ETV Bharat / city

୧୦ ଦଫା ଦାବି ନେଇ ସିପିଆଇଏମ୍ ପକ୍ଷରୁ ଜନସମାବେଶ - ଭୁବନେଶ୍ବର ଖବର

୧୦ ଗୋଟି ଦାବି ନେଇ ସିପିଆଇଏମ୍ ପକ୍ଷରୁ ବିଶାଳ ଜନସମାବେଶ । ଭୁବନେଶ୍ବର ସ୍ଥିତ ମହାତ୍ମା ଗାନ୍ଧୀ ମାର୍ଗରେ ସିପିଆଇ(ଏମ) ପକ୍ଷରୁ ଆୟୋଜିତ ହୋଇଥିଲା ଏହି ଜନସମାବେଶ । ଅଧିକ ପଢ଼ନ୍ତୁ

୧୦ ଦଫା ଦାବି ନେଇ ସିପିଆଇଏମ୍ ପକ୍ଷରୁ ଜନସମାବେଶ

author img

By

Published : Sep 29, 2022, 5:06 PM IST

Updated : Sep 29, 2022, 5:53 PM IST

ଭୁବନେଶ୍ବର : ୧୦ ଗୋଟି ଦାବି ନେଇ ସିପିଆଇଏମ୍ ପକ୍ଷରୁ ବିଶାଳ ଜନସମାବେଶ । ଭୁବନେଶ୍ବର ସ୍ଥିତ ମହାତ୍ମା ଗାନ୍ଧୀ ମାର୍ଗରେ ସିପିଆଇ(ଏମ) ପକ୍ଷରୁ ଆୟୋଜିତ ହୋଇଥିଲା ଏହି ଜନସମାବେଶ । ସମାବେଶରେ ତିନି କମ୍ୟୁନିଷ୍ଟ ଦଳର ଶତାଧିକ କର୍ମୀ ସାମିଲ ହୋଇଥିଲେ । ଦଳ ପକ୍ଷରୁ ଉପସ୍ଥିତ କର୍ମକର୍ତ୍ତାମାନେ ଉଭୟ ବିଜେଡ଼ି ଓ ବିଜେପିକୁ ନେଇ ପ୍ରଶ୍ନ ଉଠାଇଥିଲେ । ଲୋକଙ୍କ ମୌଳିକ ସୁବିଧାକୁ ପ୍ରାଧାନ୍ୟ ଦେବା ସହ ଗଣତନ୍ତ୍ରର ସୁରକ୍ଷା ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରିଥିଲେ ।

୧୦ ଦଫା ଦାବି ନେଇ ସିପିଆଇଏମ୍ ପକ୍ଷରୁ ଜନସମାବେଶ

ରାଜ୍ୟରେ ଓ କେନ୍ଦ୍ରରେ ଦିନକୁ ଦିନ ବେଲଗାମ ଦରବୃଦ୍ଧି ବଢି ଚାଲିଛି । ଯାହାକୁ ନେଇ ସାଧାରଣଲୋକେ ନାହିଁନଥିବା ସମସ୍ୟା ଭୋଗୁଛନ୍ତି । ଗୋଟେପଟେ ରାଜ୍ୟସରକାର ଅନେକ ଦିନ ଧରି ଶାସନ କରି ଏକ ଛତ୍ରବାଦ ଶାସନ ଚଳାଉଥିବା ବେଳେ ଅନ୍ୟପଟେ କେନ୍ଦ୍ରରେ ବିଜେପି ସରକାର ମଧ୍ୟ ସମସ୍ତ ବିଭାଗକୁ ଘରୋଇକରଣ କରି ସମ୍ପ୍ରଦାୟ ନାଁରେ, ଧର୍ମ ନାଁରେ, ଜାତି ନାଁରେ ଲୋକଙ୍କୁ ଭାଗଭାଗ କରିଚାଲିଛନ୍ତି । ଲୋକଙ୍କ ମୁଣ୍ଡ ପିଛା ଆୟ କମୁଥିବା ବେଳେ ଅତ୍ୟାବଶକ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢି ଚାଲୁଛି । ଯାହା ସାଧାରଣ ଲୋକଙ୍କୁ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି । ତେଣୁ ସାଧାରଣ ଲୋକେ ନାନା ଅସୁବିଧା ଭୋଗିବା ସହ ମୌଳିକ ସୁବିଧାରୁ ମଧ୍ୟ ବଞ୍ଚିତ ହେଉଛନ୍ତି ।

ଏନେଇ ସିପିଆଇ (ଏମ୍) ସମ୍ପାଦକ ସୁରେଶ ପାଣିଗ୍ରାହୀ କହିଛନ୍ତି, ''ସ୍ବାଧୀନତାର ୭୫ ବର୍ଷର ପୂର୍ତ୍ତିବେଳେ ଦେଶ ଏକ ଦୁର୍ଭାଗ୍ୟଜନକ ସ୍ଥିତି ଦେଇ ଗତି କରୁଛି । ବେଲଗାମ ଦରବୃଦ୍ଧି, ଭୟଙ୍କର ବେକାରୀ, ଜାତୀୟ ସମ୍ପଦ ବିକ୍ରି, ଫସଲ ଅଭାବୀ ବିକ୍ରି, ଶ୍ରମିକଙ୍କ ଉପରେ ଶୋଷଣ ବୃଦ୍ଧି, କୃଷି ଶ୍ରମିକ ମାନଙ୍କର ସର୍ବନିମ୍ନ ମଜୁରୀ ବନ୍ଦ କରିବା, ବନ୍ୟା ବାତ୍ୟା ଓ ବିପର୍ଯ୍ୟୟ ପରିସ୍ଥିତିରର ସମସ୍ୟା ପ୍ରମୁଖ ବଢ଼ିବାରେ ଲାଗିଛି । ଲୋକଙ୍କୁ ସେମାନଙ୍କ ମୌଳିକ ଅଧିକାର ଯୋଗାଇ ଦେବାସହ ରୋଜଗାର ଯୋଗାଇ ବେକାରୀ ସମସ୍ୟା ହଟାଯାଉ । ତେଣୁ ଏସବୁର ସ୍ଥାୟୀ ସମାଧାନ ସମେତ ୧୦ ଗୋଟି ଦାବି ନେଇ ସିପିଆଇ(ଏମ୍) ପକ୍ଷରୁ ଆଜି ଏହି ବିଶାଳ ଜନସମାବେଶ ହେଉଛି ।

ଲୋକଙ୍କ ଅଧିକାର ପାଇଁ ଆନ୍ଦୋଳନ କରିଛୁ ଆଉ ଆଗକୁ କରିବୁ । ସାଧାରଣ ଲୋକର ଅଧିକାର କୁ ସେମାନଙ୍କୁ ଅବଗତ କରିବା ପାଇଁ ଜୀବନ ଜୀବିକାର ସୁରକ୍ଷା ଗଣତନ୍ତ୍ରର ସୁରକ୍ଷା ସମ୍ବିଧାନର ସୁରକ୍ଷାକୁ ନେଇ ଆମେ ଦେଶ ବ୍ୟାପି ସଚେତନତା ସମାବେଶ କରୁଚୁ । ସମ୍ବିଧାନ, ଧର୍ମ ନିରପେକ୍ଷତା, ଗଣତନ୍ତ୍ର ଏବଂ ଜୀବିକା ଲଢେଇ ପାଇଁ ବାମପନ୍ଥୀମାନଙ୍କୁ ଆଗକୁ ବଢିବାକୁ ପଡ଼ିବ ।''

କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ବିଷ୍ଣୁ ମହାନ୍ତି, ସୁରେଶ ପାଣିଗ୍ରାହୀ, ପୁଷ୍ପା ଦାଶ, ଶିଶିର ହୁଇ, ସାଇ ମାର୍ଣ୍ଡି, ଅନନ୍ତ ମଙ୍ଗରାଜ, ଯୁଧିଷ୍ଠିର ବେହେରା, ବଦ୍ରିନାରାୟଣ ଦାସ, ଜଗନ୍ନାଥ ଦେଓ, ଶରତ ବେହେରା, ବ୍ରଜ ମାଝି, ଦଣ୍ଡପାଣି ରାଇତ, ଚନ୍ଦ୍ରଶେଖର ନାଇକ ପ୍ରମୁଖ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 29, 2022, 5:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.