ETV Bharat / city

ବିକଶିତ ରାଜ୍ୟରେ ବିକଳ ଚିତ୍ର, ରାଜଧାନୀରୁ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର - ରାଜଧାନୀରୁ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର

ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ନାବାଳିକାକୁ କେନ୍ଦ୍ରାପଡାରୁ ଆଣି ରାଜଧାନୀରେ ଚାକରଣୀ କରି ରଖିଥିଲେ ବଡ ବାବୁ । ଉଦ୍ଧାର କଲା ଚାଇଲ୍ଡ ଲାଇନ । ଅଧିକ ପଢନ୍ତୁ

ବିକଶିତ ରାଜ୍ୟରେ ବିକଳ ଚିତ୍ର
ବିକଶିତ ରାଜ୍ୟରେ ବିକଳ ଚିତ୍ର
author img

By

Published : Oct 17, 2022, 10:13 PM IST

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର । ସମସ୍ତଙ୍କ ସ୍ବପ୍ନ ଥାଏ ରାଜଧାନୀରେ ପାଠ ପଢିବେ ଓ ଚାକିରି ବି କରିବେ, କିନ୍ତୁ ଏଠାରେ ନାବାଳିକାଙ୍କୁ ବଡ ବାବୁ ସଜେଇ ଦେଲେ ଶିଶୁ ଶ୍ରମିକ । ପଢୁଆ ଝିଅର ପାଠ ବନ୍ଦ କରି ନାବାଳିକାକୁ କାମରେ ଲଗାଇଲେ ବଡ ବାବୁ । ହାତରେ ଧରାଇ ଦିଆଗଲା ଘରର ଚାକରାଣୀର କାମ। ଘର ପୋଛାଟୁ ଆରମ୍ଭ କରି ରୋଷେଇ,ଲୁଗାସଫାଠୁ ଆରମ୍ଭ କରି ଲାଟିନ ସଫା କାମ କରୁଥିଲେ ନାବାଳିକା ଜଣଙ୍କ । କେନ୍ଦ୍ରାପଡାରୁ ଆଣି ରାଜଧାନୀରେ ଚାକରଣୀ କରି ରଖିଥିଲେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ନାବାଳିକାକୁ । ଶେଷରେ କୁନି ଝିଅର କାମରେ ଅସନ୍ତୁଷ୍ଟ ହୋଇ ଘର ମାଲିକ ଦେଇଥିଲେ ଚେଙ୍କ । ଏନେଇ ଚାଇଲ୍ଡ ଲାଇନ ଖବର ପାଇବା ପରେ ଶ୍ରମ ବିଭାଗ ସହାୟତାରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ଝିଅଟିର ବୟସ ୧୩ ବର୍ଷ ହୋଇଥିବା ଜଣାପଡିଛି ।

ବିକଶିତ ରାଜ୍ୟରେ ବିକଳ ଚିତ୍ର

ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ବରର ମଞ୍ଚେଶ୍ବର ଅଞ୍ଚଳରେ ଜଣେ ବଡ ବାବୁ କେନ୍ଦ୍ରାପଡାର ଜଣେ ନାବାଳିକାଙ୍କୁ ଘରେ ଚାକରାଣୀ କରି ରଖିଥିଲେ । ପାଠ ପଢା ବୟସରେ ଝିଅଟି ଘରର ସମସ୍ତ କାମ କରୁଥିଲା । ତେବେ କୁନି ଝିଅଙ୍କ କାମ କରିବାରେ ଅସନ୍ତୁଷ୍ଟ ହୋଇ ମାଲିକ ଚେଙ୍କ ଦେଇଥିଲେ । ଝିଅଟିର ଚିତ୍କାର ଶୁଣି ପାଖ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ଏନେଇ ଖବର ପାଇ ଚାଇଲ୍ଡ ଲାଇନ କମିଶନରେଟ ପୋଲିସ ସହାୟତାରେ ନାବାଳିକା ଜଣଙ୍କୁ ଉଦ୍ଧାର କରିଥିଲା । ଏହାପରେ ଏହି ଘଟଣା ନେଇ ମଚେଶ୍ବର ଥାନାରେ ଅଭିଯୋଗ ହେବାପରେ ଝିଅଟିକୁ ଭୁବନେଶ୍ବରକୁ କିଏ ଆଣିଲା ଓ କେତେ ଦିନ ଧରି ସେ ଏପରି ଚାକରାଣୀ କାମ କରୁଥିଲେ ସେନେଇ ପୋଲିସ ତଦନ୍ତ କରୁଛି ।

ଏହା ମଧ୍ୟ ପଢନ୍ତୁ-ଅର୍ଚ୍ଚନାଙ୍କ ଜାମିନ ଖାରଜ, କେବେ ତଦନ୍ତ ପରିସରକୁ ଆସିବେ ବଡବଡିଆ ?

ତେବେ ନାବାଳିକା ଜଣଙ୍କୁ କୋରୋନା ସମୟରେ ଭୁବନେଶ୍ବରକୁ ଚୋରାଚାଲାଣ କରାଯାଇ ଅଣାଯାଇଥିବା ବେଳେ କିଭଳି କେନ୍ଦ୍ରାପଡା ଜିଲ୍ଲାରେ କାହାରବି ନଜର ପଡିଲା ନାହିଁ ଏହା ଉପରେ ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ବିକଶିତ ରାଜ୍ୟର‌ ଏଭଳି ଚିତ୍ର ଦେଖି ଏବେ ନାବାଳିକାରକ ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.