ETV Bharat / city

ହଟିଲା ସସପେନ୍ସ: ସାଙ୍ଗ ସାଜିଥିଲେ ସୈତାନ, ଟଙ୍କା ପାଇଁ ମନୀଷଙ୍କୁ କରିଥିଲେ ହତ୍ୟା - ଭୁବନେଶ୍ଵର ଡିସିପି

ସାମନାକୁ ଆସିଲା ମନୀଷଙ୍କ ମୃତ୍ୟୁର ପ୍ରକୃତ କାରଣ । ମନୀଷଙ୍କ ପାଇଁ ସାଙ୍ଗ ସାଜିଥିଲେ ସୈତାନ । ହତ୍ୟା ପରେ ପୋଖରୀରେ ଫିଙ୍ଗିଥିଲେ ମୃତଦେହ । ଅଧିକ ପଢନ୍ତୁ...

ମନିଷଙ୍କ ସାଙ୍ଗ ସାଜିଥିଲେ ସୈତାନ, ହତ୍ୟା ପରେ ପୋଖରୀରେ ପିଙ୍ଗିଥିଲେ ମୃତଦେହ

author img

By

Published : Oct 16, 2021, 2:00 PM IST

ଭୁବନେଶ୍ବର: ମନୀଷ ମୃତ୍ୟୁ ରହସ୍ୟ ମାମଲାରୁ ପରଦା ହଟାଇଛି ପୋଲିସ । ଭୁବନେଶ୍ଵର ଡିସିପି କହିଛନ୍ତି ମନୀଷଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ବେଳେ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏମାନେ ମନୀଷଙ୍କର ସାଙ୍ଗ ଅମ୍ରିତ ପ୍ରିତମ ବିଶ୍ବାଳ, ମୃତ୍ୟଞ୍ଜୟ ମିଶ୍ର ଓ ଦିନେଶ ବେହେରା ବୋଲି ଡିସିପି ସ୍ପଷ୍ଟ କରିଛନ୍ତି । ସେମାନଙ୍କୁ ଅପହରଣ, ହତ୍ୟା ଓ ପରେ ପ୍ରମାଣ ଲୁଚାଇବା ସଙ୍ଗୀନ ମାମଲାରେ ଗିରଫ କରିଛି ପୋଲିସ ।

ମନିଷଙ୍କ ସାଙ୍ଗ ସାଜିଥିଲେ ସୈତାନ, ହତ୍ୟା ପରେ ପୋଖରୀରେ ପିଙ୍ଗିଥିଲେ ମୃତଦେହ
ମନିଷଙ୍କ ସାଙ୍ଗ ସାଜିଥିଲେ ସୈତାନ, ହତ୍ୟା ପରେ ପୋଖରୀରେ ପିଙ୍ଗିଥିଲେ ମୃତଦେହ
ମନିଷଙ୍କ ସାଙ୍ଗ ସାଜିଥିଲେ ସୈତାନ, ହତ୍ୟା ପରେ ପୋଖରୀରେ ପିଙ୍ଗିଥିଲେ ମୃତଦେହ

ମନୀଷଙ୍କ ଏହି ୩ଜଣ ସାଙ୍ଗଙ୍କୁ ଆଇପିସି ଧାରା 364a, 264, 201, 302 ଓ 34ରେ ଗିରଫ କରିଛି ପୋଲିସ । ଅଧିକ ତଥ୍ୟ ପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ପୋଲିସ ଆଣିବ ବୋଲି ଜଣାପଡ଼ିଛି । ସୂଚନା ମୁତାବକ ଗତ ୧୦ତାରିଖ ସନ୍ଧ୍ୟାରେ ଇନଫୋସିଟି ଥାନା ଅଞ୍ଚଳରୁ ମନୀଷ ଅମ୍ରିତ ସହ ଆସିଥିଲେ । ପରେ ଅନ୍ୟ ଦୁଇ ସାଙ୍ଗ ମୃତ୍ୟୁଞ୍ଜୟ ଓ ଦିନେଶ ସହ ଭେଟଘାଟ ପରେ ହୋଟେଲ ସାଉଥସିଟି ଯାଇଥିଲେ। ସେଠାରେ ହୋଇଥିବା ବିଲ ୭୪୦୦ଟଙ୍କା ପୈଠ ପାଇଁ ବାର କର୍ମଚାରୀ ମନୀଷଙ୍କ ମୋବାଇଲ ବନ୍ଧକ ରଖିଥିଲେ । ଏନେଇ ମନୀଷ ଘର ଲୋକଙ୍କ ପାଖରୁ ୮ହଜାର ଟଙ୍କା ମଗାଇ ପେମେଣ୍ଟ କରିଥିଲେ ।

ସେହି ଘଟଣାକୁ ନେଇ ଏଭଳି ଅସମୟରେ ସାଙ୍ଗମାନେ କିପରି ବିଲ ପୈଠ କଲେ ନାହିଁ ତାକୁ ନେଇ ୪ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ହୋଟେଲରୁ ବାହାରିବା ପରେ ବାଟରେ ଗଣ୍ଡଗୋଳ ଭୀଷଣ ରୂପ ନେଇଥିଲା । ଏପରିକି ଗାଡିରୁ ବାହାରି ଦୌଡାଦୌଡ଼ି ମଧ୍ୟ ହୋଇଥିଲେ । ଏହି ଠେଲାପେଲାରେ ମନୀଷଙ୍କ ଜୀବନ ଯାଇଥିଲା । ସନ୍ଦେହ ନ ହେବା ପାଇଁ ମନୀଷଙ୍କୁ ସାଙ୍ଗମାନେ ନେଇ ପାଖରେ ଥିବା ପୋଖରୀରେ ଫିଙ୍ଗି ଦେଇଥିଲେ । ଏପରିକି ମନିଷଙ୍କ ଆଖିରେ ଚଷମା ଓ ଚପଲ ସହ ପୁରା ଘଟଣାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଅଭିଯୁକ୍ତମାନେ ଯୋଜନା କରିଥିଲେ ।

କିନ୍ତୁ ସେଠାରୁ ମନୀଷଙ୍କ ମୋବାଇଲ ନେଇଆସିଥିଲେ ଅଭିଯୁକ୍ତ । ଅର୍ଥାତ ତାଙ୍କର ମୃତ୍ୟୁକୁ ଲୁଚାଇବାକୁ ୩ ସାଙ୍ଗ ଉଦ୍ୟମ କରିଥିଲେ । ଏନେଇ ୩ ସାଙ୍ଗକୁ ଗିରଫ କରାଯାଇଛି ହେଲେ ପ୍ରକୃତ କାରଣ ସମ୍ପର୍କରେ କୌଣସି ସ୍ପଷ୍ଟ କରିନାହାନ୍ତି ଭୁବନେଶ୍ଵର ଡିସିପି । ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କ ସାକ୍ଷୀ ଆଧାରରେ ୩ ଜଣଙ୍କୁ ଗିରଫ କରାଯାଇଛି । ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି ପୋଲିସ । ଏ ଯାଏଁ ମୋବାଇଲ ମିଳିନଥିବା ବେଳେ ଅପହରଣରେ ବ୍ୟବହୃତକାର ଜବତ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.