ETV Bharat / city

ଗାନ୍ଧୀମାର୍ଗରେ ଗର୍ଜିଲା ମୀନାବଜାର ମହାସଂଘ - ମୀନାବଜାର

ପୁଣିଥରେ ଦୋଳି ଓ ମୀନାବଜାର ବ୍ୟବସାୟ ଚାଲୁ ଦାବିରେ ଗାନ୍ଧୀ ମାର୍ଗରେ ଗର୍ଜିଲେ ଦୋଳି ଓ ମୀନାବଜାର ମହାସଂଘ। ଦାବି ପୂରଣ ଲାଗି ରାସ୍ତାରେ ଶୋଇ ଗାଡି ଅଟକାଇଲେ ବିକ୍ଷୋଭକାରୀ । ଅଧିକ ପଢନ୍ତୁ...

ମିନା ବଜାର ଖୋଲିବାକୁ ଦାବି, ଗାନ୍ଧୀମାର୍ଗରେ ଗର୍ଜିଲା ମୀନାବଜାର ମହାସଂଘ

author img

By

Published : Mar 16, 2021, 8:38 AM IST

ଭୁବନେଶ୍ବର: ପୁଣିଥରେ ଦୋଳି ଓ ମୀନାବଜାର ବ୍ୟବସାୟ ଚାଲୁ ଦାବିରେ ଗାନ୍ଧୀ ମାର୍ଗରେ ଗର୍ଜିଲେ ଦୋଳି ଓ ମୀନାବଜାର ମହାସଂଘ। ଦାବି ପୂରଣ ଲାଗିରାସ୍ତାରେ ଶୋଇ ଗାଡି ଅଟକାଇଲେ ବିକ୍ଷୋଭକାରୀ । କାରଣ ଦୀର୍ଘ ବର୍ଷେ ହେବ କୋରୋନା ମହାମାରୀ ଯୋଗୁଁ ସେମାନଙ୍କ ବ୍ୟବସାୟ ଠପ୍ ହୋଇଯାଇଛି । କଟକଣା ଭିତରେ ଦୋକାନ ବଜାର ସିନେମା ହଲ୍ ଖୋଲାଯାଇଛି ମାତ୍ର ସରକାର ମୀନା ବଜାର ଖୋଲିବାକୁ ଅନୁମତି ଦେଉ ନାହାଁନ୍ତି । ଏହି କାରଣରୁ ସଂଘ ଉଦବେଗ ପ୍ରକାଶ କରିଛି ।

ମିନା ବଜାର ଖୋଲିବାକୁ ଦାବି, ଗାନ୍ଧୀମାର୍ଗରେ ଗର୍ଜିଲା ମୀନାବଜାର ମହାସଂଘ

ଏମାନେ ସ୍ବଳ୍ପ ବ୍ୟବସାୟୀ ହୋଇଥିବା କାରଣରୁ ମୀନାବଜାର ଓ ଦୋଳି ପଡିଲେ ହିଁ, ଏମାନଙ୍କ ଘରେ ଚାଲେ କିନ୍ତୁ ବ୍ୟବସାୟ ପାଇଁ ଏଯାବତ ରାଜ୍ୟ ସରକାର ସେମାନଙ୍କୁ ଅନୁମତି ହେଉନଥିବାରୁ ଜୀବନଜୀବିକା ନେଇ ହତାଶ ବ୍ୟବସାୟୀ । ନା ଖାଇବାକୁ ପାଖରେ ପଇସା ଅଛି ନା ଘର ଚଳାଇବା ପାଇଁ । ଏହାକୁ ନେଇ ଲୋୟର ପିଏମଜି ଠାରେ ୭ ଦିନ ହେବ ଧାରଣାରେ ବସି ରହିଥିଲେ କିନ୍ତୁ ସରକାରଙ୍କ କର୍ଣ୍ଣପାତ ନକରିବାରୁ ବିଶାଳ ଶୋଭାଯାତ୍ରାରେ ଆସି ରାଜରାସ୍ତାରେ ନାରାବାଜି କରିଥିଲେ ଆଉ ସେମାଙ୍କ ବ୍ୟବସାୟ ତୁରନ୍ତ ଚାଲଇବାକୁ ଅନୁମତି ପାଇଁ ଦାବି କରିଥିଲେ ।

10 ମାସ ପରେ ବ୍ୟବସାୟୀ ମାନେ ବେପାର ନକରି ନିରାଶ ହୋଇପଡିଛନ୍ତି । ସବୁଠାରୁ ବଡ଼କଥା ପରିବାର ଚଳାଇବା ପାଇଁ ସେମାଙ୍କ ପାଖେ ଆଉ ସମ୍ବଳ ନାହିଁ ତେଣୁ ବିକ୍ଷୋଭ ପରେ ଯଦି ସରକାର ସେମାନଙ୍କୁ ଅନୁମତି ନ ଦିଅନ୍ତୁ ତେବେ ଆଗାମୀ ଦିନରେ ପରିବାର ସହ ଯାଇ ନବୀନ ନିବାସ ଆଗରେ ଧାରଣାରେ ବସିବେ ଆଉ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.