ETV Bharat / city

‘କଳାଭୂମି' ପରିଦର୍ଶନରେ ପଦ୍ମିନୀ ଦିଆନ, ଗ୍ୟାଲେରୀ କାମ ସାରିବାକୁ ଦେଲେ ନିର୍ଦ୍ଦେଶ

author img

By

Published : Apr 9, 2021, 7:45 PM IST

‘କଳାଭୂମି' ପରିଦର୍ଶନରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ । ଏଠାରେ ନିର୍ମାଣଧୀନ ଦୁଇଟି ନୂତନ ଗ୍ୟାଲେରୀ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ବିଭାଗୀୟ ମନ୍ତ୍ରୀ ଦେଇଛନ୍ତି ନିର୍ଦ୍ଦେଶ । ଅଧିକ ପଢନ୍ତୁ..

‘କଳାଭୂମି' ପରିଦର୍ଶନରେ ପଦ୍ମିନୀ ଦିଆନ
‘କଳାଭୂମି' ପରିଦର୍ଶନରେ ପଦ୍ମିନୀ ଦିଆନ

ଭୁବନେଶ୍ବର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଶୁକ୍ରବାର 'କଳାଭୂମି’- ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି । ହସ୍ତଶିଳ୍ପ ସଂଗ୍ରହାଳୟରେ ହସ୍ତଶିଳ୍ପ ଓ ହସ୍ତତନ୍ତ ପରମ୍ପରାକୁ ନେଇ ଆଠଟି ଗ୍ୟାଲେରୀ ରହିଛି । ବର୍ତ୍ତମାନ ଆଉ ଦୁଇଟି ଗ୍ୟାଲେରୀ ନିର୍ମାଣାଧୀନ ଅଛି । ସେହି ଦୁଇଟି ହେଉଛି ଶ୍ରୀଜଗନ୍ନାଥ ସଂସ୍କୃତି ଗ୍ୟାଲେରୀ ଓ ଓଡ଼ିଶାର ନୃତ୍ୟର କଷ୍ଟୁମ ।

‘କଳାଭୂମି' ପରିଦର୍ଶନରେ ପଦ୍ମିନୀ ଦିଆନ
‘କଳାଭୂମି' ପରିଦର୍ଶନରେ ପଦ୍ମିନୀ ଦିଆନ

‘କଳାଭୂମି' ପରିଦର୍ଶନରେ ଯାଇ ଏହି ଦୁଇଟି ନୂତନ ଗ୍ୟାଲେରୀ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ବିଭାଗୀୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ‘କଳାଭୂମି’କୁ ଯେପରି ଅଧିକ ପର୍ଯ୍ୟଟକ ଆସିବେ ତାହାକୁ ଦୃଷ୍ଟିରେ ରଖି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସଂପ୍ରତି କୋରୋନା ସଂକ୍ରମଣକୁ ଆଖିରେ ରଖି ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରି ପରିଦର୍ଶକମାନଙ୍କ ନିମନ୍ତେ ସଂଗ୍ରହାଳୟ ବୁଲିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

‘କଳାଭୂମି' ପରିଦର୍ଶନରେ ପଦ୍ମିନୀ ଦିଆନ
‘କଳାଭୂମି' ପରିଦର୍ଶନରେ ପଦ୍ମିନୀ ଦିଆନ

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.