ଭୁବନେଶ୍ବର: ଖୋର୍ଦ୍ଧା ପଥରଖଣି ଖନନ ମାମଲାରେ ଆଉ ଏକ ଖୁଲାସା । ବେଆଇନ ଭାବେ ପଥର ଖନନ କରୁଥିବା ମାଫିଆକୁ ଗିରଫ କରିଛି ଏସଟିଏଫ। ଏନେଇ ଏସଟିଏଫ ଏସପି ରାହୁଲ ପି ଆର ପ୍ରକାଶ କରିଛନ୍ତି ।
ଜଗନ୍ନାଥଙ୍କ ଜମିରୁ ବେଆଇନ ଭାବେ ପଥର ଖାଦାନ କରି ମାଲମାଲ ହେଉଥିଲା ପିପିଲିର ଏହି ଖଣି ମାଫିଆ ସେଖ ମହମ୍ମଦ ଅଖତର । କେସ ନମ୍ବର ୭/୨୦୧୯ ଆଧାରରେ ଗିରଫ ପରେ କୋର୍ଟ ଚାଲାଣ କରିଛି ଏସଟିଏଫ ଟିମ।
ତେବେ ଖୋର୍ଦ୍ଧାରୁ ପଥର ଖାଦାନ କରି ଜଟଣୀ ଦେଇ ପିପିଲି ଓ ପୁରୀ ଆଡକୁ ନିଜର ପଥର ବ୍ୟବସାୟ କରୁଥିଲା। ଏଥିପାଇଁ ନିଜର ଏକ ସ୍ବତନ୍ତ୍ର ଟିମ ତିଆରି କରିଥିଲା। ଯାହାକୁ ନେଇ ଖୋଳତାଡ ଜାରି ରଖିଛି ଏସଟିଏଫ ଟିମ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ