ETV Bharat / city

ମନ୍ତ୍ରୀମଣ୍ଡଳରୁ ବାଦ ପଡ଼ିଲେ ବଡ଼ବଡ଼ୁଆ, ମିଳିବ କି ସାଙ୍ଗଠନିକ ଦାୟିତ୍ବ ? - ହାଇପ୍ରୋଫାଇଲ ନେତାଙ୍କୁ ମିଳିପାରେ ସାଙ୍ଗଠନିକ ଦାୟିତ୍ବ

ଆନ୍ଧ୍ର ଢାଞ୍ଚାରେ ସମସ୍ତ ମନ୍ତ୍ରୀମାନେ ଏକ ସାଙ୍ଗରେ ଇସ୍ତଫା ଦେଇଥିଲେ । ଓଡ଼ିଶା ରାଜନୀତିରେ ପ୍ରଥମ ଥର ପାଇଁ ଏକ କାଳୀନ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ମନ୍ତ୍ରୀମଣ୍ଡଳରୁ ବହୁ ହାଇପ୍ରୋଫାଇଲ ନେତା ବାଦ ପଡ଼ିବା ଚର୍ଚ୍ଚାର ବିଷୟ ପାଲଟିଛି । ଅଧିକ ପଢ଼ନ୍ତୁ

ମନ୍ତ୍ରୀମଣ୍ଡଳରୁ ବାଦ ପଡ଼ିଲେ ବଡ଼ବଡ଼ୁଆ, ମିଳିବ କି ସାଙ୍ଗଠନିକ ଦାୟିତ୍ବ ?

author img

By

Published : Jun 5, 2022, 9:09 PM IST

ଭୁବନେଶ୍ବର: ନବୀନଙ୍କ ପଞ୍ଚମ ପାଳିର ଚତୁର୍ଥ ବର୍ଷ ପ୍ରାରମ୍ଭରୁ ମନ୍ତ୍ରୀମଣ୍ଡଳ ନବକଳେବର କଲେ ମୁଖ୍ୟମନ୍ତ୍ରୀ । ପ୍ରଥମଥର ପାଇଁ ଆନ୍ଧ୍ର ଢାଞ୍ଚାରେ ସମସ୍ତ ମନ୍ତ୍ରୀମାନେ ଏକ ସାଙ୍ଗରେ ଇସ୍ତଫା ଦେଇଥିଲେ । ଓଡ଼ିଶା ରାଜନୀତିରେ ପ୍ରଥମ ଥର ପାଇଁ ଏକକାଳୀନ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ନବୀନ ସବୁବେଳେ ମାଷ୍ଟର ଷ୍ଟ୍ରୋକ ଖେଳିଆସିଛନ୍ତି ଚଳିତଥର ମଧ୍ୟ ଅନୁରୂପ ନିଷ୍ପତ୍ତି ଦେଖିବାକୁ ମିଳିଲା । 21 ମନ୍ତ୍ରୀମାନଙ୍କ ମଧ୍ୟରୁ 13 କ୍ୟାବିନେଟ ଏବଂ 8 ରାଷ୍ଟ୍ର ପାହ୍ୟା ମନ୍ତ୍ରୀ ଦାୟିତ୍ୱ ନେଇଛନ୍ତି । ତେବେ ମନ୍ତ୍ରୀମଣ୍ଡଳରୁ ବହୁ ହାଇପ୍ରୋଫାଇଲ ନେତା ବାଦ ପଡ଼ିବା ଚର୍ଚ୍ଚାର ବିଷୟ ପାଲଟିଛି ।

ହାଇ ପ୍ରୋଫାଇଲ ନେତା କୁହାଯାଉଥିବା ପ୍ରତାପ ଜେନାଙ୍କୁ ଏଥର ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିନାହିଁ । ମାହାଙ୍ଗା ଡବଲ ମର୍ଡର ମାମଲାରେ ଛନ୍ଦି ହୋଇପଡିଥିବାରୁ ତାଙ୍କୁ ବାଦ୍‌ ଦିଆଯାଇଥିବା ନେଇ ଚର୍ଚ୍ଚା ହେଉଛି । ସେହିଭଳି ମମିତା ମେହେର ହତ୍ୟାକାଣ୍ଡରେ ଛନ୍ଦି ହୋଇଥିବା ଦିବ୍ୟଶଙ୍କର ମିଶ୍ରଙ୍କୁ ପୁନର୍ବାର ମନ୍ତ୍ରୀପଦ ମିଳି ପାରିନାହିଁ । ଅରୁଣ ସାହୁ ମଧ୍ୟ ପରୀ ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗ ହୋଇଥିଲା । ଏହିସବୁ ନେତାଏ ବିଭିନ୍ନ ବାଦବିବାଦରେ ଛନ୍ଦି ହୋଇ ପଡ଼ଥିବାରୁ ବୋଧ ହୁଏଁ ମୁଖ୍ୟମନ୍ତ୍ରୀ ଏମାନଙ୍କ ଉପରେ ଆଉ ବିଶ୍ବାସ କରି ପାରିନଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ସେପଟେ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସୁଦାମ ମାରାଣ୍ଡି, ରଘୁନନ୍ଦନ ଦାଶଙ୍କୁ ମଧ୍ୟ ଏଥର ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିନାହିଁ । ସୁଦାମ ମାରାଣ୍ଡିଙ୍କ ନାମରେ ବାଲି ଚୋରା ଚାଲାଣ ଅଭିଯୋଗ ହୋଇଥିଲା । ସେପଟେ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ରଘୁନନ୍ଦନ ଦାଶଙ୍କ ପାରିବାପଣିଆ ଉପରେ ପାରିବା ପଣିଆ ମୁଖ୍ୟ ମନ୍ତ୍ରୀ ଆସ୍ଥା ପ୍ରକଟ କରି ପାରିନଥିବା ଆଲୋଚନା ହେଉଛି । ତେବେ ଏହି ସବୁନେତାଙ୍କୁ ସାଙ୍ଗଠନିକ ଦାୟିତ୍ବ ମିଳିପାରେ ବୋଲି ଆଲୋଚନା ହେଉଛି ।

ଦାଗି, ଅପାରଗ ଏବଂ ବିଶୃଙ୍ଖଳିତ ମନ୍ତ୍ରୀ ମାନଙ୍କୁ ବାଦ୍‌ ଦେଇ ସେମାନଙ୍କ ଦକ୍ଷତା ଅନୁଯାୟୀ ସାଙ୍ଗଠନିକ ଦାୟିତ୍ବରେ ନିୟୋଜିତ କରିପାରନ୍ତି ନବୀନ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଚକ୍‌ମା ଦେବାକୁ ନବୀନ ଭିନ୍ନ ରଣନୀତି ଆପଣାଇଛନ୍ତି । ଗତଥର ଅପେକ୍ଷା ଏଥର ୫ ମହିଳାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଛି । ମଧ୍ୟରୁ ୩ ଜଣ କ୍ୟାବିନେଟ ଓ ୨ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ) ପାହ୍ୟାର ଶପଥ ନେଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ସମ୍ପୂର୍ଣ୍ଣ ଅନଭିଜ୍ଞ ନେତା । ସେହିପରି ୧୨ ଜଣ ନୂଆମନ୍ତ୍ରୀଙ୍କୁ ନୂଆ ବିଭାଗ ଦିଆଯାଇଛି ।

ଅନ୍ୟପକ୍ଷରେ ବିଜେଡିର ହାଇପ୍ରୋଫାଇଲ ବିଧାୟକ ମାନଙ୍କ ମଧ୍ୟରୁ ସୌମ୍ୟରଞ୍ଜନ ପଟ୍ଟନାୟକ, ଉପସଭାପତି ଦେବୀ ପ୍ରସାଦ ମିଶ୍ର, ବିଧାୟକ ବଦ୍ରୀ ନାରାୟଣ ପାତ୍ର, ଶଶୀଭୂଷଣ ବେହେରା, ପ୍ରଫୁଲ୍ଲ ସାମଲ ଏବଂ ଅନ୍ୟମାନେ ଏମାନଙ୍କୁ ନବୀନଙ୍କ ନୂତନ ଟିମ୍‌ରେ ସ୍ଥାନ ମିଳିଲାନାହିଁ । କିଛି ଜିଲ୍ଲା ମନ୍ତ୍ରୀ ଶୂନ୍ୟ ହୋଇ ରହିଗଲା । ନୟାଗଡ଼, କେନ୍ଦୁଝେର, ସୁନ୍ଦରଗଡ଼, ଅନୁଗୋଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ଭଦ୍ରକ, ଜଗତସିଂହପୁର, ଗଜପତି ଏବଂ ଫୁଲବାଣୀ ଜିଲ୍ଲାରୁ ମନ୍ତ୍ରୀମଣ୍ଡଳରେ କେହି ସ୍ଥାନ ପାଇନାହାନ୍ତି । ତେବେ ମନ୍ତ୍ରୀପଦ ପାଇନଥିବା ନେତାଙ୍କୁ ସାଙ୍ଗଠନିକ କ୍ଷେତ୍ରରେ ବଡ଼ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.