ଭୁବନେଶ୍ବର: ଶୁକ୍ରବାର ଲୋକସେବା ଭବନରେ ବସିବ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରୀ ପରିଷଦ ବୈଠକ । ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । 2019-20 ଆର୍ଥିକ ବର୍ଷର ଆଗତ ପାଇଁ ଅତିରିକ୍ତ ବଜେଟକୁ ମିଳିପାରେ ଅନୁମୋଦନ ।
ନଭେମ୍ବର 13 ତାରିଖରେ ବିଧାନସଭାର ଶୀତକାଳୀନ ଅଧିବେଶନରେ ଆଗତ ହେବ ଅତିରିକ୍ତ ବଜେଟ୍ । ଏହା ପୂର୍ବରୁ ମନ୍ତ୍ରୀ ପରିଷଦର ଅନୁମୋଦନ ଆବଶ୍ୟକ ଥିବାରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ ।
ଏଥିସହିତ ଅତିରିକ୍ତ ବଜେଟରେ କେଉଁ ବିଭାଗକୁ କେଉଁ ପ୍ରକଳ୍ପ ପାଇଁ କେତେ ଅର୍ଥ ବ୍ୟୟ ବରାଦ କରାଯିବ ସେ ପ୍ରସଙ୍ଗରେ ମଧ୍ୟ ବୈଠକରେ ଆଲୋଚନା ହେବ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ