ETV Bharat / city

DBT ରେ ଅବହେଳା କରୁଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ: ମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(Chief Minister Naveen Patnaik ) ଙ୍କ ଯୁଗାନ୍ତକାରୀ କାର୍ଯ୍ୟକ୍ରମ ୫-‘ଟି’ ମାଧ୍ୟମରେ କର୍ମକ୍ଷେତ୍ରରେ ସ୍ବଚ୍ଛତା ଓ କର୍ମଚାରୀମାନଙ୍କ ଦକ୍ଷତା ଉପରେ ନିରପେକ୍ଷ ଆଲୋକପାତ କରାଯିବ । ଏହା ସଙ୍ଗେ ସଙ୍ଗେ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ଏହାର ସଫଳ ରୂପାୟନ ପାଇଁ ପଦକ୍ଷେପ ନେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ(Agriculture and farmer empowerment Minister) ମନ୍ତ୍ରୀ ଡ. ଅରୁଣ କୁମାର ସାହୁ (Dr. Arun Kumar Sahu ) ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

author img

By

Published : Dec 2, 2021, 11:00 PM IST

Dr. Arun Sahu
Dr. Arun Sahu

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(Chief Minister Naveen Patnaik ) ଙ୍କ ଯୁଗାନ୍ତକାରୀ କାର୍ଯ୍ୟକ୍ରମ ୫-‘ଟି’ ମାଧ୍ୟମରେ କର୍ମକ୍ଷେତ୍ରରେ ସ୍ବଚ୍ଛତା ଓ କର୍ମଚାରୀମାନଙ୍କ ଦକ୍ଷତା ଉପରେ ନିରପେକ୍ଷ ଆଲୋକପାତ କରାଯିବ । ଏହା ସଙ୍ଗେ ସଙ୍ଗେ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ଏହାର ସଫଳ ରୂପାୟନ ପାଇଁ ପଦକ୍ଷେପ ନେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ(Agriculture and farmer empowerment Minister) ମନ୍ତ୍ରୀ ଡ. ଅରୁଣ କୁମାର ସାହୁ (Dr. Arun Kumar Sahu ) ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ କୃଷି କ୍ଷେତ୍ର ପ୍ରଦର୍ଶନର ରୂପାୟନ ସଂପର୍କିତ ଆୟୋଜିତ ଏକ ବୈଠକରେ ଉପରୋକ୍ତ ମର୍ମରେ ଉଲ୍ଲେଖ କରିଛନ୍ତି

ସ୍ବଚ୍ଛତାକୁ ବିଭାଗୀୟ କାର୍ଯ୍ୟକ୍ରମରେ ପ୍ରତିଫଳିତ କରିବା ନିମନ୍ତେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ସମସ୍ତ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମରେ ଆବଶ୍ୟକୀୟ କୃଷି ସହାୟତା ଯୋଗାଇବା ପଦ୍ଧତିକୁ ପ୍ରତ୍ୟକ୍ଷ ଅର୍ଥ ହସ୍ତାନ୍ତରଣ (ଡିବିଟି) ଅନ୍ତର୍ଭୁକ୍ତ କରାଯାଇଛି । ଡିବିଟି ମାଧ୍ୟମରେ ସରକାରୀ ପ୍ରୋତ୍ସାହନ ତଥା ସହାୟତା ପ୍ରଦାନରେ ସ୍ବଚ୍ଛତା ଆଣିବା ପାଇଁ ଚାଷୀମାନଙ୍କର ବ୍ୟାଙ୍କ ଜମାଖାତାକୁ ସିଧାସଳଖ ରିହାତି ଅର୍ଥ ପ୍ରଦାନ କରାଯାଉଛି । ଏପରି ବ୍ୟବସ୍ଥାରେ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମର କାର୍ଯ୍ୟଶୈଳୀ ଉତ୍ସାହଜନକ ନୁହେଁ ବୋଲି ଦର୍ଶାଇଛନ୍ତି ମନ୍ତ୍ରୀ । ଏହାର ସୁଧାର ତଥା ଅଧିକ ଅଗ୍ରଗତି ନିମନ୍ତେ ପଦାଧିକାରୀମାନଙ୍କୁ ତାଗିଦ କରିଛନ୍ତି ମନ୍ତ୍ରୀ ।

ଏହା ସହିତ ଚଳିତ ମାସ ୧୭ ତାରିଖରେ ଅନ୍ୟ ଏକ ସମୀକ୍ଷା ବୈଠକ ଆୟୋଜନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ସୁଧାର ବ୍ୟବସ୍ଥାରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦେଇଛନ୍ତି । ଅନୁରୂପ ଭାବରେ ଉତ୍ସାହଜନକ କାର୍ଯ୍ୟଶୈଳୀ ପ୍ରଦର୍ଶନ କରୁଥିବା ଅଧିକାରୀମାନଙ୍କୁ ପୁରସ୍କୃତ କରିବା ନିମନ୍ତେ ବନ୍ଦୋବସ୍ତ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ମଧ୍ୟ ଡିବିଟିରେ ଅନ୍ତର୍ଭୁକ୍ତ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ଗୁଡିକର ଅଗ୍ରଗତି ଉପରେ ମତ ଦେଇଛନ୍ତି । କାର୍ଯ୍ୟକ୍ରମରେ ଅଧିକ ନିଷ୍ଠା ଓ ଆନ୍ତରିକତା ପ୍ରଦର୍ଶନ ଉପରେ ସେ ଗୁରୁତ୍ବ ଦେଇଛନ୍ତି ।

ଭିସି ମାଧ୍ୟମରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସମସ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, କୃଷି ଜିଲ୍ଲା ଅଧିକାରୀ, ଗୋଷ୍ଠୀ କୃଷି ଅଧିକାରୀ ଓ ସହକାରୀ କୃଷି ଅଧିକାରୀମାନେ ଯୋଗଦେଇଥିଲେ । ବୈଠକରେ ମଧ୍ୟ ରାଜ୍ୟ ଯୋଜନା ଓ କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କରାଯାଇଥିବାବେଳେ କ୍ଷେତ୍ରୀୟ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ. ମୁଥୁକୁମାର ଧନ୍ୟବାଦ ଅର୍ପଣ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.