ETV Bharat / city

Odisha Assembly: ସ୍ୱାସ୍ଥ୍ୟ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ନେଇ ଗୃହରେ ଉଦବେଗ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଘେରିଲେ ବିଧାୟକ - ସ୍ୱାସ୍ଥ୍ୟ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ନେଇ ବିଧାନସଭାରେ ଉଦବେଗ

ରାଜ୍ୟରେ ସ୍ୱାସ୍ଥ୍ୟ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । କେବେ ସ୍ୱାସ୍ଥ୍ୟ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ହେବ ପ୍ରଶ୍ନ କରି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଘେରିଛନ୍ତି ଉଭୟ ଶାସକ ଓ ବିରୋଧି ଦଳ । ସିଧାସଳଖ ଉତ୍ତର ନରଖି ଖୁବଶୀଘ୍ର କହି ବାଁରେଇଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଅଧିକ ପଢ଼ନ୍ତୁ

Odisha Assembly: ସ୍ୱାସ୍ଥ୍ୟ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ନେଇ ବିଧାନସଭାରେ ଉଦବେଗ, ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଘେରିଲେ ବିଧାୟକ

author img

By

Published : Jul 18, 2022, 9:52 PM IST

ଭୁବନେଶ୍ବର: ରାଜ୍ୟରେ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ । ରାଜ୍ୟବାସୀଙ୍କୁ ଉତ୍ତର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନେଇ ବ୍ୟବସ୍ଥା ହେବ । ବିଭିନ୍ନ ରୋଗ ଓ ଔଷଧ ନେଇ ରିସର୍ଚ୍ଚ ହେବ । ଏଭଳି କିଛି ସ୍ୱପ୍ନ ଦେଖାଇଥିଲେ ରାଜ୍ୟ ସରକାର । ନିର୍ବାଚନ ଇସ୍ତାହାରରେ ପ୍ରକାଶ କରିଥିଲା ଶାସକ ଦଳ ବିଜେଡି । ପରେ କ୍ୟାବିନେଟରେ ଏନେଇ ପ୍ରସ୍ତାବ ଆଣି ମୋହର ମାରିଛନ୍ତି ସରକାର । ହେଲେ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ଏବେ ଆଉ କୌଣସି ସୋର ଶବ୍ଦ ଶୁଣା ଯାଉନାହିଁ । ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି ଶାସକ ଦଳ ଓ ବିରୋଧୀ ଦଳ ବିଧାୟକ ।

Odisha Assembly: ସ୍ୱାସ୍ଥ୍ୟ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ନେଇ ବିଧାନସଭାରେ ଉଦବେଗ, ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଘେରିଲେ ବିଧାୟକ

କେବେ ଓ କେଉଁଠି ପ୍ରତିଷ୍ଠା ହେବ ରାଜ୍ୟର ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ? ନା କୃଷି ବିଶ୍ଵବିଦ୍ୟାଳୟ ପରି ଶୀତଳ ଭଣ୍ଡାରକୁ ଯିବ ଯୋଜନା ? ଏମିତି କିଛି କଟାକ୍ଷ କରି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିଧାୟକଗଣ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତରେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବରୋଧୀ ବିଜେପି ବିଧାୟକ । ପାଳି ଧରିଛନ୍ତି କଂଗ୍ରେସ ବିଧାୟକ । ଅଧିକାରୀ ନିଯୁକ୍ତି ହୋଇଛନ୍ତି । ବଜେଟରେ ବ୍ୟବସ୍ଥା ହୋଇଛି । ଖୁବଶୀଘ୍ର ସ୍ୱାସ୍ଥ୍ୟ ବିଶ୍ଵବିଦ୍ୟାଳୟ ସ୍ଥାପନ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଖୁବଶୀଘ୍ର ହେବ ଉତ୍ତର ରଖିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଉଭୟ ଶାସକ ଓ ବିରୋଧି ବିଧାୟକ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ମନମୁଖୀ ନୀତି ପୋଷଣ କରବା ବନ୍ଦ ସହ ଏଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.