ଭୁବନେଶ୍ବର: ଡବଲ ଡେକର ସାଇକେଲ 'ଏଲିଫାଣ୍ଟା' ମାଧ୍ୟମରେ ସଚେତନତା ବାର୍ତ୍ତା। କୋରୋନା ସମୟରେ ସଚେତନତା ବାର୍ତ୍ତା ଦେଉଛନ୍ତି ମନୋଜ। ଡେଙ୍ଗୁ, କୋରୋନା, ଏବଂ ଟିକାକୁ ନେଇ ବାଣ୍ଟଛନ୍ତି ସଚେତନତାର ବାର୍ତ୍ତା ।
ରାଜଧାନୀର ଡୁମଡୁମା ଅଞ୍ଚଳର ମନୋଜ କୁମାର ସୁନ୍ଦରାୟ। ପେସାରେ ଜଣେ ଓକିଲ, ନିଶା କିନ୍ତୁ ସମାଜସେବା। ଆଜି ଦେଶର 75 ତମ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ମନୋଜ ନିଆରା ଢଙ୍ଗରେ ଏହାକୁ ପାଳନ କରିବା ସହ ସଚେତନତା ବାର୍ତ୍ତା ଦେଇଛନ୍ତି। ବର୍ତ୍ତମାନ ରାଜ୍ୟରେ କୋରୋନା ଓ ଡେଙ୍ଗୁ ଆଦି ବୃଦ୍ଧି ପାଉଥିବା ବେଳେ ଲୋକମାନେ ସଜାଗ ହୋଇ ସଚେତନତା ଅବଲମ୍ବନ କଲେ । ଏହା କବଳରୁ ନିଜକୁ ରକ୍ଷା କରିପାରିବେ।
ଏହା ସହ ଲୋକମାନଙ୍କ ମନରୁ ସାଇକେଲ ଚଳାଇବା ପ୍ରତି ଆଗ୍ରହ କରିଛନ୍ତି । ଅଧିକରୁ ଅଧିକ ଲୋକଙ୍କ ଆକୃଷ୍ଟ କରିବା ପାଇଁ ନିଜର ସାଇକେଳକୁ ଏକ ନିଆରା ଢଙ୍ଗରେ ସଜାଇ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଟୋକିଓ ଅଲମ୍ପିକରେ ବିଜୟ ଲାଭ କରିଥିବା କ୍ରୀଡ଼ାବିତ ମାନଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ଆଗାମୀ ଭବିଷ୍ୟତରେ ଅଧିକରୁ ଅଧିକ ଦେଶରୁ କ୍ରୀଡ଼ାବିତ ଅଲମ୍ପିକରେ ଭାଗ ନେଇ ଦେଶକୁ ଗୌରବାନ୍ବିତ କରିବାକୁ ସନ୍ଦେଶ ଦେଇଛନ୍ତି।
ତେବେ ମନୋଜଙ୍କୁ ଏହି ସାଇକେଲ ବନେଇବାକୁ 15 ଦିନ ସମୟ ଲାଗିଥିଲା। ଯାହା ଦୁଇଟି ସାଇକେଲକୁ ମିଶାଇ ବନେଇଛନ୍ତି ଏଭଳି ଏକ ନିଆରା ସାଇକେଲ। ଯାହା ସାଇକେଲର ନାମ ଡବଲ ଡେକର ସାଇକେଲ 'ଏଲିଫାଣ୍ଟା' ରହିଛି । କୋରୋନା ସଚେତନତା ପାଇଁ ଏହା ଏକ ଅଭିନବ ପ୍ରୟାସ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ