ETV Bharat / city

ମାସ୍କ ଦୁର୍ନୀତି ହୋଇ ନଥିବା ସ୍ପଷ୍ଟ କରନ୍ତୁ ମୁଖ୍ୟମନ୍ତ୍ରୀ: ନିରଞ୍ଜନ ପଟ୍ଟନାୟକ

author img

By

Published : Jun 9, 2020, 1:35 PM IST

। ମାସ୍କ କିଣା ଦୁର୍ନୀତି ସମ୍ପର୍କରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀ । ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପିସିସି ସଭାପତି । କୋରନା ସମୟରେ କେନ୍ଦ୍ର ସରକାରଙ୍କ ଟଙ୍କା ରାଜ୍ୟ ସରକାରୀ ଅର୍ଥ ତୋଷାରପାତ କରିବାରେ ଲାଗିଛନ୍ତି । ଏଭଳି ଅନେକ ପ୍ରସଙ୍ଗରେ ମାସ୍କ କିଣା ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ନିରଞ୍ଜନ ।

ମାସ୍କ ଦୁର୍ନୀତି ହୋଇ ନଥିବା ସ୍ପଷ୍ଟ କରନ୍ତୁ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମହାମାରୀରେ ମହାଦୁର୍ନୀତି। ମାସ୍କ କିଣା ଦୁର୍ନୀତି ସମ୍ପର୍କରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀ । ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପିସିସି ସଭାପତି । କୋରୋନା ସମୟରେ କେନ୍ଦ୍ର ସରକାରଙ୍କ ଟଙ୍କା ରାଜ୍ୟ ସରକାର ଅର୍ଥ ତୋଷାରପାତ କରିବାରେ ଲାଗିଛନ୍ତି । ଏଭଳି ଅନେକ ପ୍ରସଙ୍ଗରେ ମାସ୍କ କିଣା ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ନିରଞ୍ଜନ ।

ନିରଞ୍ଜନ କହିଛନ୍ତି ଯେ, ମାସ୍କ ସରକାରୀ ପୋର୍ଟାଲରୁ ନକିଣି ବାହାରୁ କିଣୁଛନ୍ତି ରାଜ୍ୟ ସରକାର । ବିଷ୍ଣୁ ଏଣ୍ଟରପ୍ରାଇଜରୁ 16 ଟଙ୍କାରେ କିଣିଛନ୍ତି । ଗରିବ ରୋଗୀ ଲୋକଙ୍କ ପାଇଁ ଯେଉଁ ଅର୍ଥ ଆସୁଛି ତାକୁ ସରକାର ଅଯଥା ଉପାୟରେ ଖର୍ଚ୍ଚ କରୁଛନ୍ତି । ଯେଉଁ ଅଫିସରମାନେ ସରକାରୀ ଅର୍ଥ ତୋଷାରପାତ କରିଛନ୍ତି ସେମାନେ ସରକାର ଜାଣତରେ ହୋଇଛି ବୋଲି ନିରଞ୍ଜନ କହିଛନ୍ତି । ତା ମାନେ ଏହକୁ କ୍ୟାବିନେଟ ଅନୁମତି ଦେଇଛି ବୋଲି ସେ ସାମ୍ବାଦିକ ସମ୍ମିଳନରେ କହିଛନ୍ତି । କୋରୋନା ସଙ୍କଟ ବେଳେ ମାସ୍କ ଦୁର୍ନୀତି ହୋଇଥିବା ଅଭିଯୋଗରେ ଦୁର୍ନୀତି ହୋଇ ନଥିବା ସ୍ପଷ୍ଟ କରନ୍ତୁ ମୁଖ୍ୟମନ୍ତ୍ରୀ ବୋଲି ନିରଞ୍ଜନ ପ୍ରଶ୍ନ ଉଠାଇଛନ୍ତି ।

ପିସିସି ସଭାପତି ଆହୁରି କହିଛନ୍ତି ଯେ, 5ଲକ୍ଷ ଟଙ୍କାର ଯନ୍ତ୍ରପାତିକୁ 10 ଲକ୍ଷ ଟଙ୍କାରେ କିଣା ଯାଇଛି। କୋଭିଡ଼ ଟେଷ୍ଟିଂ ମେସିନ କିଣିବାକୁ ଗୋଟିଏ କମ୍ପାନୀଙ୍କୁ 12 କୋଟି ଟଙ୍କା ଦେଲେ । ମାତ୍ର ପିପିଇ ଟେଷ୍ଟ କଲେନି । ବିନା ଟେଷ୍ଟିଂ ବ୍ୟବହାର କରିବାକୁ ଦେଲେ । ଅଫିସର ମାନେ କହୁଛନ୍ତି ମୁଖ୍ୟମନ୍ତ୍ରୀ ଏ ବିଷୟରେ ଜାଣିଛନ୍ତି । ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ଦୁର୍ନୀତି ହୋଇନି ।

ଦୁର୍ନୀତି ବିଷୟରେ ମନ୍ତ୍ରୀ କହୁଛନ୍ତି ସେମାନେ କିଛି ଜାଣିନାହାଁନ୍ତି । ଗଣତନ୍ତ୍ରରେ ମନ୍ତ୍ରୀ ଉତ୍ତରଦାୟୀ । ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ । ଏହା ବିରୋଧରେ ଲୋକୟୁକ୍ତ ଓ ସିଭିସିର ଦ୍ବାରସ୍ତ ହେବେ କଂଗ୍ରେସ । ସମସ୍ତଙ୍କ ସଲସୁତୁରରେ ଏହି ଦୁର୍ନୀତି ହୋଇଛି । ମୁଖ୍ୟମନ୍ତ୍ରୀ ବି ଏଥିରେ ସାମିଲ ଅଛନ୍ତି ବୋଲି କହିଛନ୍ତି ନିରଞ୍ଜନ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.