ଭୁବନେଶ୍ବର: କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଚଳିତ ବର୍ଷ ସଠିକ ସମୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଲା ବୋଲି ସୂଚନା ଦେଲା ପାଣିପାଗ ବିଭାଗ ।
ଜୁନ ପହିଲା, ସୋମବାର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ପ୍ରବେଶ କରିଛି । ପାଣିପାଗ ବିଭାଗର ପୂର୍ବ ଆକଳନ ଅନୁଯାୟୀ ଚଳିତ ବର୍ଷର ମୌସୁମୀ ଠିକ ସମୟରେ କେରଳ ଛୁଇଁଛି । ମୌସୁମୀ ବାୟୁ ସକ୍ରିୟ ଥିବାରୁ ଗତ ଦୁଇ ଦିନ ମଧ୍ୟରେ କେରଳରେ ବର୍ଷା ଲାଗି ରହିଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ