ETV Bharat / city

ଔଷଧ ନିଗମ ଦୁର୍ନୀତିର ସିବିଆଇ ତଦନ୍ତ ଦାବିକଲା କଳିଙ୍ଗ ସେନା

କଳିଙ୍ଗ ସେନା ପକ୍ଷରୁ ରାଜ୍ୟ ସରକାରଙ୍କ ଦ୍ବାରା କୋଭିଡ-19 ପାଇଁ ଔଷଧ କିଣାରେ ଅନିୟମିତତା ଅଭିଯୋଗ କରାଯାଇଛି। ଏଥିରେ ବଡ଼ ଧରଣର ଦୁର୍ନୀତି ହୋଥିବା ଅଭିଯୋଗ କରାଯିବା ସହ ଏହାର ସିବିଆଇ ତଦନ୍ତ କରିବାକୁ ସେନା ପକ୍ଷରୁ ଦାବି କରାଯାଇଛି।

author img

By

Published : Jun 5, 2020, 3:53 PM IST

kalinga sena
ଔଷଧ ନିଗମ ଦୁର୍ନୀତିର ସିବିଆଇ ତଦନ୍ତ ଦାବିକଲା କଳିଙ୍ଗ ସେନା

ଭୁବନେଶ୍ବର: କଳିଙ୍ଗ ସେନା ପକ୍ଷରୁ ରାଜ୍ୟ ସରକାରଙ୍କ ଦ୍ବାରା କୋଭିଡ-19 ପାଇଁ ଔଷଧ କିଣାରେ ଅନିୟମିତତା ଅଭିଯୋଗ କରାଯାଇଛି। ଏଥିରେ ବଡ଼ ଧରଣର ଦୁର୍ନୀତି ହୋଥିବା ଅଭିଯୋଗ କରାଯିବା ସହ ଏହାର ସିବିଆଇ ତଦନ୍ତ କରିବାକୁ ସେନା ପକ୍ଷରୁ ଦାବି କରାଯାଇଛି।

ଏନେଇ ସଙ୍ଘ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେନା ସାଧାରଣ ସମ୍ପାଦକ ସାସ୍ବତୀ ରଞ୍ଜନ ସାହୁ କହିଛନ୍ତି କି, କୋରୋନା ମୁକାବିଲା ପାଇଁ ସରକାର ରାଜ୍ୟ ଔଷଧ ନିଗମ ଜରିଆରେ ମାସ୍କ, ପିପିଇ କିଟ ଓ ଭେଣ୍ଟିଲେଟର ଆଦି କିଣିବାକୁ ଦାୟିତ୍ୱ ଦେଇଥିଲେ।

ନିକଟରେ ଏହି ସବୁ ସାମଗ୍ରୀ ବିଭିନ୍ନ ରାଜ୍ୟରୁ 29ଟି ଟ୍ରକରେ ଆସିବା ପରେ ସରକାର ସେସବୁକୁ ଗ୍ରହଣ ନକରିବା ପରେ ଏହି ସନ୍ଦେହ ଦୃଢ଼ୀଭୂତ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ନିଜ ପାଖରେ ଆବଶ୍ୟକ ସାମଗ୍ରୀ ମହଜୁଦ ଥିବା କୁହାଯାଉ ଥିବାବେଳେ ପରେ ଚର୍ଚ୍ଚା ଜୋର ଧାରିବାରୁ ପୁଣି ତାହାକୁ ଗ୍ରହଣ କରିଥିଲେ।

ସେହିପରି ସରକାର ପ୍ରଥମେ ଗୋଟିଏ କମ୍ପାନୀକୁ 9ଟଙ୍କା ଦରରେ ମାସ୍କ କିଣିବାକୁ ଅର୍ଡର ଦେଇଥିବାବେଳେ ଦୁଇଦିନ ପରେ ଆଉ ଗୋଟିଏ କମ୍ପାନୀକୁ ସମାନ ଧରଣର ମାସ୍କ 16 ଟଙ୍କା ଦରରେ କିଣିବାକୁ ବରାଦ କରିଥିବା ଜଣାପଡିଛି। ଏହିଭଳି ଅନେକ ପ୍ରକାର ଅନିୟମିତତା ହୋଇ ଥିବାବେଳେ ଔଷଧ କିଣିବା କମିଟିର ମୁଖ୍ୟ ଥିବା ପ୍ରଶାସନିକ ଅଧିକାରୀ ହେମନ୍ତ ଶର୍ମା ସେଥିରୁ ଅବ୍ୟାହତି ଦେଇଛନ୍ତି।

ଯାହାକି ଘଟଣାର ସତ୍ୟତା ଉପରେ ଆରୋପକୁ ଅଧିକ ମଜବୁତ କରିଛି। ତେଣୁ ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଯାଇ ପ୍ରକୃତ ତଥ୍ୟ ଲୋକମାନଙ୍କୁ ଜଣାଯାଉ ବୋଲି କଳିଙ୍ଗ ସେନା ଦାବି କରିଛି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.