ETV Bharat / city

Christmas Celebration: ମଧ୍ୟରାତ୍ରିରେ ହେବନି ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ

ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟରେ ଲାଗିଛି କଟକଣା । ଫଳରେ ଭଗବାନ ଯୀଶୁଖ୍ରୀଷ୍ଟଙ୍କ ମଧ୍ୟରାତ୍ର ଜନ୍ମଦିନ ପାଳନ କରାଯାଉନଥିବାରୁ ଶୂନଶାନ ହୋଇପଡ଼ିଛି ପ୍ରାର୍ଥନା ଗୃହ । ଅଧିକ ପଢନ୍ତୁ

author img

By

Published : Dec 24, 2021, 6:58 PM IST

ଲାଗିଲା କଟକଣା, ହେବନି ଭଗବାନ ଯୀଶୁଖ୍ରୀଷ୍ଟଙ୍କ ମଧ୍ୟରାତ୍ର ଜନ୍ମଦିନ ପାଳନ

ଭୁବନେଶ୍ବର: କୋରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ଼ଦିନ ଓ ନୂଆବର୍ଷ ଲାଗି କଟକଣା ଜାରି କରିଛନ୍ତି । ସମସ୍ତ ପ୍ରକାର ସେଲିବ୍ରେସନ ଉପରେ ରୋକ ଲଗାଯାଇଥିବା ବେଳେ ଚଳିତ ବର୍ଷ ଭଗବାନ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିନ ଫିକା ପଡି଼ବ। ହେବନି ମଧ୍ୟରାତ୍ର ଜନ୍ମଦିନ ଉତ୍ସବ କି ସମୂହ ପ୍ରାର୍ଥନା । ଆଉ ଏହି କଟକଣାକୁ ନେଇ ଶୂନଶାନ ଚର୍ଚ୍ଚ ପରିସରର ପ୍ରାର୍ଥନା ଗୃହ ।

ଦୁଇ ବର୍ଷ ହେବ କଟକଣା ଭିତରେ ଧୁମଧାମରେ ପାଳନ ହେଇପାରୁନଥିବା ବେଳେ ନୂଆ ଭ୍ୟାରିଆଣ୍ଟକୁ ନେଇ ଏ ବର୍ଷ ମଧ୍ୟ ଫିକା ପଡିଛି ସେଲିବ୍ରେସନ । ସେଥିପାଇଁ ନିୟମ ଅନୁଯାୟୀ ଯୀଶୁଙ୍କ ଜନ୍ମଦିନ ବିଧି ମୁତାବିକ ପାଳନ ହେବ। ସେଥିପାଇଁ ଅଳ୍ପ ହେଉ ପଛେ ଚର୍ଚ୍ଚ ପରିସରରେ କିଛିଟା ସାଜସଜ୍ଜା ହୋଇଛି ।

ଏହା ବି ପଢନ୍ତୁ: Covid Guideline Odisha: ବଡଦିନ ପାଳନରେ ବ୍ରେକ, ହେବନି ଜିରୋ ନାଇଟ ସେଲିବ୍ରେସନ

ଜିରୋ ନାଇଟରେ ଜନ୍ମ ଦିନ ପାଳନ ବନ୍ଦ ଥିବା ବେଳେ ଚର୍ଚ୍ଚରେ ଶୁଭିବନି ଯୀଶୁଙ୍କ ଗୀତ ଆଉ ଭକ୍ତଙ୍କ ପ୍ରାର୍ଥନାର ସ୍ବର। ତେବେ କଟକଣାକୁ ମାନିବା ସହ ଅଳ୍ପସଂଖ୍ୟକ ଭକ୍ତଙ୍କୁ ନେଇ ଏହି ପର୍ବ ପାଳନ କରାଯିବ ବୋଲି କହିଛନ୍ତି କ୍ୟାଥୋଲିକ ଚର୍ଚ୍ଚର ଫାଦର ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.