ଭୁବନେଶ୍ବର: ଦୀର୍ଘ ଦିନ ପରେ ସ୍ବାଭାବିକ ଭାବେ ଖୋଲିଛି ସ୍କୁଲ । ଖରାଦିନ ଯୋଗୁଁ ଆଜି(ଶନିବାର)ଠୁ ସକାଳୁଆ ସ୍କୁଲ ଆରମ୍ଭ ହୋଇଛି । ଏହାସହ ସ୍କୁଲରେ ପିଲାଙ୍କୁ ଦିଆଯାଇଛି ମଧ୍ୟାହ୍ନ ଭୋଜନ । ଫଳରେ ନିଜ ସହପାଠୀଙ୍କ ସହ ଏକାଠି ଖାଇବାର ମଜା ନେଇଛନ୍ତି ଛାତ୍ରଛାତ୍ରୀ । କୋଭିଡ୍ ଯୋଗୁଁ ଗତ ୨ ବର୍ଷ ହେବ ସ୍କୁଲରେ ବନ୍ଦ ଥିଲା ମଧ୍ୟାହ୍ନ ଭୋଜନ।
ପିଲାଙ୍କୁ ମହାମାରୀ ସମୟରେ ଚାଉଳ ଓ ଟଙ୍କା ଦିଆଯାଉଥିଲା । ସକାଳୁଆ ସ୍କୁଲ ଥିବାରୁ ଶୀଘ୍ର ମଧ୍ୟାହ୍ନ ଭୋଜନ ଦିଆଯାଉଛି । ପରିଷ୍କାର ପରିଚ୍ଛନତାରେ ଖାଦ୍ୟ ଦିଆଯାଉଥିବା ଜଣାପଡ଼ିଛି । 2 ବର୍ଷ ପରେ ମଧ୍ୟାହ୍ନ ଭୋଜନ ମିଳୁଥିବାରୁ ଏବଂ ଏକାଠି ସାଙ୍ଗମାନଙ୍କ ସହ ମିଳିମିଶି ଖାଇବା ଖାଉଥିବାରୁ ପିଲାମାନେ ଖୁସି ହୋଇଛନ୍ତି । ତେବେ ସୂଚନା ଥାଉ କି ରାଜ୍ୟରେ କୋରୋନା ମହାମାରୀ କାରଣରୁ ସ୍କୁଲ ମାନଙ୍କରେ ମଧ୍ୟାହ୍ନ ଭୋଜନ ବନ୍ଦ ରହିଥିଲା ।
ଏହା ବି ପଢନ୍ତୁ- ଆରମ୍ଭ ହେଲା ସକାଳୁଆ ସ୍କୁଲ ପାଠପଢ଼ା
ଏହି 2 ବର୍ଷ ମଧ୍ୟରେ ମଧ୍ୟାହ୍ନ ଭୋଜନ ବଦଳରେ ପିଲାଙ୍କୁ ଶୁଖିଲା ଖାଦ୍ୟ ଏବଂ ଟଙ୍କା ମଧ୍ୟ ଦିଆଯାଉଥିଲା । ବର୍ତ୍ତମାନ 2 ବର୍ଷ ପରେ ଏକାଠି ପୂର୍ବ ଭଳି ପାଠ ପଢିବା ସହ ଖାଦ୍ୟ ମଧ୍ୟ ଖାଇଛନ୍ତି । ପୂର୍ବଭଳି ସ୍ଥିତି ସ୍ବାଭାବିକ ହେବା ପରେ ଛାତ୍ରଛାତ୍ରୀ ଖୁସିବ୍ୟକ୍ତ କରିଥିବା ଦେଖିବାକୁ ମିଳିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ