ଭୁବନେଶ୍ବର: ଅଶାନ୍ତ ହେଲା ବାଣୀ ବିହାର କ୍ୟାମ୍ପସ । କ୍ୟାମ୍ପସରେ ଜଣେ ଛାତ୍ରକୁ କର୍ପୋରେଟର ପୁଅର ଆକ୍ରମଣ ଅଭିଯୋଗ । ଯୁବତୀଙ୍କ ପ୍ରେମ ନିବେଦନକୁ ନେଇ ଏହି ଘଟଣା ଘଟିଥିବା ଜଣାପଡ଼ିଛି ।
ଜଣେ ଯୁବତୀ AVBP ଛାତ୍ର ନେତାକୁ ପ୍ରେମ ନିବେଦନ କରିଥିବାରୁ ଉତକ୍ଷିପ୍ତ ହୋଇ ଆକ୍ରମଣ କରିଛନ୍ତି ଭୁବନେଶ୍ବରର ଜଣେ କର୍ପୋରେଟରଙ୍କ ପୁଅ । ଯାହାକୁ ନେଇ ଅଳ୍ପକେ ବଡ ଧରଣର ଅଘଟଣରୁ ବର୍ତ୍ତିଗଲେ ଆକ୍ରମଣର ଶିକାର ହୋଇଥିବା ଯୁବକ । ଏନେଇ ସହିଦନଗର ଥାନା ପୋଲିସ ପହଞ୍ଚି ଘଟଣାର ଅନୁସନ୍ଧାନ କରିଛି । ପୋଲିସ ନିକଟରେ ଏବିଭିପି ଛାତ୍ର ଅଭିଯୋଗ କରିଛନ୍ତି ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର