ଭୁବନେଶ୍ବର: ଘୋଷଣା ହେଲା ମାଟ୍ରିକ ପରୀକ୍ଷା ଫଳ ତାରିଖ । ଜୁଲାଇ 29 ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ସକାଳ 11ଟା 30ରେ ପ୍ରକାଶ ପାଇବ ଫଳାଫଳ । ବୋର୍ଡ ୱେବସାଇଟ୍ www.bscodisha. ac. in ଓ www.bscodisha.nic.inରେ ରେଜଲ୍ଟ ଉପଲବ୍ଧ ହେବ ।
ଏହାସହ ଏସଏମଏସ ମାଧ୍ୟମରେ ମଧ୍ୟ ପିଲା ଫଳ ପାଇପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । OR01 ସ୍ପେଶ ରୋଲ ନମ୍ବର ଲେଖି 5676750କୁ ମେସେଜ କଲେ ପିଲାଙ୍କୁ ରେଜଲ୍ଟ ଉପଲବ୍ଧ ହେବ ।
ଅନ୍ୟପଟେ ଫଳାଫଳ ନେଇ କୌଣସି ଅସୁବିଧା ହେଲେ ସେଥିଲାଗି ହେଲ୍ପ ଲାଇନ ନମ୍ବରରେ ଯୋଗାଯୋଗ କରିପାରିବେ ଅଭିଭାବକ । ଯେଉଁଥିଲାଗି 06712412059 ଓ06712412060 ଦୁଇଟି ନମ୍ବର ଉପଲବ୍ଧ ହେବ । ତେବେ ଏହା ଫଳ ବାହାରିବା ଦିନରୁ ଅଗଷ୍ଟ 10 ତାରିଖ ପର୍ଯ୍ୟନ୍ତ ସକାଳ 11ଟାରୁ ଅପରାହ୍ନ 4ଟା ମଧ୍ୟରେ ଉପଲବ୍ଧ ହେବ ।
ସୂଚନାଥାଉକି, କୋରୋନା ଲକଡାଉନ ପାଇଁ ଚଳିତ ବର୍ଷ ବହୁତ ବିଳମ୍ବରେ ପରୀକ୍ଷା ଫଳ ପ୍ରକାଶିତ ହେଉଛି । ଚଳିତ ବର୍ଷ ରାଜ୍ୟର ପ୍ରାୟ 5 ଲକ୍ଷ 60 ହଜାର ପରୀକ୍ଷାର୍ଥୀ 2888କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। 60 ଟି କେନ୍ଦ୍ରରେ ମୂଲ୍ୟାୟନ ହୋଇଥିଲା।
ଫେବୃଆରୀ 19 ରୁ ମାର୍ଚ୍ଚ 2 ଯାଏ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମେ 26 ତାରିଖରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିଲା। ପୂର୍ବରୁ ମାର୍ଚ୍ଚ 19 ତାରିଖରେ ଗୋଟିଏ ଦିନ ପାଇଁ ମୂଲ୍ୟାୟନ ହୋଇଥିଲା। ହେଲେ କୋରୋନା ଲକଡାଉନ ପାଇଁ ଏହା ସ୍ଥଗିତ ରହିଥିଲା।
ଭୁବନେଶ୍ବରରୁ ତପନ ଦାସ ଓ କଟକରୁ ନାରାୟଣ ସାହୁ, ଇଟିଭି ଭାରତ