ETV Bharat / city

Mental Disorder: ରାଜ୍ୟରେ ଦ୍ରୁତ ଗତିରେ ବଢୁଛି ଆତ୍ମହତ୍ୟା ମାମଲା, କଟକରେ ସର୍ବାଧିକ

ଦେଶର ପୂର୍ବ ଉପକୂଳବର୍ତ୍ତୀ ରାଜ୍ୟ ଓଡ଼ିଶାରେ ବଢୁଛି ଆତ୍ମହତ୍ୟା ମାମଲା । ୨୦୧୬ରୁ ୨୦୨୧ ମଧ୍ୟରେ ୨୮ ହଜାରରୁ ଅଧିକ ଆତ୍ମହତ୍ୟା ମାମଲା ସାମନାକୁ ଆସିଥିବା ବେଳେ ଶୀର୍ଷରେ ରହିଛି ସିଲଭର ସିଟି କଟକ । ଅଧିକ ପଢନ୍ତୁ

Mental Disorder: ଓଡ଼ିଶାରେ ଦ୍ରୁତ ଗତିରେ ବଢୁଛି ଆତ୍ମହତ୍ୟା ମାମଲା, କଟକରେ ସର୍ବାଧିକ

author img

By

Published : Apr 5, 2022, 3:27 PM IST

ଭୁବନେଶ୍ବର: କୋରୋନା ମହାମାରୀ ହେଉ କି ଅନ୍ୟ କୌଣସି କାରଣ, ରାଜ୍ୟରେ ଗତ ୬ ବର୍ଷ ମଧ୍ୟରେ ବୃଦ୍ଧି ପାଇଛି ଆତ୍ମହତ୍ୟା ମାମଲା । ଏକ ରିପୋର୍ଟ ଅନୁସାରେ ଗତ ୬ ବର୍ଷ(୨୦୧୬-୨୦୨୧) ମଧ୍ୟରେ ରାଜ୍ୟରେ ଆତ୍ମହତ୍ୟାର ପ୍ରାୟ ୨୮ ହଜାର ୨୪୯ଟି ମାମଲା ସାମନାକୁ ଆସିଛି । ଏହାସହ ବର୍ଷ ବଢିବା ସହିତ ଏହି ମାମଲାରେ ମଧ୍ୟ ବୃଦ୍ଧି ଘଟୁଥିବା ଦେଖିବାକୁ ମିଳିଛି । ଏହି ଆତ୍ମହତ୍ୟା ମାମଲା ବୃଦ୍ଧି ହେଉଥିବା ଜିଲ୍ଲା ମଧ୍ୟରେ କଟକ ସହର ସବୁଠୁ ଆଗରେ ରହିଛି ।

୨୦୧୬ ମସିହାରେ ରାଜ୍ୟର ବିଭିନ୍ନ ପୋଲିସ ଷ୍ଟେସନରେ ୩୮୮୪ ଆତ୍ମହତ୍ୟା ମାମଲା ଦାଏର କରାଯାଇଛି । ୨୦୧୭ରେ ଏହି ସଂଖ୍ୟାରେ ବୃଦ୍ଧି ପାଇ ୪୧୫୧ ଓ ୨୦୧୮ରେ ୪୪୪୭ ହୋଇଥିଲା । ସେହିପରି ୨୦୧୯ରେ ଏହି ସଂଖ୍ୟା ୪୬୩୬ ହୋଇଥିଲା । ୨୦୨୦ ଓ ୨୦୨୧ରେ ଯେତେବେଳେ ଓଡ଼ିଶା କୋଭିଡ଼ ମହାମାରୀ କବଳରେ ଥିଲା ଏହି ସମୟରେ ଆତ୍ମହତ୍ୟା ମାମଲା ୫ ହଜାର ପାର ହୋଇ ସାରିଥିଲା । ୨୦୨୦ ମସିହାରେ ଏହି ସଂଖ୍ୟା ୫୪୮୨ ରହିଥିବାବେଳେ ୨୦୨୧ରେ ଏହା ୫୬୪୯ ରହିଥିଲା ।

ରାଜ୍ୟର ସବୁଠୁ ପୁରାତନ ସହର କଟକରେ ଗତ ୬ ବର୍ଷ ମଧ୍ୟରେ ସବୁଠୁ ଅଧିକ ୩୩୨୫ ଆତ୍ମହତ୍ୟା ମାମଲା ସାମନାକୁ ଆସିଥିଲା । ୨୦୧୬ରେ କଟକର ସହରାଞ୍ଚଳରେ ୩୪୯ ଆତ୍ମହତ୍ୟା ମାମଲା ରହିଥିବାବେଳେ ୨୦୨୧ ମସିହାରେ ଏହା ଦ୍ବିଗୁଣିତ ହୋଇ ୮୭୫ରେ ପହଞ୍ଚିଥିଲା । ସେହିପରି କଟକର ଗ୍ରାମାଞ୍ଚଳରେ ଏଭଳି ମାମଲା ଖୁବ କମ ଦେଖିବାକୁ ମିଳିଛି । ଗ୍ରାମାଞ୍ଚଳରେ ଏହି ସଂଖ୍ୟା ୨୮୩ରେ ରହିଛି । ଅନ୍ୟପଟେ ପଶ୍ଚିମ ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ୨୦୧୬ ଓ ୨୦୨୧ ମଧ୍ୟରେ ୨୮୦୨ ମାମଲା ଦାଏର ହୋଇଥିଲା ।

ରେଶମ ସହର ବ୍ରହ୍ମପୁରରେ ୧୬୯୭ ମାମଲା ରହିଥିବାବେଳେ ଆଦିବାସୀ ବହୁଳ ଜିଲ୍ଲା ମୟୂରଭଞ୍ଜରେ ୧୬୪୦ ମାମଲା ରହିଥିଲା । ରାଜ୍ୟରେ ସବୁଠୁ କମ ଆତ୍ମହତ୍ୟା ମାମଲା ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ବରରେ ଗତ ୬ ବର୍ଷ ମଧ୍ୟରେ ୧୫୫୭ ଆତ୍ମହତ୍ୟା ଘଟିଛି । ରିପୋର୍ଟ ଅନୁସାରେ ଭୁବନେଶ୍ବରରେ ୨୦୨୧ରେ ୨୮୨ ଆତ୍ମହତ୍ୟା ହୋଇଛି । ୨୦୨୦ରେ ଏଠାରେ ୩୧୦ ଆତ୍ମହତ୍ୟା ମାମଲା ସାମନାକୁ ଆସିଥିବାବେଳେ ୨୦୧୬ରେ ଏହାର ସଂଖ୍ୟା ୧୬୫ ରହିଥିଲା ।

ରେଭେନ୍ସା ବିଶ୍ବବିଦ୍ୟାଳୟର ମନସ୍ତତ୍ବବିତ୍ତ ପ୍ରଫେସର ହରେଶ ମିଶ୍ରା କହିଛନ୍ତି ଯେ ଆତ୍ମହତ୍ୟା କରିବାର ଅନେକ କାରଣ ରହିଥାଏ । ଯେପରିକି ପାରିବାରିକ ବା ବ୍ୟକ୍ତିଗତ ସମସ୍ୟା । ଏହାବ୍ୟତୀତ କୋଭିଡ଼ ମହାମାରୀ ସମୟରେ ମାନସିକ ଅବସାଦଗ୍ରସ୍ତ ହେବା, ସାମାଜିକ ଜୀବନରେ ବିତୃଷ୍ଣାଭାବ ଆସିବା, ଆଧୁନିକ ଜୀବନଶୈଳୀ, ପ୍ରେମ ଓ ବୈବାହିକ ଜୀବନ ଆଦି କାରଣ ହୋଇଥାଏ । ଏହାବ୍ୟତୀତ ମୁଖ୍ୟ କାରଣ ହେଉଛି ଡିପ୍ରେସନ ବା ଅବସାଦଗ୍ରସ୍ତ । ମିଶ୍ର କହିଛନ୍ତି ଯେ ଯେତେବେଳେ କୌଣସି ବ୍ୟକ୍ତି ଡିପ୍ରେସକୁ ଯାଏ, ସେତେବେଳେ ସେ କଠୋର ପଦକ୍ଷେପ ନେଇଥାଏ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.