ଭୁବନେଶ୍ବର: ମାଲକାନିଗିରି ଜୋଡାମ୍ବରେ ଏସଓଜି ବେସ ଉପରକୁ ହମଲା । ଆଜି ସକାଳୁ ସିଙ୍ଗାରାମ ତେନ୍ତାପାଲି ଅଞ୍ଚଳରେ ଏସଓଜି ଜବାନ ବିଶ୍ରାମ ବେଳେ ଆକ୍ରମଣ କଲେ ମାଓବାଦୀ । ଫଳରେ ପ୍ରଥମେ ମାଓବାଦୀଙ୍କୁ ସରେଣ୍ଡର ପାଇଁ କହିବା ପରେ ଗୁଳିଚାଳନା ଜୋରଦାର ଯୋଗୁଁ ପାଲଟା ଗୁଳି ଚାଳନା କରିଥିଲେ ଏସଓଜି ଟିମ । ଏହି ଗୁଳିଚାଳନାରେ ମାଓବାଦୀ ଏରିଆ କମାଣ୍ଡର ମୃତ ହେବା ସହ ଜଣେ ମହିଳା ମାଓବାଦୀ ମୃତ୍ୟୁବରଣ କରିଛନ୍ତି।
ଗଜଲାମାମୁଡି ପଞ୍ଚାୟତରେ ଜୋଡାମ୍ବ ଥାନା ଅନ୍ତରଗତ ଏହି ଅଞ୍ଚଳରୁ ଗୋଟିଏ ଏସଏଲଆର,ଗୋଟିଏ ଇନସାସ ବନ୍ଧୁକ ସମେତ ଗୁଳିଗୋଳା ଆଦି ଜବତ କରାଯାଇଛି। ଏନେଇ ଏସଓଜି ଅପରେସନ କଡାକଡି ରହିଥିବା ବେଳେ ପୋଲିସ ଡିଜି ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଆହ୍ବାନ କରିଛନ୍ତି । ଏନେଇ ପ୍ରେସ କନଫରେନ୍ସ ଜରିଆରେ ସୂଚନା ଦେଇଛନ୍ତି ଡିଜିପି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ