ଭୁବନେଶ୍ବର: ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ଓ ଉଠାଦୋକାନୀଙ୍କ ମଧ୍ୟରେ ବଢୁଛି ବିବାଦ । ନିଜ ଜିଦରେ ଅଟଳ ରହିଛନ୍ତି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ । ବିଏମସିର ଲିଖିତ ପ୍ରତିଶୃତି ନ ମିଳିବାଯାଏ ବନ୍ଦ ରହିବ ମାର୍କେଟ ବିଲ୍ଡିଂ ବୋଲି କହିଛନ୍ତି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ । ମାର୍କେଟ ବିଲ୍ଡିଂରୁ ଉଠାଦୋକାନୀଙ୍କୁ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ପକ୍ଷରୁ ମାର୍କେଟ ବିଲ୍ଡିଂକୁ ମଙ୍ଗଳବାର ଠାରୁ ବନ୍ଦ କରାଯାଇଥିଲା ।
ଏହି ବିବାଦର ସମାଧାନକୁ ନେଇ ମଧ୍ୟାହ୍ନରେ ବସିଥିଲା ବୈଠକ। ହେଲେ ଏଥିରେ କୌଣସି ନିଷ୍ପତ୍ତି ହୋଇନଥିଲ। ଯଥାଶୀଘ୍ର ବିଏମସି ପକ୍ଷରୁ ମାର୍କେଟ ଖୋଲିବକି ନାହିଁ ନିଷ୍ପତି ହେବ ବୋଲି ବିଏମସି ପ୍ରତିଶୃତି ଦେଇଥିଲା କିନ୍ତୁ ତାହା ନ କରି କିମ୍ବା କୌଣସି ଲିଖିତ ପ୍ରତିଶୃତି ନ ଦେଇ ଡାକବିଜି ଯନ୍ତ୍ରରେ ଉଠାଦୋକାନୀ ଉଚ୍ଛେଦ ନେଇ ଘୋଷଣା କରିଯାଇଛି। ଆଉ ବିଏମସିର ଏହି ନିଷ୍ପତ୍ତିକୁ ଆସୋସିଏସନ ପକ୍ଷରୁକୁ ଗ୍ରହଣ କରାଯାଇନାହିଁ ।
ତେଣୁ ଜିଦରେ ଅଟଳ ରହିଛନ୍ତି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ। ଲିଖିତ ପ୍ରତିଶୃତି ପାଇଁ ଅଡି ବସିଛନ୍ତି ବ୍ୟବସାୟୀ । ଏନେଇ ସୂଚନା ଦେଇଛନ୍ତି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର ସଭାପତି ପ୍ରଦୁମ୍ନ ଜେନା ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିିଭି ଭାରତ