ଭୁବନେଶ୍ବର: ମନ୍ତ୍ରୀ ଅରୁଣ ସାହୁଙ୍କ ବାଡ଼ିଆ ପିଟା ଉପାଖ୍ୟାନ ନେଇ ଚାରି ଆଡ଼େ ଚର୍ଚ୍ଚା ଜୋର ଧରିଛି। ଜଣେ ମନ୍ତ୍ରୀ ହୋଇ ସର୍ବସାଧାରଣରେ ଏଭଳି ଦାୟିତ୍ବହୀନ ମନ୍ତବ୍ୟ ମନ୍ତ୍ରୀଙ୍କୁ ବିବାଦ ଭିତରକୁ ଟାଣି ନେଇଛି। ମନ୍ତ୍ରୀ ଖୋଦ ବିଶୃଙ୍ଖଳା ଆଚରଣ ପାଇଁ ପ୍ରବର୍ତ୍ତଉଥିବା କଥା ନିଜେ କହୁଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ଯାହାକୁ ନେଇ ବିଭିନ୍ନ ଦଳର ନେତା ମାନେ ମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି । ବିରୋଧୀ ବିଜେପି ମନ୍ତ୍ରୀଙ୍କ ଏଭଳି କଥା ପାଇଁ ସମାଲୋଚନା କରିଛି। ବିଜେପି ବିଧାୟକ ମୋହନ ମାଝୀ ମନ୍ତ୍ରୀଙ୍କ ଏଭଳି ଉଚ୍ଚାରଣ ପାଇଁ କ୍ଷୋଭ ପ୍ରକାଶ କରିଛନ୍ତି । ସେପଟେ ବିଜେଡି ଏହାକୁ ଖଣ୍ଡନ କରିଛି,ଶାସକ ଦଳର ସଚେତକ ପ୍ରମିଳା ମଲ୍ଲିକ ଏ ବିଷୟରେ ମୁଁ କିଛି ଜାଣିନାହିଁ, ଯିଏ କହିଛନ୍ତି ତାଙ୍କୁ ପଚାରନ୍ତୁ କହି ପ୍ରଶ୍ନକୁ ଏଡାଇ ଯାଇଛନ୍ତି।
ଏହା ମଧ୍ୟ ପଢନ୍ତୁ; ଟିକେ ବାଡିଆପିଟା ନହେଲେ ହେବନି: ମନ୍ତ୍ରୀ ଅରୁଣ ସାହୁ
ସୂଚନାଥାଉକି ଗତକାଲି ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମେଗା ସ୍ବାସ୍ଥ୍ୟ କ୍ୟାମ୍ପ ଆୟୋଜନ କରାଯାଇଥିଲା । ଅବ୍ୟବସ୍ଥା ଯୋଗୁଁ ସାଧାରଣରେ ବିଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା। ମନ୍ତ୍ରୀ ବାଡ଼ିଆ ପିଟା ନହେଲେ ହେବନି ବୋଲି କହୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ