ଭୁବନେଶ୍ବର: ରାଜ୍ୟରେ ଲଗାଣ ବର୍ଷା ନେଇ କୃଷି ମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ରଖିଛନ୍ତି । ବିଳମ୍ବିତ ବର୍ଷା ଚାଷୀ କୂଳ ପାଇଁ ଶୁଭ ଖବର । ଏହାସହ କେତେକ ସ୍ଥାନରେ ଚାଷଜମି ଜଳମଗ୍ନ ଥିବା ସ୍ବୀକାର କରିଛନ୍ତି ମନ୍ତ୍ରୀ ।
ମନସୁନ୍ ବର୍ଷା ଠିକ୍ ସମୟରେ ଦୁଇବର୍ଷ ହେଲା ହେଉନାହିଁ । ଲଘୁଚାପ ପାଇଁ ଏବେ ବର୍ଷା ହେଉଛି । ଏନେଇ ରାଜସ୍ବ ବିଭାଗ ଓ ଏସଆରସିଙ୍କ ପକ୍ଷରୁ ରିପୋର୍ଟ ମଗାଯାଇଛି । ଏହାସହ କୃଷି ବିଭାଗ ମଧ୍ୟ ପ୍ରତିଦିନ କୃଷକ ମାନଙ୍କ ପାଇଁ ଆଡଭାଇଜରୀ ଜାରି କରୁଛନ୍ତି । ତାହ କୃଷକ ମାନଙ୍କୁ ସାହାଯ୍ୟ କରିବ ବୋଲି ମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ