିକାଶମୂଳକ କାମକୁ ନେଇ ବିଭ୍ରାନ୍ତିକର ତଥ୍ୟ ଦିଆଯାଉଛି
ନୟାପଲ୍ଲୀ ବେହେରା ସାହିର ବିକାଶମୂଳକ କାମକୁ ନେଇ ବିଭ୍ରାନ୍ତିକର ତଥ୍ୟ ଦିଆଯାଉଛି

ଭୁବନେଶ୍ବର: ଗତ କିଛି ଦିନ ଧରି ନୟାପଲ୍ଲୀ ବେହେରା ସାହିର ବିକାଶମୂଳକ କାମକୁ ନେଇ ବିଭ୍ରାନ୍ତିକର ତଥ୍ୟ ଦିଆଯାଉଛି । ୩୭ ନଂ ୱାର୍ଡ ବାସିନ୍ଦା ଏହି ଅଭିଯୋଗ କରିଛନ୍ତି । ୩୭ ନଂ ୱାର୍ଡରେ ଡ୍ରେନେଜ୍ ଓ ରାସ୍ତା ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ବିଧାୟକଙ୍କ ପ୍ରୟାସରେ ୧୦ କୋଟିରୁ ଊର୍ଦ୍ଧ୍ବ ବ୍ୟୟରେ ନିର୍ମିତ ଭୂତଳ ଡ୍ରେନ୍ ପ୍ରକଳ୍ପ ଶେଷ ହୋଇଛି । ସେହିଭଳି ୟିରୋକା କ୍ଲବ ପାଖରୁ କ୍ରିଷ୍ଣା ଆପାର୍ଟମେଣ୍ଟ ଯାଏଁ ରାସ୍ତା ଉନ୍ନତିକରଣ ପ୍ରକଳ୍ପର ପ୍ରଶାସନିକ ଅନୁମୋଦନ ପରେ ଟେଣ୍ଡର ସରିଛି । ପ୍ରାୟ ୪ କୋଟି ୧ ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ।

ଏହା ମଧ୍ୟ ପଢନ୍ତୁ: ଶପଥ ଗ୍ରହଣ ପୂର୍ବରୁ ରାସ୍ତାରେ ମରାମତି ଦାବିରେ କର୍ପୋରେଟରଙ୍କ ଧାରଣା

ନିର୍ବାଚନ ଆଚରଣ ବିଧି ଯୋଗୁଁ ପ୍ରକଳ୍ପ କାମ ସାମାନ୍ୟ ବିଳମ୍ବ ହୋଇଥିଲା । ଆସନ୍ତା ୧୫ ଦିନ ଭିତରେ ପ୍ରକଳ୍ପର କାର୍ଯ୍ୟାଦେଶ ନିଆଯାଇ କାମ ଆରମ୍ଭ କରାଯିବ । ଏଣୁ ଏହି ରାସ୍ତା ପ୍ରକଳ୍ପର ବିଳମ୍ବକୁ ନେଇ କିଛି ବ୍ୟକ୍ତି ବିଧାୟକ ଓ ପ୍ରଶାସନ ନାଁରେ ଅପପ୍ରଚାର ଚଳାଇଛନ୍ତି । ଯାହାକୁ ସ୍ଥାନୀୟ ଅଞ୍ଚଳବାସୀ ଦୃଢ ନିନ୍ଦା କରୁଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ।

ସୂଚନା ଥାଉକି, 37ନଂ ୱାର୍ଡ ମରଣଯନ୍ତା ପାଲଟିଥିବା ରାସ୍ତାର ମରାମତିକୁ ନେଇ ଧାରଣାରେ ବସିଛନ୍ତି ନୂଆ କର୍ପୋରେଟର ବନ୍ଦିତା ପାଲ । ସମର୍ଥକଙ୍କ ସହ ଅନିଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଥିବା ବେଳେ ସାଧାରଣ ୱାର୍ଡବାସୀ ମଧ୍ୟ ଏହି ଧାରଣାରେ ସାମିଲ ହୋଇଛନ୍ତି । ତେଣୁ ଯେ ପର୍ଯ୍ୟନ୍ତ ବିଏମସି କିମ୍ବା ସରକାର ନୟାପଲ୍ଲୀ ଏହି ୱାର୍ଡର ରାସ୍ତାର ସମସ୍ୟା ବୁଝି ରାସ୍ତା ନିର୍ମାଣର କାର୍ଯ୍ୟଧାରା ଆରମ୍ଭ କରିନାହାନ୍ତି ସେ ଯାଏ କର୍ପୋରେଟର ଧାରଣାରେ ବସି ରହିବେ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.