ETV Bharat / city

ପୂଜା ପୂର୍ବରୁ ମାତିଲେଣି ଚୋର, ରାଜଧାନୀରେ ଖେଳିଲାଣି ଭୟର ଆତଙ୍କ - ରାଜଧାନୀରେ ଖେଳିଲାଣି ଭୟର ଆତଙ୍କ

ରାଜଧାନୀରେ ପାର୍ବଣ ଋତୁ ପୂର୍ବରୁ ମାତିଲେଣି ଚୋର । ଅନେକ ସ୍ଥାନରେ ଚୋରି ଘଟଣା ସାମନାକୁ ଆସିବା ପରେ ପୋଲିସ କଣ ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ ନଜର । ଅଧିକ ପଢନ୍ତୁ

ପୂଜା ପୁର୍ବରୁ ମାତିଲେଣି ଚୋର, ରାଜଧାନୀରେ ଖେଳିଲାଣି ଭୟର ଆତଙ୍କ

author img

By

Published : Aug 28, 2022, 1:37 PM IST

ଭୁବନେଶ୍ବର: ଆଉ କିଛି ଦିନ ପରେ ପୂଜା ପାଇବେ ବିଘ୍ନବିନାଶକ ଗଣେଶ । ଏହା ପରେ ପରେ ଆରମ୍ଭ ହେବ ପାର୍ବଣ ଋତୁ । ହେଲେ ଏହା ପୂର୍ବରୁ ରାଜଧାନୀରେ ମାତିଲେଣି ଚୋର । କାହାର ଘରେ ପଶିଲେଣି ତ କାହାର ଗ୍ରୀଲ ଓ କବାଡ଼ ତାଡି ଚୋରି କଲେଣି । ଏପରିକି ଘର ବାହାରୁ ପାଣି ମିଟରଠୁ ଆରମ୍ଭ କରି ଘରର ଏସି ତାର ବି ଛାଡୁନଥିବା ଦେଖିବାକୁ ମିଳିଛି ।

ଦୁର୍ବୃତ୍ତମାନେ ମୁହଁ ଓ ଦେହକୁ ଘୋଡ଼ାଇ ଘରେ ପଶି ଚୋରି କରୁଛନ୍ତି । ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଏଭଳି ଘଟଣା ସାମନାକୁ ଆସିଥିବା ବେଳେ ଗତ ୨୬ ତାରିଖ ରାତିରେ ଲକ୍ଷ୍ମୀସାଗର ଥାନା ଓସ୍କାର ସିଟିରୁ ସିରିଜ ଚୋରି କରିଛନ୍ତି ଚୋର । ଘର ବାହାରେ ଲାଗୁଥିବା ଓ୍ବାଟକୋର ପାଣି ମିଟରକୁ ଚୋରି କରି ନେଉଛନ୍ତି । ଏପରିକି ଜଣେ କି ୨ ଜଣ ନୁହେଁ ଏକାଧିକ ଲୋକଙ୍କ ଘରେ ମିଟର ଲାଗିବାର ୬ ଦିନ ନ ପୁରୁଣୁ ଏଭଳି ଆତଙ୍କ ଖେଳାଇଛନ୍ତି ଚୋର । ଚୋରି ସମୟର ଚିତ୍ର ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ପୂଜା ପୂର୍ବରୁ ମାତିଲେଣି ଚୋର

ଏହା ବି ପଢନ୍ତୁ- ପାରାଦ୍ୱୀପରେ ଚାଞ୍ଚଲ୍ୟ, ଆଶାକର୍ମୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଅଟକ

ଏହାକୁ ନେଇ ଓସ୍କାର ସିଟି ସୋସାଇଟିରେ ବୈଠକ କରିଛନ୍ତି ସଚେତନ ନାଗରିକ । ଏନେଇ ପୋଲିସର ଦୃଷ୍ଟି ଆକର୍ଷଣ ପାଇ ଏକ ଟିମ ଥାନାଧିକାରୀଙ୍କୁ ଭେଟି ସମାଧାନ ପାଇଁ କହିଛନ୍ତି । ସୋସାଇଟିର ସଭାପତି ଦେବେନ୍ଦ୍ର ମହାପାତ୍ର କହିଛନ୍ତି, " ଆଗକୁ ପାର୍ବଣ ଋତୁ ଆସୁଛି । ତେବେ ଲୋକେ ଛୁଟିରେ ମଧ୍ୟ ରହିବେ ଚୋରଙ୍କ ଏପରି ପ୍ରାଦୁର୍ଭାବ ବଢିଲେ ଲୋକେ ଅସୁରକ୍ଷିତ ଅନୁଭବ କରିବେ । ଏନେଇ ପାଟ୍ରୋଲିଂ କଡାକଡି କରାଯାଉ ।"

ସେପଟେ କେବଳ ଏହି ଅଞ୍ଚଳ ନୁହେଁ ବଡ଼ଗଡ଼ ଥାନା ଅଞ୍ଚଳର ପତିତପାବନ ନଗର, ସହିଦନଗରର ଜଗନ୍ନାଥ ନଗର, ମଞ୍ଚେଶ୍ବରର ଜିଜିପି କଲୋନୀ ସମେତ ଅଞ୍ଚଳରେ ଏଭଳି ନିତିଦିନ ଚୋରି ହେଉଥିବାର ଅଭିଯୋଗ ଆସୁଛି । ସେହିପରି ଧଉଳି ଥାନା ଲିଙ୍ଗିପୁର ଅଞ୍ଚଳରେ ମଧ୍ୟ ୨ଦିନ ତଳେ ୪ଜଣ ଚୋର ଘରେ ପଶୁଥିବାର ସିସିଟିଭିରେ କଏଦ ହୋଇଥିଲା । ପ୍ରତିବର୍ଷ ପାର୍ବଣ ଋତୁରେ ରାଜଧାନୀରେ ଏଭଳି ଘଟଣା ସାମନାକୁ ଆସୁଛି । ତେବେ ଚଳିତ ବର୍ଷ ଏ ଦିଗରେ ପୋଲିସ କଣ ପଦକ୍ଷେପ ନେବ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.