ETV Bharat / city

ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଜନସାଧାରଣଙ୍କ ଯୋଗଦାନ ଆବଶ୍ୟକ: ମନ୍ତ୍ରୀ

author img

By

Published : Sep 18, 2019, 3:11 PM IST

ଓଡିଶାକୁ ପ୍ଲାଷ୍ଟିକ ମୁକ୍ତ ରାଜ୍ୟ କରି ଗଢିବାକୁ ଆହ୍ବାନ ଦେଇ ସ୍ଥାନୀୟ ସୂଚନା ଭବନ ଠାରେ ଆୟୋଜିତ ରାଜ୍ୟ ପ୍ରଦୂଷଣ ବୋର୍ଡର 36 ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି,ଭୁବନେଶ୍ବର

ଭୁବନେଶ୍ବର: ଆଧୁନିକ ଯୁଗରେ ପରିବେଶ ପ୍ରଦୂଷଣ ଏକ ମୁଖ୍ୟ ଓ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ଓଡିଶାକୁ ପ୍ଲାଷ୍ଟିକ ମୁକ୍ତ ରାଜ୍ୟ କରି ଗଢିବାକୁ ଆହ୍ବାନ ଦେଇ ସ୍ଥାନୀୟ ସୂଚନା ଭବନ ଠାରେ ଆୟୋଜିତ ରାଜ୍ୟ ପ୍ରଦୂଷଣ ବୋର୍ଡର 36 ତମ ସ୍ଥାପନା ଦିବସ ପାଳନ ଅବସରରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି,ଭୁବନେଶ୍ବର

ପରିବେଶ ପ୍ରଦୂଷଣ ନେଇ ଅନେକାଂଶରେ ଆମେମାନେ ଦାୟୀ ହୋଇଥିବାବେଳେ ଏହାର ନିରାକରଣ ଦିଗରେ ଜନସାଧାରଣଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ଆରୁଖ କହିଛନ୍ତି । ସରକାରଙ୍କ ପକ୍ଷରୁ ପ୍ଲାଷ୍ଟିକ ପ୍ରଦୂଷଣକୁ ହ୍ରାସ କରିବା ଲକ୍ଷ୍ୟରେ ଗତବର୍ଷ 6ଟି ସହରରେ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ ଲଗାଯାଇଛି ।

ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁସାରେ, ଆସନ୍ତା ଗାନ୍ଧୀ ଜୟନ୍ତୀ ଠାରୁ ସାରା ରାଜ୍ୟରେ ସିଙ୍ଗଲ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ବ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଅନ୍ୟ ଉପାୟରେ ହେଉଥିବା ପ୍ରଦୂଷଣ ମାତ୍ରାକୁ ରୋକିବାକୁ ସରକାରଙ୍କ ପକ୍ଷରୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉଥିବା ମନ୍ତ୍ରୀ ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି ।

ଏହି ଉତ୍ସବରେ ବୋର୍ଡ ପକ୍ଷରୁ ପ୍ରକାଶ ପାଉଥିବା ପରିବେଶ ସମାଚାର ପତ୍ରିକା ଉନ୍ମୋଚନ କରାଯାଇଥିବା ବେଳେ ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା କେତେକ ଅନୁଷ୍ଠାନକୁ ଏହି ଅବସରରେ ସମ୍ମାନିତ କରାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଆଧୁନିକ ଯୁଗରେ ପରିବେଶ ପ୍ରଦୂଷଣ ଏକ ମୁଖ୍ୟ ଓ ବଡ଼ ସମସ୍ୟା ଭାବେ ଉଭା ହୋଇଛି।ଯେଉଁଥିପାଇଁ ଅଳ୍ପେବହୁତେ ଆମେମାନେ ଦାୟୀ ହୋଇଥିବାବେଳେ ଏହାର ନିରାକରଣ ଦିଗରେ ଜନସାଧାରଣଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ଅଟେ।

Body:ସ୍ଥାନୀୟ ସୂଚନାଭବନ ଠାରେ ରାଜ୍ୟ ପ୍ରଦୂଷଣ ବୋର୍ଡ ର 36 ତମ ସ୍ଥାପନା ଦିବସ ପାଳନ ଅବସରରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁକ୍ଷ ଏହା କହିଛନ୍ତି।ସରକାରଙ୍କ ପକ୍ଷରୁ ପ୍ଲାଷ୍ଟିକ ପ୍ରଦୂଷଣ କୁ ହ୍ରାସ କରିବା ଲକ୍ଷ୍ୟରେ ଗତ ବର୍ଷ 6ଟି ସହରରେ ପ୍ଲାଷ୍ଟିକ ବ୍ୟବହାର ଉପରେ ନିଷେଧ ଲଗାଯାଇଥିଲା।ତେବେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ ଅନୁସାରେ ଆସନ୍ତା ଗାନ୍ଧୀ ଜୟନ୍ତୀ ଠାରୁ ସାରା ରାଜ୍ୟରେ ସିଙ୍ଗିଲ ବ୍ୟବହୃତ ପ୍ଲାଷ୍ଟିକ ନିଷେଧ କରାଯିବା ପାଇଁ ନିର୍ଦେଶ ଦିଆଯାଇଛି।ସେହିପରି ଅନ୍ୟ ଉପାୟରେ ହେଉଥିବା ପ୍ରଦୂଷଣ ମାତ୍ରା ରୋକିବାକୁ ସରକାରଙ୍କ ପକ୍ଷରୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉଥିବ ମନ୍ତ୍ରୀ ଶ୍ରୀ ଆରୁକ୍ଷ ପ୍ରକାଶ କରିଛନ୍ତି।
ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ସାଶନସଚିବ ମୋନାଶର୍ମା,ନିର୍ଦେଶକ କେ ମୁରଗୁସେନ,ଡ଼ଃ ପିକେ ପୃଷ୍ଟି,ଶ୍ରୀ ଦେବିଦତ୍ତ ବିଶ୍ବାଳ ପ୍ରମୁଖ ଯୋଗ ଦେଇ ଏହାର ନିରାକରଣ ଦିଗରେ ଆମର ଦୈନନ୍ଦିନ ବ୍ୟବହାର ରେ ପରିବର୍ତ୍ତନ କରିବାର ଆଵଶ୍ୟକତା ଥିବା ପ୍ରକାଶ କରିଛନ୍ତି।ବୋର୍ଡ ପକ୍ଷରୁ ପ୍ରକାଶ ପାଉଥିବା ପରିବେଶ ସମାଚାର ପତ୍ରିକା ଉନ୍ମୋଚନ କରାଯାଇଥିବା ବେଳେ ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା କେତେକ ଅନୁଷ୍ଠାନକୁ ଏହି ଅବସରରେ ସମ୍ମାନିତ କରାଯାଇଛି।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ,
ବାଇଟ-ବିକ୍ରମ କେଶରୀ ଆରୁକ୍ଷ,ମନ୍ତ୍ରୀ
ବାଇଟ- ପ୍ରଦୂଷଣ ବୋର୍ଡ ର ସଦସ୍ୟ ସଚିବ-ଦେବିଦତ୍ତ ବିଶ୍ୱାଳ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.