ETV Bharat / city

ରାଜଧାନୀରେ ପୂଜା ମଣ୍ଡପରେ ଭାଳେଣି, ରାତି ଅଧିଆ ଦୁର୍ବୃତ୍ତ ଖୋଲି ନେଉଛନ୍ତି ଲାଇଟ୍

ରାଜଧାନୀରେ ଲାଇଟ ଚୋର ଆତଙ୍କ । ବିଭିନ୍ନ ପୂଜା ମଣ୍ଡପର ପେଣ୍ଡାଲରୁ ଖୋଲି ନେଉଛନ୍ତି ଲାଇଟ। ଗାଡି ଧରି ବୁଲୁଛନ୍ତି ଆଉ ଲାଇଟ ଖୋଲି ଗାଡିରେ ନେଇ ପଳାଉଛନ୍ତି । ଅଧିକ ପଢନ୍ତୁ

ରାଜାଧାନୀରେ ପୂଜା ମଣ୍ଡପରେ ଭାଳେଣି, ରାତି ଅଧିଆ ଦୁର୍ବୁତ୍ତ ଖୋଲି ନେଉଛନ୍ତି ଲାଇଟ୍

author img

By

Published : Oct 1, 2022, 12:11 PM IST

ଭୁବନେଶ୍ବର: ମା’ ଦୁର୍ଗାଙ୍କ ଆଗମନ ପାଇଁ ଉତ୍ସବ ମୁଖର ପୁରପଲ୍ଲୀ । ମା’ଙ୍କୁ ସ୍ବାଗତ ପାଇଁ ସଜେଇ ହୋଇଛି ରାଜଧାନୀ । ଚିକମିକ ଆଲୁଆରେ ଝଲସୁଛି ସ୍ମାର୍ଟସିଟି । 2 ବର୍ଷ ପରେ ଧୁମଧାମରେ ପୂଜା ଆୟୋଜନ ହେଉଛି । ହେଲେ ଏହାର ସୁଯୋଗ ନେଇ ରାଜଧାନୀରେ ମାତିଛନ୍ତି ଲାଇଟ୍‌ ଚୋର । ରାତି ହେଲେ ବାଇକରେ ଆସି ଖୋଲିନେଉଛନ୍ତି ଲାଇଟ । ବିଭିନ୍ନ ପୂଜା ମଣ୍ଡପର ପେଣ୍ଡାଲରୁ ଖୋଲି ନେଉଛନ୍ତି ଲାଇଟ । ମଣ୍ଡପର ଦୂରଦୂରାନ୍ତର ଯାଇଁ ସଜ୍ଜା ହୋଇଥିବା ଲାଇଟକୁ ରାତିର ମୌକାରେ ଖୋଲି ନେଉଛନ୍ତି ଚୋର । ଗାଡି ଧରି ବୁଲୁଛନ୍ତି ଆଉ ଲାଇଟ ଖୋଲି ଗାଡିରେ ନେଇ ପଳାଉଛନ୍ତି । ତେଣୁ ଗହଳି ଭିତରେ ଲୋକଙ୍କ ବ୍ୟସ୍ତତା ଭିତରେ ଲାଇଟ ମେକାନିକ ଭାବି କେହି ସନ୍ଦେହ କରୁନାହାନ୍ତି । କିନ୍ତୁ ଘଟଣା ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ବିଭିନ୍ନ ପୂଜା ମଣ୍ଡପରେ ଏଭଳି ‌ଲାଇଟ ଚୋରିର ରିପୋର୍ଟ ହୋଇଛି ।

ରାଜାଧାନୀରେ ପୂଜା ମଣ୍ଡପରେ ଭାଳେଣି, ରାତି ଅଧିଆ ଦୁର୍ବୁତ୍ତ ଖୋଲି ନେଉଛନ୍ତି ଲାଇଟ୍

ତେବେ ଲକ୍ଷ୍ମୀସାଗର‌ ଥାନାରେ ବମିଖାଲ ପୂଜା ମଣ୍ଡପ ନିକଟରୁ 8ରୁ 10ଟି ଲାଇଟ ଯାହା 60ରୁ 70ହଜାର‌ ଟଙ୍କାର ମୂଲ୍ୟର ଚୋରି ‌ହୋଇଥିବା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ସେହିପରି ନୟାପଲ୍ଲୀ ଥାନାରେ ମଧ୍ୟ ଏକ ରିପୋର୍ଟ ହୋଇଛି ଏଭଳି ଲାଇଟ ଚୋରୀର । ସେହିପରି ଶହୀଦନଗର ଦୂର୍ଗାପୂଜା ମଣ୍ଡପ ନିକଟକୁ ଗୁରୁବାର ରାତିରେ ଗୋଟିଏ ଟାଟା ଏସିଇ ଗାଡିରେ ଦୁଇ ଜଣ ଦୁର୍ବୃତ୍ତ ଆସି ଏଭଳି ଲାଇଟ ଚୋରି କରୁଥିବା ବେଳେ ମଣ୍ଡପ କର୍ତ୍ତୃପକ୍ଷଙ୍କ ହାବୁଡରେ ପଡିଥିଲେ ।

ସୂଚନା ମୁତାବକ, ସେମାନେ ଦୂର୍ଗାପୂଜା ମଣ୍ଡପ ଡେକୋରେଟ ହେବା ପାଇଁ ରଖାଯାଇଥିବା ଲାଇଟ୍ ଏବଂ ବୈଦ୍ୟୁତିକ ଉପକରଣକୁ ବ୍ଲେଡ଼ରେ କାଟି ଚୋରୀ କରି ନେଇ ଯାଉଥିବା ସମୟରେ ଉକ୍ତ ମଣ୍ଡପର କର୍ମକର୍ତ୍ତା ସେମାନଙ୍କୁ କାବୁ କରିନେଇଥିଲେ । କିନ୍ତୁ ସମ୍ପୃକ୍ତ ଡ୍ରାଇଭର ଗାଡି ସହିତ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ଏନେଇ ସହିଦ ନଗର ଥାନାରେ ରିପୋର୍ଟ ପରେ କମିସନରେଟ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ତେବେ ଏମାନେ ଦୁଇ ଜଣ ନା ଏମାନଙ୍କର ଏଭଳି ଏକ ଗ୍ୟାଙ୍ଗ ରହିଛି ଜଣା ପଡି ନଥିବାବେଳେ ପୂଜା ମଣ୍ଡପ କର୍ତ୍ତୃପକ୍ଷଙ୍କୁ ଏନେଇ ଆଲର୍ଟ ରହିବାକୁ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ପୂଜା ମଣ୍ଡପ ଲାଇଟ ଚୋରି କରି ଗିରଫ ହୋଇଥିବା ଦୁଇ ଜଣ ହେଲେ କିରନ କୁମାର‌ ନାୟକ ଓ ରଞ୍ଜନ କୁମାର ଦୁହିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସହିଦନଗର ଥାନା ପୋଲିସ । ଏମାନଙ୍କର ରାକେଟ ଉପରେ ନଜର ରଖିଛି ପୋଲିସ । କାରଣ ବିଭିନ୍ନ ପୂଜା ମଣ୍ଡପରେ ଲାଗୁଥିବା ଲାଇଟ ବିଭିନ୍ନ ରଙ୍ଗ ବେରଙ୍ଗର । ଗୋଟିଏ ଗୋଟିଏ ଲାଇଟର ଦାମ 10ରୁ 12ହଜାର ପର୍ଯ୍ୟନ୍ତ । ଏପରିକି କେତେକ ସଂସ୍ଥାନରେ ଲାଇଟ ରାଜ୍ୟ ବାହାରୁ ମଗାଯାଇ ଲଗାଯାଉଛି । ତେବେ ଏପରି ଗହଳିର ମୌକା ଦେଖି ଏପରି ଲାଇଟ ଚୋରି ହେବାର ସମ୍ଭାବନା ରହିଛି । ତେଣୁ ଏସବୁକୁ ଦୃଷ୍ଟିରେ ‌ରଖି ଏଥି ପ୍ରତି ଧ୍ୟାନ‌ ଦେବାକୁ ପୂଜା ମଣ୍ଡପ ପାଇଁ ସତର୍କ କରାଇଛି ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.