ETV Bharat / city

ଆବର୍ଜନାରୁ ହେବ ଖତ, କମିବ ପ୍ରଦୂଷଣ

author img

By

Published : Nov 9, 2020, 9:47 PM IST

ରାଜଧାନୀ ଭୁବନେଶ୍ବରରେ କାର୍ଯ୍ୟକ୍ଷମ ହୋଇଛି ପ୍ରଥମ ମାଇକ୍ରୋ କମ୍ପୋଷ୍ଟିଙ୍ଗ୍ ସେଣ୍ଟର(MCC)। ବିଏମସି ଅଧୀନରେ ପରିଚାଳିତ ଏହି ଏମସିସିରେ ଦୈନିକ 5 TPD ଆବର୍ଜନାରୁ ପ୍ରସ୍ତୁତ ହେବ ଖତ । ଆବର୍ଜନାରୁ ପୃଥକୀକରଣ ହୋଇ ଯେଉଁ ଜୈବିକ ଖତ ପ୍ରସ୍ତୁତ ହେବ ତାହା ପରିବେଶକୁ ସୁସ୍ଥ ରଖିବା ସହିତ ଫସଲ ପାଇଁ ବେଶ ଉପଯୋଗୀ ହେବ । ଅଧିକ ପଢନ୍ତୁ...

ଆବର୍ଜନାରୁ ହେବ ଖତ, କମିବ ପ୍ରଦୂଷଣ
ଆବର୍ଜନାରୁ ହେବ ଖତ, କମିବ ପ୍ରଦୂଷଣ

ଭୁବନେଶ୍ବର: ସ୍ମାର୍ଟସିଟିରେ ନୂଆ ସମ୍ଭାବନା । ପ୍ରଦୂଷଣ ରୋକିବ ଆବର୍ଜନାରୁ ପ୍ରସ୍ତୁତ ଖତ । ରାଜଧାନୀ ଭୁବନେଶ୍ବରରେ କାର୍ଯ୍ୟକ୍ଷମ ହୋଇଛି ପ୍ରଥମ ମାଇକ୍ରୋ କମ୍ପୋଷ୍ଟିଙ୍ଗ୍ ସେଣ୍ଟର(MCC)। ବିଏମସି ଅଧୀନରେ ପରିଚାଳିତ ଏହି ଏମସିସିରେ ଦୈନିକ 5 TPD ଆବର୍ଜନାରୁ ପ୍ରସ୍ତୁତ ହେବ ଖତ । ଆବର୍ଜନାରୁ ପୃଥକୀକରଣ ହୋଇ ଯେଉଁ ଜୈବିକ ଖତ ପ୍ରସ୍ତୁତ ହେବ ତାହା ପରିବେଶକୁ ସୁସ୍ଥ ରଖିବା ସହିତ ଫସଲ ପାଇଁ ବେଶ ଉପଯୋଗୀ ହେବ । ୩ଟି ଜୋନରେ ଆରମ୍ଭ ହେବ ପ୍ରାୟ ୪୩ଟି ଏମସିସି । ସବୁଠୁ ବଡ କଥା ହେଉଛି ଏମସିସିର ପରିଚାଳନା ଦାୟିତ୍ବ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ହାତରେ ଦିଆଯାଇଛି ଯାହାର ନୀତିଗତ ନିଷ୍ପତ୍ତି ନେଇଛି ବିଏମସି ।

ଆବର୍ଜନାରୁ ହେବ ଖତ, କମିବ ପ୍ରଦୂଷଣ

ଏ ହେଉଛି ଭୁବନେଶ୍ବର ଝାରପଡା ୱାର୍ଡ ନଂ ୩୨ ଓ ୩୩ରେ କାର୍ଯ୍ୟକ୍ଷମ ହୋଇଥିବା ପ୍ରଥମ ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟର। ପ୍ରାୟ ୧.୫ ଏକର ପରିମିତ ଜାଗାରେ ତିଆରି ହୋଇଛି ଏମସିସି । ପାଖାପାଖି ଦେଢ଼ ବର୍ଷ ତଳେ ଏମିତି ଏକ ଅଭିନବ ଯୋଜନାର ପରିକଳ୍ପନା କରିଥିଲା BMC । ହେଲେ ଜମି ଅଧିଗ୍ରହଣ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରଶାସନିକ କାର୍ଯ୍ୟଶୈଳୀ ଓ ମହାମାରୀ କୋରୋନା କାରଣରୁ ପ୍ରକଳ୍ପ ଅଟକି ଥିଲା। ତେବେ ଧାର୍ଯ୍ୟ କରାଯାଇଥିବା ସମୟର ୭ରୁ ୮ ମାସ ପରେ ପ୍ରାୟ ୪୮ ଲକ୍ଷ ଟଙ୍କା ବ୍ୟୟରେ ଆରମ୍ଭ ହୋଇଛି ଏମସିସି । ରାଜଧାନୀର ଅଳିଆ ଆବର୍ଜନା ପରିଚାଳନା ପାଇଁ ନାକେଦମ ହେଉଥିବା ବିଏମସି ଏବେ ଏମସିସି ସହାୟତାରେ ତାର ସୁପରିଚାଳନା କରିପାରିବ।

ଏପଟେ ମନ୍ଥର ଗତିରେ ଚାଲିଥିବା ଏହି ପ୍ରକଳ୍ପକୁ ନେଇ ଉଠିଛି ପ୍ରଶ୍ନ। ଭୁବନେଶ୍ବରରେ ଆବର୍ଜନାର ପରିମାଣ ବୃଦ୍ଧି ପାଉଥିବାବେଳେ ଏହାର ପରିଚାଳନା ନେଇ ଖାମଖିଆଲି ମନୋଭାବ ପାଇଁ ବହୁବାର ସମାଲୋଚନାର ଶିକାର ହୋଇଛି BMC । ତେବେ ସାର୍ଟସିଟିରୁ କେବେ ହଟିବ ଅଳିଆ ଟେନସନ୍, ତାହା ଦେଖଇବାକୁ ବାକି ରହିଲା ।

ଭୁବନେଶ୍ବରରୁ ସଞ୍ଜୀବ ରାୟଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.