ETV Bharat / city

ଓଟିଇଟି ପରୀକ୍ଷା ତ୍ରୁଟିକୁ ନେଇ ମୁହଁ ଖୋଲିଲା ସଂଘ - Bhubaneswar news

ଚଳିତମାସ 5 ତାରିଖରୁ ପ୍ରାଥମିକ ଶିକ୍ଷକମାନଙ୍କ ଯୋଗ୍ୟତା ପରୀକ୍ଷା ମାପିବା ପାଇଁ ସରକାରଙ୍କ ପକ୍ଷରୁ ଓଟିଇଟି ପରୀକ୍ଷା ଆରମ୍ଭ ହୋଇଛି । ଏହି ପରୀକ୍ଷା ପାଇଁ ପରୀକ୍ଷାର୍ଥୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଏଥିପାଇଁ ସରକାରଙ୍କୁ ବିରୋଧ କରିଛି ଗଣଶିକ୍ଷକ ମହାସଂଘ ।

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 14, 2019, 2:34 PM IST

ଭୁବନେଶ୍ବର: ଚଳିତମାସ 5 ତାରିଖରୁ ପ୍ରାଥମିକ ଶିକ୍ଷକଙ୍କ ଯୋଗ୍ୟତା ପରୀକ୍ଷା ମାପିବା ପାଇଁ ସରକାରଙ୍କ ପକ୍ଷରୁ ଓଟିଇଟି ପରୀକ୍ଷା ଆରମ୍ଭ ହୋଇଛି । ତେବେ ଏହି ପରୀକ୍ଷାରେ ଆସୁଥିବା ପ୍ରଶ୍ନପତ୍ରରେ ଭାଷାଗତ ସମସ୍ୟା ଥିବାରୁ ବିଭିନ୍ନ ରାଜ୍ୟରେ ଥିବା ପରୀକ୍ଷା କେନ୍ଦ୍ର ଗୁଡିକରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।

ସେହିପରି ଏହି ପରୀକ୍ଷା ପାଇଁ ପରୀକ୍ଷାର୍ଥୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ଏଥିପାଇଁ ସରକାରଙ୍କୁ ବିରୋଧ କରିଛି ଗଣଶିକ୍ଷକ ମହାସଂଘ ।

ଏନେଇ ରାଜ୍ୟ ଗଣଶିକ୍ଷକ ମହାସଂଘର ସଭାପତି କ୍ଷୋଭର ସହ କହିଛନ୍ତି କି, ଚାଲୁଥିବା ଓଟିଇଟି ପରୀକ୍ଷାର ପ୍ରଶ୍ନପତ୍ରରେ ଓଡ଼ିଆ ଭାଷା ପରିବର୍ତ୍ତେ ଇଂରାଜୀ, ବଙ୍ଗଳା ଓ ତେଲୁଗୁ ଭାଷା ବ୍ୟବହାର ହୋଇଛି । ଯାହାକି ପରୀକ୍ଷାର୍ଥୀଙ୍କ ପାଇଁ ଜାଣିବା କଷ୍ଟକର ହେଉଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

କେବଳ ଏତିକି ନୁହେଁ, ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା କେନ୍ଦ୍ର ନିଜ ଜିଲ୍ଲାରେ ନକରି 400 ରୁ 500 କିଲୋମିଟର ଦୂରରେ ପଡିଛି । ତେବେ ଏ ସବୁ ଉଦ୍ଦେଶ୍ୟମୂଳକ ଭାବେ ବୋର୍ଡ କର୍ତ୍ତୃପକ୍ଷ ଓ ସରକାରଙ୍କ ଶିକ୍ଷକ ମାରଣ ନୀତି ବୋଲି କୁହାଯାଇଛି ।

ଯାହାକୁ ସଂଘ ପକ୍ଷରୁ ବିରୋଧ କରାଯିବା ସହିତ ଗଣଶିକ୍ଷକଙ୍କ ଏହି ଓଟିଇଟି ପରୀକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ସହିତ ମାନବିକତା ଦୃଷ୍ଟିରୁ ବିଚାର କରିବା ପାଇଁ ଦାବି କରାଯାଇଛି। ନଚେତ ସଂଘ ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ରାଜ୍ୟ ଗଣଶିକ୍ଷକ ମହାସଂଘ ସଭାପତି ମହାଦେବ ସେଠୀ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଚଳିତମାସ 5 ତାରିଖରୁ ପ୍ରାଥମିକ ଶିକ୍ଷକଙ୍କ ମାନଙ୍କ ଯୋଗ୍ୟତା ପରୀକ୍ଷା ମାପିବା ପାଇଁ ସରକାରଙ୍କ ପକ୍ଷରୁ ଓଟିଇଟି ପରୀକ୍ଷା ଆରମ୍ଭ ହୋଇଛି।ତେବେ ଏହି ପରୀକ୍ଷାରେ ଆସୁଥିବା ପ୍ରଶ୍ନପତ୍ର ରେ କ୍ଳିଷ୍ଟତା ଥିବା ପରୀକ୍ଷାର୍ଥୀମାନେ ଜାଣିବା ପରେ ରାଜ୍ୟରେ ଥିବା ପରୀକ୍ଷାକେନ୍ଦ୍ର ଗୁଡିକରେ ଉତ୍ତେଜନା ଦେଖିବାକୁ ମିଳିଥିଲା।ସେହିପରି ଏହି ପରୀକ୍ଷା ପାଇଁ ପରୀକ୍ଷାର୍ଥୀ ମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଏଥିପାଇଁ ସରକାରଙ୍କୁ ବିରୋଧ କରିଛି ଗଣଶିକ୍ଷକ ମହାସଂଘ।

Body:ଏନେଇ ରାଜ୍ୟ ଗଣଶିକ୍ଷକ ମହାସଂଘ ର ସଭାପତି କ୍ଷୋଭ ର ସହ କହିଛନ୍ତି କି ଚାଲୁଥିବା ଓଟିଇଟି ପରୀକ୍ଷାର ପ୍ରଶ୍ନପତ୍ରରେ ଓଡ଼ିଆ ଭାଷା ପରିବର୍ତ୍ତେ ଇଂରାଜୀ,ବଙ୍ଗଳା ଓ ତେଲଗୁ ଭାଷା ବ୍ୟବହାର ହୋଇଛି।ଯାହାକି ପରୀକ୍ଷାର୍ଥୀ ଙ୍କ ପାଇଁ ଜାଣିବା କଷ୍ଟକର ହେଉଛି।ଆହୁରିମଧ୍ୟ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା କେନ୍ଦ୍ର ନିଜ ଜିଲ୍ଲାରେ ନ ହୋଇ 400 ରୁ 500 କିଲୋମିଟର ଦୂରରେ ପଡିଛି।ତେବେ ଏ ସବୁ ଉଦେଶ୍ୟମୂଳକ ଭାବେ ବୋର୍ଡ କତ୍ତୃପକ୍ଷ ଓ ସରକାରଙ୍କ ଶିକ୍ଷକ ମାରଣ ନୀତି ବୋଲି ଶ୍ରୀ ସେଠି କହିଛନ୍ତି।ଯାହାକୁ ସଙ୍ଘ ପକ୍ଷରୁ ବିରୋଧ କରାଯିବା ସହିତ ଗଣଶିକ୍ଷକ ମାନଙ୍କ ଏହି ଓଟିଇଟି ପରୀକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଛେଦ କରିବା ସହିତ ମାନବିକତା ଦୃଷ୍ଟିରୁ ବିଚାର କରିବା ପାଇଁ ଦାବି କରାଯାଇଛି।ନଚେତ ସଙ୍ଘ ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସେଠି କହିଛନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.